aaso jishu ruha tume niti aamo saathire

( ସ୍ୱର : ଆସ ଶିଶୁ ସଖା ଯୀଶୁ )

ଆସ ଯୀଶୁ ରୁହ ତୁମେ           ନିତି ଆମ ସାଥୀରେ

ଆମେ ତୁମ ସାନ ଶିଶୁ           ଡାକୁଅଛୁ ଅଧୀରେ । ଧ୍ରୁବ ।

ଆମ ପ୍ରିୟ ପିତାମାତା            ପୁଣି ଯେତେ ଭଗ୍ନୀ ଭ୍ରାତା

ସମସ୍ତଙ୍କୁ ଆଉଜାଇ  ରଖ ତୁମ କୋଳରେ । ୧ ।

ଦେଖାଇ ସୁନ୍ଦର ଗୁଣ            ତୁମ ପରି ହେବୁ ପୁଣ

ଜୀବନ ବାସନା ଆମ ବିକଶୁ ଜଗତରେ     । ୨ ।

ସାନ ଶାମୁୟେଲ ପରି           ପ୍ରଭୁ ଭୟ ଦିଅ ଭରି

ତୁମ ରବ ଶୁଣିବାକୁ   ଇଚ୍ଛା ଜାଗୁ ଅନ୍ତରେ । ୩ ।

ଆମ ପ୍ରିୟ ପରିବାରେ           ରୁହ ପ୍ରଭୁ ଚିରତରେ,

ତୁମରି ରୂପର ଜ୍ୟୋତିଃ          ଫୁଟୁ ଆମ ରୂପରେ । ୪ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *