tyaago spikaaro o jishunka rajyo bisthaaro

ତ୍ୟାଗ ସ୍ୱୀକାର ଓ ଯୀଶୁଙ୍କ ରାଜ୍ୟ ବିସ୍ତାର

(ଆଜି) ଭିକାରି ବେଶରେ        ତୁମରି ଦୁଆରେ

ଉଭା ଯେ ହୋଇଛି ମୁହିଁ,

ଧରି ଭିକ୍ଷା ଝୋଲି    ଭିକ୍ଷା ଦିଅ ବୋଲି

ଡାକୁଛି ବିକଳ ହୋଇ; କେତେ ଆଶା କରି ଆସିଛି ମୁହିଁଁ

ନିରାଶ କରି କି ଦେବ ଫେରାଇ ?

ତୁମ୍ଭ ଲାଗି ମୁହିଁ       କେତେ ଦୁଃଖ ସହି ହେଲି ଦୀନହୀନ ଭାଇ,

କି ଭିକ୍ଷା ରଖିଛ       କି ସୁଖ ତ୍ୟଜିଛ

ତୁମେ ତ ମୋହରି ପାଇଁ ?

ତ୍ୟାଗ ସ୍ୱୀକାର ଓ ଯୀଶୁଙ୍କ ରାଜ୍ୟ ବିସ୍ତାର 

କେତେ ଆଶା କରି ଆସିଛି ମୁହିଁ,

ମୁକ୍ତ ହସ୍ତେ ଭିକ୍ଷା ଦିଅ ହେ ଭାଇ । ୨ ।

ମୋହରି ହସ୍ତରୁ      ପାଇଛ ଯା’ ସବୁ ହେଜ ତୁମେ ନିରନ୍ତର,

ମୋହରି ଦାନରୁ ମୋତେ କି ଦେବାକୁ ହେଉଛ ତୁମେ କାତର ?

କେତେ ଆଶା କରି ଆସିଛି ମୁହିଁ,

ଯେତେ ଦେବ ସେତେ ବଢ଼ିବ ଭାଇ । ୩ । 

 

ପ୍ରେମର ଭିକାରି ମୁହିଁ ଯେ ତୁମରି

ତୁମ ପ୍ରେମ ଲାଗି ମରେ

ତୁମ ଦାନ ସହ       ତୁମ ପ୍ରେମ ଦିଅ

ପାଇବ ମୋତେ ଅନ୍ତରେ

କେତେ ଆଶା କରି ଆସିଛି ମୁହିଁ,

ନିରାଶ କରି କି ଦେବ ଫେରାଇ ?

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *