ଚାହଁ ଚାହଁ ବାରେ ଆହେ ପାତକୀ ନରେ
ତୁମରି ମୁକତି ପାଇଁ ଯୀଶୁ କ୍ରୁଶୋପରେ । ଘୋଷା ।
ଜଗତ ପାପର ଭାର ମସ୍ତକେ କଣ୍ଟକ ହାର,
ଅଭିଶାପାନଳ ତୋର ନିଅନ୍ତି ବକ୍ଷରେ । ୧ ।
ରକ୍ତିମ ଶୋଣିତ ସ୍ରୋତ ବହିଯାଏ ଅବିରତ,
ହସ୍ତପଦ କଣ୍ଟାବିଦ୍ଧ ଭଗ୍ନ କଳେବରେ । ୨ ।
କଲେ ଦୁର୍ବୃତ୍ତ ଉପେକ୍ଷା “ନିଜେ ନ କଲ ସୁରକ୍ଷା”
ଆହା କଲେ ପାପୀ ରକ୍ଷା କ୍ଷମା ନିୟତିରେ । ୩ ।
ସବୁ କାଳର ବିଦ୍ରୋହ କରେ ତାଙ୍କ ଚିତ୍ତଦାହ
ଆହା ସୁଧାମୟ ସ୍ନେହ ଝରଇ ରୁଧିରେ । ୪ ।
ଅତୀତ କାଳ କଳୁଷ ସବୁ କରନ୍ତି ବିନାଶ,
ବିଶ୍ୱାସେ ପ୍ରେମ ପୀୟୁଷ ଯେ ନିଏ ଅଚିରେ । ୫ ।
କ୍ରୁଶ ପାଶେ ରହି ନିତ୍ୟ ଯାଉ ସଶଙ୍କିତ ଚିତ୍ତ
ମୁହିଁ ପାପୀ ଆଶାନ୍ୱିତ ସାରା ଜୀବନରେ । ୬ ।
One thought on “chahan chahan bare ahe patoki nare”
Anita Harijan