dekho hai bhai agomana

ଦେଖ ହେ ଭାଇ-ଆଗମନ ଆସୁଛି ପାଖେଇ
ଦିଅ ତୁମ ନାମ ଲେଖାଇ,
ଜୀବନ ପୁସ୍ତକେ ଯାଇ … (ଘୋଷା)

ଜଗତ ରଙ୍ଗ ରସେ ତୁ ପାଗଳ ହୋଇ
ଯୀଶୁଙ୍କୁ ଭୁଲିଗଲୁ ନିଜକୁ ଭୁଲାଇ
ଯୀଶୁଙ୍କ ପଥ ଯୀଶୁଙ୍କ ବାକ୍ୟ ସଦା ତୁ ଶୁଣି
ଉପରି ମନେ ଦେଉଛୁ ଭାଇ ମୁଣ୍ଡ ହଲାଇ … |୧|

ଫେରିଆ ଫେରିଆ ତୁ ଅବିଳମ୍ବେ ଧାଇଁ
ଜଗତର ରଙ୍ଗ ରସ ପଛରେ ପକାଇ
ତୋ ବୃକ୍ଷ ମୂଳେ ଦା’ ଲଗାଇ ରହିଛୁ ଚାହିଁ
ଭୂଇଁରେ ତୋତେ ଦେବ ହଜାଇ ଜାଣୁ କି ତୁହି … |୨|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *