ଗାଅ ଗାଅ ହେ ଆନନ୍ଦେ ଜୟଗୀତ
ତ୍ରାତା ହୋଇଲେ ବେଥଲିହିମେ ଜାତ । ଘୋଷା ।
ଯାହାଙ୍କ ବିଷୟେ ଶାସ୍ତ୍ରେ ଥିଲା ଲିଖିତ,
ସୃଷ୍ଟି କାଳାବଧି ଯେ ଥିଲେ ପ୍ରତିଜ୍ଞାତ,
ଆସିଛନ୍ତି ସେହି ସୁସମାଚାର ନେଇ,
ପାପୀଙ୍କି ଈଶ୍ୱରଙ୍କ ସଙ୍ଗେ ଦେବେ ମିଳାଇ,
ଶୟତାନର ବଳ ଗର୍ବ କରିବେ ଖର୍ବ,
ଦୂର କରିବେ ପାପ ଉତ୍ପାତ । ୧ ।
କି ଆନନ୍ଦ ସୁସମ୍ବାଦ ଅଟଇ ଏହି !
ତ୍ରାଣକର୍ତ୍ତା ଆସିଛନ୍ତି ସ୍ୱର୍ଗୁ ଁ ଓହ୍ଲାଇ,
ମୃତ୍ୟୁଚ୍ଛାୟା ସ୍ଥଳୀରେ ଅଟନ୍ତି ଯେତେ ନରେ,
ଅବା ଯେତେକ ବସି- ଛନ୍ତି ଘୋର ଅନ୍ଧାରେ,
ତାଙ୍କଠାରେ ଆଲୁଅ ହୋଇଅଛି ଉଦୟ;
ଆସିଅଛନ୍ତି ମୁକ୍ତି ସହିତ । ୨ ।
ଦେଖ, ଜନ୍ମିଅଛନ୍ତି ତ୍ରାଣକର୍ତ୍ତା ଖ୍ରୀଷ୍ଟ,
ଶ୍ରାନ୍ତ ଭାରଗ୍ରସ୍ତ ହୁଅ ଅତ୍ୟନ୍ତ ହୃଷ୍ଟ,
ହେଉ ଜୟ ସ୍ୱର୍ଗରେ ଦୂତଗଣ ମଧ୍ୟରେ,
ହେଉ ଶାନ୍ତି କ୍ଷିତିରେ ମଙ୍ଗଳ ନରଠାରେ,
ଏ ସମାଚାର ଶୁଣି କର ହେ ଜୟଧ୍ୱନି;
ପାପ ତାପ ହେବ ପରାଜିତ । ୩ ।
Click the link below to listen full song and know the tune