prabhu hai darashanara asare

ପ୍ରଭୁ ହେ ଦରଶନର ଆଶାରେ …
ଆସିଛି ମୁହଁ ମଙ୍ଗଳ ଉଷାରେ (୨ ଥର)
ମଙ୍ଗଳମୟ ଶ୍ରୀପଦ କଞ୍ଜରେ… |ଘୋଷା|

ସଂସାର ପଥ କଣ୍ଟକ ସିନା,
ଚଉଦିଗେ ଦିଶେ ଘୋର କାଳିମା
ନାହିଁ ଭରସା ତୁମରି ବିନା,
ଯେହେତୁ ମୁଁ ତୁମ ରୁରେ କିଣା… I୧|

ତୁମ ନାମେ ସର୍ବେ ଗାଉ ଜୟଗାନ,
କରି ପ୍ରଭୁ ତୁମ ପରଶ ଦାନ,
ଜୟ ଧ୍ବନି ଶବ୍ଦୀ ପୁରୁ ଏହି ଗଗନ
ନାଶ ହେଉ ପାପ କାଳିମା ଘନ… |୨|

ଧରଣୀ କୋଳେ ମୁଁ ଭ୍ରାନ୍ତ ପଥିକ
ଦେଖାଅ ହେ ତୁମରି ସେ ଆଲୋକ
ଭାସି ଭାସି ଶେଷେ ଆସିଛି ରାହା ଧରି
ଏ ଭୂବ ମାୟାରୁ କର ହେ ପାରି… |୩|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *