koro dhanyobado hrusto chitore

କର ଧନ୍ୟବାଦ ହୃଷ୍ଟ ଚିତ୍ତରେ,

ମହାମଙ୍ଗଳଦାତା ଉଦ୍ଦେଶ୍ୟରେ,

ନ ମରି ବିବଧି ରୋଗ ସଙ୍କଟରେ, ନୂଆ ବର୍ଷ ଦେଖିଲୁ ଆଉଥରେ । ଘୋଷା । 

 

ବନ୍ଧ୍ୟା ଆଉ ଶୁଷ୍କ ବୃକ୍ଷ ପରିରେ ଅବା ହେଲେ ମହାଭାର ଭୂମିରେ,

ଫଳହୀନେ ବାରମାସ ବହିଗଲେ, ନୂଆବର୍ଷ ଦେଖିଲୁ ଆଉଥରେ । ୧ ।

ନ୍ୟାୟ ରୂପ ଖଡ୍ଗ ଯେଉଁ କାଳରେ, ହାଣିବାକୁ ଅଫଳା ବୃକ୍ଷ ମୂଳେ,

ଉଞ୍ଚାଇଲେ ମଧ୍ୟ ନ ହୋଇଣ ହଣା, ନୂଆବର୍ଷ ଦେଖିଲୁ ଆଉଥରେ । ୨ ।

କେଡ଼େ ସହିଷ୍ଣୁତା ସେ ଦେଖାଇଲେ, ଆହୁରି ଏକ ବର୍ଷ ଛାଡ଼ି ଦେଲେ,

ପ୍ରଭୁ ଯୀଶୁଙ୍କ ନିବେଦନ ହେତୁରୁ, ନୂଆ ବର୍ଷ ଦେଖିଲୁ ଆଉଥରେ । ୩ । 

 

ଖୋଳ ପ୍ରଭୁ ମୂଳ ଚତୁର୍ଦ୍ଦିଗରେ, ଖତ ଦେଇ ଜଳ ଢାଳ କୃପାରେ,

ଯେହ୍ନେ ବହୁମୂଲ୍ୟ ଧର୍ମରୂପ ଫଳ ଫଳିବୁ ଅଧିକ ଏଇ ବର୍ଷରେ । ୪ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *