jishu tume more prano moro mohaa poritrano

ଯୀଶୁ ତୁମ୍ଭେ ମୋର ପ୍ରାଣ, ମୋର ମହା ପରିତ୍ରାଣ,
ତୁମ୍ଭେ ମୋର ଅନନ୍ତ ଜୀବନ, ମୋର ଶୁକ୍ଳ ପରିଧାନଘୋଷା ।

ତୁମେ ଦୀନ-ଦୟାସିନ୍ଧୁ, ଉପକାରୀ ପ୍ରିୟ ବନ୍ଧୁ;
ପ୍ରେମେ ତୁମ୍ଭେ ମୋ ଲଗା ହୋଇଣ, କ୍ରୁଶେ ଦେଲ ନିଜ ପ୍ରାଣ । ୧ ।

ତୁମ୍ଭେ ମୋ ପରମ ଗୁରୁ, ମୋ ରକ୍ଷା ଆଶ୍ରୟ ମେରୁ;
ତୁମ୍ଭେ ପଥ ସତ୍ୟତା ଜୀବନ, ମହାମହିମ ରାଜନ । ୨ ।

ତୁମ୍ଭେ ଧର୍ମ ମୁକ୍ତି ଜ୍ଞାନ, ଜଗଜ୍ୟୋତିଃ ଜ୍ଞାନାଞ୍ଜନ;
ତୁମ୍ଭ ବିନା ଅନ୍ଧ ମୋ ନୟନ, ବୃଥା ହେବ ଆତ୍ମା ପ୍ରାଣ । ୩ ।

ତୁମ୍ଭେ ସମସ୍ତରେ ସବୁ, ଇହ ପରେ ମୋର ବିଭୁ;
ହୁଅ ପ୍ରଭୁ ମୋଠାରେ ପ୍ରସନ୍ନ, ନେଲି ଶ୍ରୀପାଦେ ଶରଣ । ୪ ।

Leave a comment

Your email address will not be published. Required fields are marked *