ପ୍ରଭୁଙ୍କର ପ୍ରଶଂସା ଗୀତି, ଆମେ ଯିବା ଗାଇ,
ଅନ୍ତରେ ସର୍ବେ କୁଶୀୟ ପ୍ରେମ ଭାବ ନେଇ… (ଘୋଷା)
ମହିମା ଗୌରବ ପ୍ରଭୁଙ୍କର,
ଧନ୍ୟବାଦ ସ୍ତୁତି କରି ନିରନ୍ତର
ପବିତ୍ରତା ସୌନ୍ଦର୍ଯ୍ୟରେ ଭଳିବା ଆମେ ଆମ୍ରାରେ
ଭକତି ସମ୍ଭାର ଅରପି ଦେଇ… I୧|
ଏ ଜଗତ ତାଙ୍କ ହସ୍ତକୃତ ନିରୂପିତ ସୂର୍ଯ୍ୟ, ଚନ୍ଦ୍ର ଓ ନକ୍ଷତ୍ର
ମଙ୍ଗଳ ଦାନେ ତାଙ୍କରି ଭରା ଜୀବନ ଆମରି
ଦିବା ନିଶି ସାଥେ ଅଛନ୍ତି ରହି… |୨|
ହେ ସର୍ବଦେଶୀୟ ସଦାପ୍ରଭୁ ତୁମରି
ଆଶ୍ରିତ ଅଟୁ ଆମେ ସବୁ
କଳୁଷିତ ଜଗତରେ ମୁକତି କେ ଦେଇପାରେ ?
ତୁମରି ବିହୁନେ ଆଉ କେ ନାହିଁ… |୩|
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.