karunara sagara he jishu

କରୁଣାର ସାଗର ହେ ଯୀଶୁ, ଦିଅ ତୁମ କରୁଣା ଦାନ
ମହାନ ତୁମେ ଶାଶ୍ବତ ତୁମେ ଆଶିଷ ବୃଷ୍ଟି ଦିଅ ଏ ଜୀବନେ … (ଘୋଷା)

ବାକ୍ୟ ରୂପି ପରମେଶ୍ବର ତୁମେ
ଉଦ୍ଦୀପ୍ତ କର ଆମ ଅନ୍ତର
ହସି ଉଠୁ ଆଜି ଶୁଷ୍କ ପରାଶେ
ତୁମରି କରୁଣାର ପରଶେ … |୧|

ଅନାଦି ଅନନ୍ତ ତୁମ ପୂଜା ପାଇଁ
ସ୍ଵର୍ଗ, ମର୍ତ୍ତ୍ୟ, ଅର୍ଘ୍ୟ ଯୋଗ୍ୟ ନୁହଁଇ
କି ଦେଇ ପୂଜିବି ଅର୍ଜନା ତୁମରି
ସକଳେ ଆମେ ତୁମରି ସୃଷ୍ଟି … |୨|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *

One thought on “karunara sagara he jishu”