dharmo grantho bochono maala

ଧର୍ମଗ୍ରନ୍ଥ ବଚନମାଳା ! ଭବାବ୍ଧି ତରଣେ ତରୀ ହୋଇଲା, ଏ ଭବ-ଅରଣ୍ୟେ ପାପୀ ନରଗଣେ ତ୍ରାଣର ଆଲୁଅ ଉଦୟ କଲା । ଘୋଷା । ତହିଁ ପାପ ମୋଚନ ବାଟ ଅଛି ସ୍ପଷ୍ଟ ରୂପେ ପ୍ରକଟ; ତାହା ପାପୀ ମନ କରଇ ଫେରଣ, କରେ ନିବାରଣ ନରକ ଜ୍ୱାଳା । ୧ ।    ମଧୁଠାରୁ ଅତି ସୁମିଷ୍ଟ, ଶୁଦ୍ଧ ସୁବର୍ଣ୍ଣରୁ ସେ ଇଷ୍ଟ, ଧ ର୍ମଗ୍ରନ୍ଥ ବାଣୀ ଅତି ଶୁଦ୍ଧ ମଣି, ଅମୂଲ୍ୟ ରତନ ହୃଦୟ […]

aaji uthileni dharma bhanu

ଆଜି ଉଠିଲେଣି ଧର୍ମ-ଭାନୁ, ଅଳସେ ଶୟନ       କରିଛୁରେ ମନ, ତାହା କିରେ ତୁହି ଜାଣୁ ? । ଘୋଷା ।    କେତେ ନରନାରୀ ପ୍ରତି ନିମିଷେ ନାଶ ହେଉଛନ୍ତି କାଳର ଗ୍ରାସେ ! ସ୍ୱାର୍ଥ-ମଦିରା କି      ଅଚେତା କରାଇ ଜରାଉଥିବ ତୋ ତନୁ ? । ୧ । ଉଠ, ଉଠ, ମୋହ ନିଦ୍ରା ସମ୍ବର, ଜନ ହିତେ ମନ ନିବେଶ କର, ତୋଳି ପ୍ରେମ-ପୁଷ୍ପେ ଭକତି-ମଣ୍ଡପେ ପୂଜା କର ଭାଙ୍ଗି ଜାନୁ । ୨ […]

prabhu sabu to jaane mu je oporaadhi

ପ୍ରଭୁ, ସବୁ ତ ଜାଣ, ମୁଁ ଯେ ଅପରାଧୀ ଅକିଞ୍ଚନ, ନାହିଁ ଧର୍ମ କର୍ମ ଜ୍ଞାନ ପୁଣ୍ୟ । ଘୋଷା । ପାପ ପୁରୁଷର ଖର ଶାଣ ଶର ବରଷି  ବିଜୁଳି ସମ ବିଦାରି ଅନ୍ତର ଶାନ୍ତି କରେ ଦୂର ସମ୍ବଳ ମାତ୍ର କ୍ରନ୍ଦନ । ୧ ।    ବିଷୟ ଜଞ୍ଜାଳ କାମନା ଗରଳ ଘାରି ଦିଏ ନିଶିଦିନ ପ୍ରତିହିଂସା ବିଷ ଆଳସ୍ୟ ବିଳାସ ଜୀବନ କରି ଆଚ୍ଛନ୍ନ । ୨ ।    ଶ୍ରୀଚରଣ […]

mone mone paapo no koro

ମନେ ମନେ ପାପ ନ କର । ଘୋଷା । କେ ଜାଣୁ ନାହିଁ ବୋଲି କେବେ ତୁ ନ ଯା’ ଭୁଲି, ପ୍ରଭୁ ଦେଖୁଛନ୍ତି ତୋର ଅନ୍ତର । ୧ । ମନ ମୂଳ ପାପର ମଞ୍ଜି ଯେହ୍ନେ ଫଳର, ମନ ସିନା ହେବ ଜବାବଦାର । ୨ । ପର ଅନିଷ୍ଟ ଚିନ୍ତା ପରଶ୍ରୀକାତରତା, ମନରୁ ଏ ପାପ କର ବାହାର । ୩ । କୁଦୃଷ୍ଟି ଅନୁରକ୍ତି      କୁତ୍ସିତ କଥାଶକ୍ତି, ଏଥିରେ ହୁଅଇ […]

koribi ki pori ede ghoro duskormo

କରିବି କିପରିରେ ଏଡ଼େ ଘୋର ଦୁଷ୍କର୍ମ  ଅମର ଈଶ୍ୱରଙ୍କ ଦୃଷ୍ଟିରେ ହେ ? ମୋର ଦୃଢ଼ ନିୟମ ଲଙ୍ଘିବି ମୁଁ କେସନ ଯାହା କରିଛ ତାଙ୍କ ଛାମୁରେ ହେ ? । ଘୋଷା ।    ସେ ମୋ ପରମ ପିତା, ସର୍ବ ମଙ୍ଗଳ ଦାତା, କରିଛନ୍ତି କି କୃପା ମୋ ପରେ ହେ! ବିରୁଦ୍ଧରେ ତାଙ୍କରି ପାରିବି କି ମୁଁ କରି ଏଡ଼େ ପାପ ମୋ ଶତ୍ରୁ ଶିକ୍ଷାରେ ହେ ? । ୧ ।  […]

khristo punyo re to papo hebo duro

ମନ ମୋର ଖ୍ରୀଷ୍ଟ ପୂଣ୍ୟରେ ତୋ ପାପ ହେବ ଦୂର ରେ । ଘୋଷା । କାହିଁକିରେ ମନ ଡରୁ ଆଉ ? ଖ୍ରୀଷ୍ଟ ପ୍ରେମ ତୁଲ୍ୟ ନାହିଁ ଆଉ ସତ୍ୟ ପ୍ରକାଶନେ ପାପୀ ଉଦ୍ଧାରଣେ ଏ ମଞ୍ଚେ ଜନମି ଥିଲେ ସେହୁ ରେ । ୧ । ତାଙ୍କ ଆଜ୍ଞା ନାନା ଶସ୍ତ୍ର ପରି; ମନରେ ରଖ ତୁ ଯତ୍ନ କରି; ପାପ ଦୁଷ୍ଟ ଶୟତାନ ଜଗଜ୍ଜନ ନ ପାରିବେ ତୋତେ ଜୟ କରି ରେ […]

chaalo trano potokaa dhori

ଚାଲ ତ୍ରାଣ-ପତାକା ଧରି ଯୀଶୁ ବଳେ ଦୃଢ଼ ନିର୍ଭର କରି । ଘୋଷା । କର ମଳିନ ବସ୍ତ୍ର ତ୍ୟାଗ, ଖ୍ରୀଷ୍ଟ ରୂପ ବସ୍ତ୍ରେ ହୁଅ ହେ ସଜ; ଯୀଶୁ ନାମେ ଧରି ବିଶ୍ୱାସର ଢାଲ ଆଗ ବଢ଼ି ଚାଲ ସାହସ କରି । ୧ । ପଥେ ଅଛି ଆପଦ ଘେରି, ଲାଗିଅଛି ପୁଣି ସମର ଭାରି; ଶତ୍ରୁ ଶୟତାନ ପାପ ମୃତ୍ୟୁ ପୁଣ ବସିଣ ଅଛନ୍ତି ପଥ ଓଗାଳି । ୨ ।   […]

koru ki naahun re mono doshi tu aaponaaku

କରୁ କି ନାହୁଁରେ ମନ ଦୋଷୀ ତୁ ଆପଣାକୁ ଅବିରତ ଭୁଲି ସେହି ପ୍ରିୟତମ ତ୍ରାତାଙ୍କୁ ? । ଘୋଷା । କେଡ଼େ ନିଶ୍ଚିନ୍ତ ରହିଛୁ ସୁଖେ ସମୟ କାଟୁଛୁ ! ଗଞ୍ଜଣା ଦିଏ କାହିଁକି ବିବେକ ତୋ ମନକୁ ? । ୧ । କନ୍ୟା କି ନିଜ ଭୂଷଣ କେବେ ହୁଏ ବିସ୍ମରଣ ? କେମନ୍ତେ ଭୁଲି ରହିଛୁ ନିଜ ପ୍ରାଣପତିଙ୍କୁ ? । ୨ । ନେତ୍ର ପିତୁଳି ସମାନ କରନ୍ତି ସେ […]

aaha! jebe mono moro huoantaa dhorme susthiro

ଆହା ! ଯେବେ ମନ ମୋର ହୁଅନ୍ତା ଧର୍ମେ ସୁସ୍ଥିର, କିପରମାନନ୍ଦ ଜାତ ହୁଅନ୍ତା ତହୁଁ ମୋହର ! । ଘୋଷା ।    ଚଞ୍ଚଳ ମୋହର ମନ ଘନେ ବିଦ୍ୟୁତ ସମାନ, ମୋହରି ଧର୍ମ ଆବର ଯେହ୍ନେ ପ୍ରତ୍ୟୁଷ କାକର । ୧ ।    ସମଭାବେ ଧର୍ମ ପ୍ରତି ନିତି ନ ଥାଏ ମୋ ମତି, କ୍ଷୟ ବୃଦ୍ଧି ନିରନ୍ତର ଯେହ୍ନେ ହୁଏ ସୁଧାକର । ୨ ।    ପ୍ରବର୍ତ୍ତିଲେ ପ୍ରାର୍ଥନାରେ ଭ୍ରମେ […]

chaalo premo poche godaayee

ଚାଲ ପ୍ରେମ ପଛେ ଗୋଡ଼ାଇ ପ୍ରଭୁ ଯୀଶୁ ପ୍ରେମ ଉପମା ଚାହିଁ । ଘୋଷା । କର ଏକ ଆରେକ ପ୍ରେମ, ଖ୍ରୀଷ୍ଟଙ୍କର ଏହି ନୂଆ ବିଧାନ; ଅଟେ ପରସ୍ପର ପ୍ରେମ ବ୍ୟବହାର ଖ୍ରୀଷ୍ଟଙ୍କ ଶିଷ୍ୟର ଲକ୍ଷଣ ଏହି । ୧ ।    ଦେଖ ତାହାଙ୍କ ମହା ପ୍ରେମ, ପ୍ରେମେ କଲେ ସେ ନିଜ ପ୍ରାଣ ଦାନ; ତାଙ୍କର ବିଧାନ କର ହେ ପାଳନ, ପ୍ରେମେ ହେଉ ସବୁ ନିଷ୍ପନ୍ନ ଭାଇ । ୨ ।  […]