priyatama jishu namo

ପ୍ରିୟତମ ଯୀଶୁ ନାମ ଭଜ ଭାଇ
ଭଜିଲେ ତା ଗୁଣ ସେହିତ ଜାଣଇ
କି ମଧୁର ସେ ତ ମନୋହର
କି ସୁନ୍ଦର ଅଟଇ ଅପାର
ସେ ଶାନ୍ତି ଆକର … (ଘୋଷା)

ଅନ୍ଧ ଦେଖେ ଛୋଟା ଚାଲେ
ମୁକ କଥା କହିପାରେ
ରୋଗଗ୍ରସ୍ତ ହୁଏ ସୁସ୍ଥ ମୃତ ପୁଣି ବଂଚିପାରେ
ଯୀଶୁ ନାମ ଶକତିରେ ଅସାଧ୍ୟ ନାହିଁ କିଛିରେ
ବିଶ୍ବାସୀ ପକ୍ଷରେ … |୧|

ଯୀଶୁ ନାମ ତରୀ ଅଟେ
ଏ ଭବ ପାପ ସାଗରେ
ସେହି ନାବେ ଆଶ୍ରା ନେଲେ
ପହଂଚିବ ସ୍ଵର୍ଗପୁରେ
ସେହି ତ ଦୃଢ଼ ଭରସା
ଅନାଥ ଜନର ଆଶା ଶରଣ ନିଅରେ… |୨|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *