kara pila pili dharma sadhana

କର ପିଲାପିଲି ଧର୍ମ ସାଧନ,

ଏ ଶୁଭ ନବ ଯୌବନେ କର ପ୍ରଭୁ ଭଜନ । ଘୋଷା ।

କର ତୁମ୍ଭ ଯୁବାକାଳେ ସୃଷ୍ଟିକର୍ତ୍ତାଙ୍କୁ ମନରେ

ନ ହୁଅ ବିସ୍ମରଣ ଦିନେ ହେବ କଲ୍ୟାଣ ଯାବଜ୍ଜୀବନ;

ଯେଣେ ଗଲେ ତେଣେ ପଡ଼ୁଥିବ କୃପା-କିରଣ । ୧ ।

ଯୀଶୁ ତ୍ରାଣକର୍ତ୍ତା ପ୍ରତି ରଖ ପ୍ରେମ ଭକ୍ତି ନିତି ସମର୍ପି ଦେହ ପ୍ରାଣ ମତି

 ସେ ସର୍ବୋତ୍ତମ ଶୁଭ୍ର ବସନ;

ଦିଶେ କି ମନୋରଞ୍ଜନ କଲେ ତା ପରିଧାନ । ୨ ।

ସ୍ୱର୍ଗୀୟ କପୋତ ପ୍ରତି କର ହେ ନିତ୍ୟ ବିନତି

କରନ୍ତୁ ମନେ ଅବସ୍ଥିତି ହେବ ପ୍ରସନ୍ନ ଜ୍ଞାନ ଲୋଚନ;

ମିଳିବ ଶାନ୍ତି ପ୍ରବୋଧ, ମନ ହେବ ନୂତନ । ୩ ।

କର ବିଦ୍ୟା ଜ୍ଞାନ ଧନ ଯୌବନରେ ଆୟୋଜନ ଜ୍ଞାନ କରେ ଉଚ୍ଚେ ଆହ୍ୱାନ

ବିଦ୍ୟା ରତନ କର ଯତନ;

ହେଉ ତା ତୁମ୍ଭର ରମଣୀୟ ଶିରୋଭୂଷଣ । ୪ ।

ଯୌବନେ ସର୍ବ କୁପଥ ତ୍ୟାଗ କରି ହୁଅ ରତ

ଧ ର୍ମ ସେବାରେ ଅବିରତ

ହେବ ଦୀର୍ଘାୟୁ, ମିଳିବ ଆଉ;

ଇହଲୋକେ କୃପାଦାନ ପରଲୋକେ ଜୀବନ । ୫ ।

🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.

🙏 Support our mission and EMMI – Empowering Migrant Labourers in India.

Donate or Sponsor

Lyrics are shared for devotional use only. Copyright belongs to respective owners.

Leave a comment

Your email address will not be published. Required fields are marked *