ahe dukha hari diya anande bhari

ଆହେ ଦୁଃଖହାରୀ ଦିଅ ଆନନ୍ଦେ ଭରି 

ଗାୟନେ ନାମ ତୁମରି ଅନ୍ତର ମୋର ହେଉ ମଧୁର । ୦ ।  

 

ମୋର ହୃଦ ତୁମ ସିଂହାସନ, ତୁମେ ମୋର ଚିତ୍ତ ବିନୋଦନ,

କରେ ନିତ୍ୟ ତୁମ ସ୍ତୁତିଗାନ, ଯାତ୍ରା ପଥ ଯେ ଅଟେ ବନ୍ଧୁର । ୧ । 

 

ତ୍ରାଣନାଥ ତୁମେ ମୋ ଜୀବନ, କର ହୃଦ ପ୍ରେମ ନିକେତନ,

ବାଧ୍ୟତା ହେଉ ମୋର ଭୂଷଣ, ଥାଏ ତୁମଠାରେ ନିରନ୍ତର । ୨ ।

ନିରାଶେ ନୋହୁ ଚିତ୍ତ ମଗନ, ବିଶ୍ୱାସ ବଳେ ହେଉ ବଳୀୟାନ,

ଦୁଃଖ, ସୁଖ, ଜୀବନ, ମରଣ, (ମୋତେ) ନ କରୁ ତୁମଠୁ କେବେ ଦୂର । ୩ ।

Leave a comment

Your email address will not be published. Required fields are marked *