madhura jishu priya jishu

ମଧୁର ଯୀଶୁ ପ୍ରିୟ ଯୀଶୁ
ବିରାଜ ମୋ ଅନ୍ତରେ … (ଘୋଷା)

ଚିର ଜୀବି ରୋଟି ତୁମେ
ଭୋଜନ ହୁଅ ଆମ
ଇଂଜି ତାହା ଲଭିବୁ ଆମେ
ଚିରନ୍ତନ ଜୀବନ … |୧|

ଚିର ଜୀବି ନୀର ତୁମେ
ପାନୀୟ ହୁଅ ଆମ
ପାନ କରି ଲଭିବୁ ଆମେ
ଚିରନ୍ତନ ଜୀବନ … |୨|

ପଥିକର ପଥ ତୁମେ
ଦେଖାଅ ମୁକ୍ତି ପଥ
ଯାତ୍ରୀ ହୋଇ ଲଭିବୁ
ଚିରନ୍ତନ ଜୀବନ … |୩|

ବିଶ୍ବାସୀର ସତ୍ୟ ତୁମେ
ଦେଖାଅ ସତ୍ୟାଲୋକ
ସତ୍ୟ କହି ଲଭିବୁ ଆମେ
ଚିରନ୍ତନ ଜୀବନ … |୪|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *