papinka nimante prabhu

ପାପୀଙ୍କ ନିମନ୍ତେ ପ୍ରଭୁ ସ୍ଵର୍ଗ ତେଜିଣ
ମହୀମଣ୍ଡଳେ ଲଭିଲେ ଦୁଃଖ କଷଣ (ଘୋଷା)

ସ୍ଵର୍ଗ ସୁଖ ତ୍ୟାଗ କରି, ନର ରୂପ ଦେହ ଧରି
ପ୍ରଭୁ ରାଜନ,
ଜଗଜ୍ଜନ ପାଇଁ ଆସି ମର୍ତ୍ତ୍ୟ ଭୁବନ …. |୧|

ଅବନୀରେ ହୋଇ ଜନ୍ମ ପ୍ରକାଶିଲେ ନିଜ ଧର୍ମ
ଦୟା କରିଣ,
ଅନ୍ଧକୁ ନୟନ ଦାନ, ମୃତକୁ ପ୍ରାଣ … |୨|

ଅବଶେଷେ କୁଶୋପରେ ଦୁଇ ଚୋରଙ୍କ ସଙ୍ଗରେ
ଖ୍ରୀଷ୍ଟ ରତନ,
ଯ୍ୟହୁଦୀ ଲୋକଙ୍କ ହସ୍ତେ ତେଜି ଜୀବନ …|୩|

ଆହା କି ଆଶ୍ଚର୍ଯ୍ୟ ପ୍ରେମ ଶତ୍ନ ଲାଗି ଦେଲେ ପ୍ରାଣ
ସେ ଦୟାବାନ,
କି କହିବି ତାଙ୍କ ଦୁଃଖ ଅତି ଦାରୁଣ … |୪|

ତାଙ୍କର ମରଣ କାଳେ, ଚନ୍ଦ୍ର ସୂର୍ଯ୍ୟ ସାକ୍ଷ ଦେଲେ
ଭୂ-କମ୍ପମାନ,
ମନ୍ଦିର ବିଚ୍ଛେଦବସ୍ତେ ଚିରେ ବହେନ … ।୫।

ପାପୀ ପ୍ରତି ଦୟା ବହି ନାନାମତ ଦୁଃଖ ସହି
ଭୋଗି ମରଣ,
ତିନି ଦିନେ କବରରୁ ଉଠିଲେ ପୁଣ … ।୬।

ଉତ୍ଥିତ ହୋଇ ଗଗନେ ଦେଖାଦେଇ ଶିଷ୍ୟଗଣେ
ସେ କୃପାବାନ,
ମେଘାରୂଢ଼େ ସ୍ଵର୍ଗପୁରେ କଲେ ଗମନ… ।୭।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *