jishunka naamo koro hai mala

ଯୀଶୁଙ୍କ ନାମ କର ହେ ମାଳା, ଘୁଞ୍ଚିଯିବ ମନୁଁ ପାପ ଜ୍ୱାଳା । ଘୋଷା । ଯୀଶୁ ପ୍ରିୟନାମ କେତେ ମନୋରମ, ଉପମାରେ ନାହିଁ ତାର ପରା; ମୋ କର୍ଣ୍ଣେ ଅତ୍ୟନ୍ତ ଲାଗଇ ସୁମିଷ୍ଟ ତାଙ୍କର ସୁନ୍ଦର ନାମମାଳା । ୧ । ତାଙ୍କ ପ୍ରିୟ ନାମ ତାଙ୍କ ମହାଗୁଣ ନ କର ରେ ମନ କେବେ ହେଳା; ଘୁଞ୍ଚାଇ ଦୁର୍ଗତି ଦେଇ ମନେ ଶାନ୍ତି ବିନାଶନ୍ତି ଘୋର ପାପ-କଳା । ୨ । ଧନ୍ୟ ତାଙ୍କ […]

kede mistha bani sunili ki hrusto heli

କେଡ଼େ ମିଷ୍ଟବାଣୀ ଶୁଣିଲି ! କି ହୃଷ୍ଟ ହେଲି ! ଦହନ କାଳରେ ହିମଲେପ ସମ ମଣିଲି । ଘୋଷା । ପୂର୍ଣ୍ଣାନୁଗ୍ରହ ଆମ୍ଭର   ତୁମ୍ଭର ପାଇଁ ପ୍ରଚୁର  ମୋ ପ୍ରଭୁଙ୍କ ଏ ବଚନ ମୋ ପାଇଁକି ଜାଣିଲି । ୧ । କେଡ଼େ ସୁମିଷ୍ଟ ବଚନ !          କେବେ ନୋହିଲା ଶ୍ରବଣ, ମାନବ ଉକ୍ତି ତା ତୁଲ୍ୟ ନୋହିବ ମୁଁ ବୁଝିଲି । ୨ । ରୌପ୍ୟ ନିର୍ମିତ ପାତ୍ରରେ ସୁବର୍ଣ୍ଣ ଫଳ ପରିରେ, ନୟନକୁ […]

he ishwara tumbho paase kaahaaro hoibo baaso

ହେ ଈଶ୍ୱର, ତୁମ୍ଭ ପାଶେ କାହାର ହୋଇବ ବାସ ? ତୁମ୍ଭ ଅନୁଗ୍ରହ କେହୁ ପାଇବ ସ୍ୱର୍ଗ ନିବାସ ? । ଘୋଷା । ଯେ ଜନ ସରଳାଚାରୀ, ସଦା ଧର୍ମକର୍ମକାରୀ, ଅନ୍ତରେ ସତ୍ୟବାଦୀ ଯେ ହୁଏ ସିଦ୍ଧ ପୁରୁଷ । ୧ । କାହାର ନ କରେ ଗ୍ଳାନି ମିତ୍ରର ନ କରେ ହାନି, ପ୍ରତିବାସୀ ଅପବାଦ ନ କରେ କାହାରି ପାଶ । ୨ । କୁଜନକୁ ଅନାଦର, ସାଧୁଜନେ ସମାଦର, ଧ ର୍ମାଧର୍ମ […]

dhanya ishwaraasrito jono

ଧନ୍ୟ ଈଶ୍ୱରାଶ୍ରିତ ଜନ, ଧ ନ୍ୟ ଧନ୍ୟ ସଦା ଧନ୍ୟ, ଧନ୍ୟ ତାହାର ଜୀବନ । ଘୋଷା ।    କି ସୁଖ ବଚନ, ଅଭିମାନ ଶୂନ୍ୟ ଲୋକେ ଅଟନ୍ତି ଧନ୍ୟ; ଅନୁଗ୍ରହର ଭଣ୍ଡାର ସେମାନଙ୍କ ଅଧିକାର, ସ୍ୱର୍ଗପୁରରେ ରକ୍ଷିତ ଜୀବନ ମୁକୁଟ ଜାଣ । ୧ । ପୁନର୍ବାର ଶୁଣ, ଭଗ୍ନାନ୍ତଃକରଣ ଲୋକେ ଅଟନ୍ତି ଧନ୍ୟ, ପାପ ପାଇଁ ଯେଉଁ ଜନ କରଇ ଖେଦ କ୍ରନ୍ଦନ, ହୁଏ ତା ପାପ ମୋଚନ, ପାଏ ପୂର୍ଣ୍ଣ ଶାନ୍ତି […]

dhanya dhanya khristiano kede bhagyo bano hai

ଧନ୍ୟ ଧନ୍ୟ ଖ୍ରୀଷ୍ଟିୟାନ କେଡ଼େ ଭାଗ୍ୟବାନ ହେ । ଘୋଷା । ନାହିଁ ସିନା ତାର ରାଜ୍ୟ ସିଂହାସନ ଜଗତର ସୁଖ୍ୟାତି ସମ୍ଭ୍ରମ ଧନ, ତଥାପି ତାହାକୁ ସରି ହୋଇବାକୁ ଅଟଇ କେଉଁ ରାଜନ ହେ      । ୧ ।    ଅଛି ତାର ଯେଉଁ ଉତ୍ତମାଧିକାର ଜଗତ ଜାଣିବେ କାହୁଁ ମୂଲ୍ୟ ତାର, ତାଙ୍କ ଇଷ୍ଟ ସିନା ଅଷ୍ଟରତ୍ନ ସୁନା, ଏତ ମୂଲ୍ୟେ ଅତି ହୀନ ହେ । ୨ ।    ଦେଖ ଜଗତର […]

aaha ki subho dino mono pherono boro mu heli prapono

ଆହା କି ଶୁଭ ଦିନ ! ମନଫେରଣ ବର ମୁଁ ହେଲି ପ୍ରାପଣ । ଘୋଷା ।    କି ଭାଗ୍ୟବାନ ମୁହିଁ ! ହେଲି ଈଶ୍ୱରଙ୍କ ସଙ୍ଗେ ମିଳିତ ଯାଇ; ଯୀଶୁରେ ହେଲି ସଂଯୁକ୍ତ ଦ୍ରାକ୍ଷାଲତା ଶାଖାମତ, ସ୍ୱର୍ଗ-କପୋତ ମନେ କଲେ ଅଧିଷ୍ଠାନ । ୧ ।    କେଡ଼େ ମିଷ୍ଟସ୍ୱରରେ ଗାୟନ କରନ୍ତି ଦୂତେ ଅମରପୁରେ !  କରି ମୋତେ ଦୃଷ୍ଟିପାତ ହୁଅନ୍ତି କି ଆନନ୍ଦିତ ! ମର୍ତ୍ତ୍ୟପୁରେ ସାଧୁଗଣ କରନ୍ତି ଗାନ । […]

kimpaa nimagna hebi mu bipodore

କିପାଁ ନିମଗ୍ନ ହେବି ମୁଁ ବିପଦରେ ? କେଡ଼େ ଶାନ୍ତି ମିଳଇ ଧର୍ମ ପଥରେ । ଘୋଷା ।    ଈଶ୍ୱର ଅଟନ୍ତି ମୋର ଦୃଢ଼ ଆଶ୍ରୟ, ଦୂର ହୋଇବ ମୋହର ସକଳ ଭୟ; କିପାଁ ଅଭାବ ଆର ? ସେ ପାଳକ ମୋହର, ସ୍ଥିର ଜଳ ନିକଟେ   ଚରାଇବେ ସେ ମୋତେ, ତାଙ୍କ ବାଡ଼ି ପାଞ୍ଚଣ   କରିବ ଶାନ୍ତି ଦାନ, ସଦା ହୋଇବେ ମୋର ସଙ୍ଗରେ । ୧ ।    ଯୀଶୁ ମୋହର ତାରକ, […]

mono aatma jishunku debi tanku sebibi

ମନ ଆତ୍ମା ଯୀଶୁଙ୍କୁ ଦେବି, ତାଙ୍କୁ ସେବିବି; ସବୁ ବଳ ବୁଦ୍ଧି ପ୍ରାଣ ଦେଇ ପ୍ରେମ କରିବି । ଘୋଷା । ଯୀଶୁ ମୋର ସୃଷ୍ଟିକର୍ତ୍ତା, ମୋ ଆତ୍ମାର ସେ ବେବର୍ତ୍ତା; ତାଙ୍କ ହସ୍ତେ ସବୁ ଭାର ଦେଇ ଶାନ୍ତି ଭୋଗିବି । ୧ । ଯୀଶୁ ମୋ ଜୀବନାକର, ସତ୍ୟ ଜ୍ୟୋତିଃ ସେ ମୋହର; ଜୀବନ ଜ୍ୟୋତିଃ ଶକ୍ତିରେ ନିତ୍ୟଜୀବୀ ହୋଇବି । ୨ । ଯୀଶୁ ମୋତେ ପ୍ରେମ କଲେ, ମୋ ପାଇଁ ସେ […]

ki sukhodaayoko potho koroyee ki aanondito

କି ସୁଖଦାୟକ ପଥ, କରଇ କି ଆନନ୍ଦିତ, ଅଟଇ କି ଶାନ୍ତିଯୁକ୍ତ ତାହାର ସକଳ ପଥ । ଘୋଷା । ଧ ର୍ମ ପଥେ ଆଶୀର୍ବାଦ ଜନ୍ମାଏ କେଡ଼େ ଆହ୍ଲାଦ, ଘୁଞ୍ଚାଏ ସର୍ବ ପ୍ରମାଦ କରଇ କି ହୃଷ୍ଟ ଚିତ୍ତ । ୧ ।    ରକ୍ଷା କରେ ପରୀକ୍ଷାରୁ, ଉଦ୍ଧାରଇ ବିପଦରୁ, ଫେରାଏ ପାପ ମନ୍ଦରୁ, ଦାନ କରେ ଶାନ୍ତି ଚତ୍ତ । ୨ ।    ଥ ôଲେ ଘୋର ବନ୍ଧନରେ ଅଥବା ସିଂହ […]

jishunka kara mukuto bhushana

ଯୀଶୁଙ୍କ କର ମୁକୁଟ ଭୂଷଣ । ଘୋଷା । ଜୟ ହେଉ ତାଙ୍କ ନାମର ବଳ, ଭୂମିଷ୍ଠ ହେଉନ୍ତୁ ଦୂତ ସକଳ, ରାଜମୁକୁଟ କରି ଆନୟନ କର ତାହାଙ୍କୁ ମୁକୁଟ ଭୂଷଣ । ୧ । ଧ ର୍ମ ଲାଗି ହତ ଯେତେକ ଭକ୍ତ, ବେଦି ତଳୁଁ ଡାକେ ଯାହାଙ୍କ ରକ୍ତ, ଯିଶିର ଗଣ୍ଡି ଶାଖା ଯା’ଙ୍କ ନାମ କର ତାହାଙ୍କୁ ମୁକୁଟ ଭୂଷଣ । ୨ ।    ହେ ଇସ୍ରାୟେଲ ମନୋନୀତ ବଂଶ, ଯେ […]