koro boro konyaanka proti kolyaano

କର ବର କନ୍ୟାଙ୍କ ପ୍ରତି କଲ୍ୟାଣ

ପ୍ରଭୁ ହୋଇ ଏ ସଭାରେ ବିଦ୍ୟମାନ । ଘୋଷା ।

ଯେତେ ଦିନ ସଂସାରରେ ରଖ ଆପଣ ପ୍ରେ-ରଜ୍ଜୁ ଦ୍ୱାରା ବାନ୍ଧ ଦୁହିଁଙ୍କ ପ୍ରାଣ,

ଅନ୍ନ ବସନ ଦାନ     କର ଯାବଜ୍ଜୀବନ, ସର୍ବ କର୍ମେ ସହାୟ      

ହୁଅ ହେ ଦୟାମୟ, କ୍ଷେତ କି ଧନଜନ     କର ହେ ସୁକଲ୍ୟାଣ,

କରାଅ ତବ ଭକ୍ତି ସାଧନ । ୧ । 

 

ପରକାଳ ଚିନ୍ତା ହେଉ ସଦା ସ୍ମରଣ,

ତବ ସିଂହାସନ ହୃଦେ କର ସ୍ଥାପନ,

ସଂସାର ସୁଖ ଯେତେ            ଜଳବିମ୍ବର ମତେ,

କ୍ଷତିରେ କି ଶୋଚନା    ଖ୍ରୀଷ୍ଟ ମୋ ମହାଧନ,

ଏ ଆଜ୍ଞା କରି ମନେ ଆନନ୍ଦେ ସର୍ବଦିନେ ସୁଶାନ୍ତିରେ ରହିବେ ଯେସନ । ୨ ।

 

 ଅବ୍ରାହାମ ସାରା ଦୁଇ ପ୍ରାଣୀ ଯେସନ,

ଏମାନଙ୍କ ବ୍ୟବହାର ହେଉ ତେସନ,

ରଖି ତୁମ୍ଭରେ ଚିତ୍ତ ହେଉନ୍ତୁ ପ୍ରିୟପାତ୍ର, ଦୁଃଖ ମୃତ୍ୟୁ ସଙ୍କଟେ ହୁଅ ପ୍ରଭୁ ନିକଟେ,

ଧୈର୍ଯ୍ୟ ଧରିଣ ମନେ ଶେଷେ ସ୍ୱର୍ଗ ଭୁବନେ ରହିବେ ଯେହ୍ନେ ଏହି ଯାଚନ । ୩ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *