aso he pranara jishu

ଆସ ହେ ପ୍ରାଣର ଯୀଶୁ ଆସ ଆଜି ପୂଜିବି,
ମୋହନ ମୂରତି ଦେଖି ପ୍ରେମ ରସେ ମାତିବି (ଘୋଷା)

ଭକତିପୂର୍ଣ୍ଣ ଅନ୍ତରେ ପୂଜିବି ନାଥ ତୁମରେ,
ରଖିବି ହୃଦ ମଧ୍ୟରେ ମୋ ଆଶା ମେଣ୍ଟାଇବି… |୧|

ରଖି ହୃଦ ସିଂହାସନେ ସେବି ତୁମକୁ ଯତନେ,
ପ୍ରୀତିପୁଷ୍ପ ଶ୍ରୀଚରଣେ ଦେଇ ସଦା ସାଜିବି… |୨|

ତବ ସହବାସେ ଯୁବି-ତୁମ ବିନା ନ ଜାଣିବି,
ତବ ଗୁଣ ଗାନ ଗାଇ ଏ ଜୀବନ ଯାପିବି… |୩|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *