(ରାଗ – ନାଦନାମକ୍ରିୟା)
ଆହେ ଯୀଶୁ ଦୟାବନ୍,
ଦୟା ତୁମ୍ଭ ମୁକୁଟ ଭୂଷଣ,
ଦୟା କ୍ଷମା ସତ୍ୟ ଶାନ୍ତି ପ୍ରେମରେ ପୁର୍ଣ …. (ଘୋଷା)

ସ୍ଵର୍ଗ ସୁଖ ତେଜିଲ, ମଞ୍ଚ ଅବତରିଲ
ସାଧୁବାକୁ ମୋର ପରିତ୍ରାଣ,
ମୋର ଲଗା ହୋଇଲ, ମୋ ପାପେ ବଳି ହେଲ,
ମୋ ଦୁରିତ ଖଣ୍ଡିଲ, ଆହେ କୃପାବାନ,
ଆହେ କେଡ଼େ ପ୍ରେମ କଲ ଦେଇ ନିଜ ପ୍ରାଣ … |୧|

କୁନ୍ତୀ ଆଦି ରୋଗୀଙ୍କୁ ଭୂତଗ୍ରସ୍ତ ପ୍ରାଣୀଙ୍କୁ
ଆଜ୍ଞାମାତ୍ରେ କଲ ବିମୋଚନ,
ମୃତଜନଙ୍କୁ ପ୍ରାଣ, ଜନ୍ମାନ୍ଧଙ୍କୁ ନୟନ, ବଧୂରକୁ ଶ୍ରବଣ,
ପଲ୍ଲୀକୁ ଗମନ
ବିନାମୂଲ୍ୟ କଲି ଦାନ ହୋଇ କରୁଣ … |୧|

ପାପ-ତୁମେ ପୂରିତ ଥିଲା ଏହି ଜଗତ
ଘନ ଅମାନିଶାର ସମାନ,
ଧର୍ମ-ଭାନୁ ସଦୃଶ ତୁମ୍ଭେ ହୋଇ ପ୍ରକାଶ ପାପ-ତିମିର ନାଶ
କଲ ଦୀପ୍ତି ଦାନ,
ପୃଥିବୀରେ ମୁକ୍ତିରାଜ୍ୟ କଲ ସଂସ୍ଥାପନ … |୩|

ଧରିଛି ଶ୍ରୀପୟର ମୁଁ ପାପୀ ଦୁରାଚାର,
ତୁମ୍ଭ ବିନା ନାହିଁ ଗତି ଆନ,
ଘେନ ମୋ ଅନୁତାପ, ଫେଡ଼ ମୋ ଶୋକ ତାପ,
କ୍ଷମା କରି ମୋ ପାପ କର ଶାନ୍ତି ଦାନ,
ମାଗୁଅଛି ଏହି ବର ଆହେ କ୍ଷମାବାନ … |୪|

ସୂଚୀମାଳାକୁ ଫେରନ୍ତୁ

Leave a Reply

Your email address will not be published. Required fields are marked *