mohono jishu hrudaya dhana
ମୋହନ ଯୀଶୁ ହୃଦୟ ଧନ, ହୃଦ ଗଗନେ ଆସ ଗୋ ଉଇଁ, କାଳିମାଭରା ହୃଦୟ ମୋର ଚାହିଁ ବସିଛି ତୁମରି ପାଇଁ । ଘୋଷା । ପ୍ରେମ-ଜାଗର ଜାଳିଛି ସଖା ତୁମ ପୀରତି ହୃଦୟେ ଭରି, ମାଳା ଗୁନ୍ଥିଛି ପ୍ରେମ ସୁମନେ, ଦେବି ଗଳାରେ ହୃଦୟ ସାଇଁ । ୧ । ସବୁରି କଣ୍ଠେ ମୋହନ ଗୀତି ବାଜି ଉଠେଗୋ ତୁମରି ଲାଗି, ଭକତି ଅଞ୍ଜଳି ପୀରତି ଢାଳି ଚରଣ ତୁମ ଦେବା ଗୋ […]
jaya jaya jishu jaya jaya jishu
ଜୟ ଜୟ ଯୀଶୁ, ଜୟ ଜୟ ଯୀଶୁ, ତୁମ୍ଭ ନାମେ ଉଠୁ ଜୟ ଜୟକାର, ତୁମ୍ଭେ ସତ୍ୟ, ଶାନ୍ତି, ଜୀବନ, ମୁକ୍ତି, ତୁମେଇ ଦ୍ୱାର । ଘୋଷା । ପାପୀର ପାପ ଦୁଃଖ ହରତା, ହୃଦୟରେ ଶାନ୍ତି ଶକତିଦାତା, ଆହେ ମନୋରଞ୍ଜନ, ସର୍ବ ଦୁଃଖ ଭଞ୍ଜନ, ଉଠୁ ଜୟକାର, ତୁମେ ସତ୍ୟ, ଶାନ୍ତି, ଜୀବନ, ମୁକ୍ତି, ତୁମେଇ ଦ୍ୱାର । ୧ । ସ୍ୱାର୍ଥର ଯୁଦ୍ଧ, ପାପର ଦ୍ୱନ୍ଦ୍ୱ, ଦୂରେ ଯାଉ ମନ୍ଦ, ଶଠତା, ଛନ୍ଦ, […]
khristo sabu re sabu atanti more
ଖ୍ରୀଷ୍ଟ ସବୁରେ ସବୁ ଅଟନ୍ତି ମୋର ତେବେ କି ଅଭାବ ମୋର କି ଚିନ୍ତା ଆର ! । ଘୋଷା । ଶତ୍ରୁଗଣ ଦମନାର୍ଥେ ସେହି ବଳ ମୋହର, ଅନ୍ଧାରେ ଅଟନ୍ତି ସେହି ମୋର ମିହିର । ୧ । ଦୁର୍ବଳତାରେ ମୋହର ଅଟନ୍ତି ସର୍ବ ବଳ, ଅଭାବରେ ସେହି ମୋର ସର୍ବ ନିର୍ଝର । ୨ । ପରିଶ୍ରମେ ମୋ ବିଶ୍ରାମ ରୋଗରେ ଉପଶମ, କ୍ଷତିରେ ଲାଭ ମୋର କ୍ଳେଶରେ ମଙ୍ଗଳ । […]
dino mo sofolo hela
ଦିନ ମୋ ସଫଳ ହେଲା, କି ମଙ୍ଗଳ ପ୍ରାପ୍ତ ହେଲା । ଘୋଷା । ଖ୍ରୀଷ୍ଟ ମୋର ଜୀବଧବ, ତାଙ୍କ ସଙ୍ଗେ ମୋର ଭାବ, ଭାବରୁ ଅଶେଷ ସୁଖ, ଜନ୍ମଇ ପରମ ଲାଭ ା ୧ । ଯାଉ ଏ ସୁଖ ସମ୍ପତ୍ତି ଖ୍ରୀଷ୍ଟ ସଙ୍ଗେ ମୋର ପ୍ରୀତି, ଅନ୍ୟରେ ନ ମଜ୍ଜୁ ମତି, ସେହି ସିନା ପ୍ରାଣପତି ା ୨ । ତାଙ୍କର ସୌନ୍ଦର୍ଯ୍ୟ ଗୁଣ ଦିଶୁଥାଏ ଅନୁକ୍ଷଣ, ନ ପଡ଼େ ନେତ୍ର ପଲକ […]
mo jishu raajono binaa mo jibono brutha sina
ମୋ ଯୀଶୁ ରାଜନ ବିନା ମୋ ଜୀବନ ବୃଥା ସିନା ହେ । ଘୋଷା । ସେହି ମୋର ପ୍ରାଣଧନ, ସେହି ଅନନ୍ତ ଜୀବନ ପୁଣି ସେହି ମୋର ନିତ୍ୟ ଭାବନା । ୧ । ଯଦି ସ୍ୱର୍ଗେ ବାସ ମୋର, ଦୂତ ସାଧୁଙ୍କ ସଙ୍ଗର, ମୋର ଯୀଶୁ ବିନା ନାହିଁ ସାନ୍ତ୍ୱନା । ୨ । ପାଇଲେ ସର୍ବ ଜଗତ, ତହିଁ ମନ ନାହିଁ ତୃପ୍ତ, ମୋର ଖ୍ରୀଷ୍ଟାଭାବେ ସଦା ଶୋଚନା । ୩ । […]
kaha paase mu saahose hai
କାହା ପାଶେ ମୁଁ ସାହସେ ହେ ଯାଇପାରେ ଏ ଦୁର୍ଭାଗ୍ୟ କୁବେଶେ । ଘୋଷା । ତାଳୁ ତଳିପା ଯାଏ ସର୍ବାଙ୍ଗେ ଘା ବ୍ରଣ ପୂରିଛି ମୋ ଅଙ୍ଗେ, ମୁହିଁ ଘୃଣିତ ଅଟେ ତା ବାସେ । ୧ । ଆଚ୍ଛାଦନ ନାହିଁ, ମୁଁ ଉଲଙ୍ଗ, ରୂପ ମନ ମୋର ବିଭଙ୍ଗ, ଚଉଦିଗ ଘେରୁଛି ନିରାଶେ । ୨ । ଧର୍ମ କର୍ମ ନାହିଁ, ମୁଁ ଅଜ୍ଞାନ, ପାପେ ବହିଗଲା ମୋ ଦିନ, ଦହି ହେଉଅଛି ପାପ […]
bhaya bhraanti kaahinki
ଭୟ ଭ୍ରାନ୍ତି କାହିଁକି ? ଯୀଶୁଙ୍କ ବଳେ ତୋ ବିଶ୍ୱାସ ନାହିଁକି ? ଯୀଶୁ ଦୟାର ସାଗର, ନରେଶ୍ୱର ଅବତାର, ବହି ତୋର ପାପ ଭାର ବଳୀକୃତ ନୋହିଲେ କି ? ା ଘୋଷା । ତୋର ସର୍ବ ଦୂରିତ ତାହାଙ୍କ ରକ୍ତେ ହୋଇଯିବ ମାର୍ଜିତ ମୃତକୁ ସେ ପ୍ରାଣ ଦେଲେ, ଈଶ୍ୱରୀୟ କର୍ମ କଲେ, ମୃତ୍ୟୁର ବଳ ଭାଙ୍ଗିଲେ, ଡରୁଛୁ ଆଉ କାହିଁକି ? । ୧ । ବନ୍ଧୁ ଜ୍ଞାତି ଛାଡ଼ିଲେ, ଆତ୍ମୀୟ […]
bhito ki paayeen nitya biartha he
ଭୀତ କିପାଇଁ ନିତ୍ୟ ବିଅର୍ଥ ହେ ହୋଇଛି ଚିତ୍ତ ଯେବେ ମୋର ଖ୍ରୀଷ୍ଟେ ଅର୍ପିତ ହେ । ଘୋଷା । ବିଶ୍ୱସ୍ତ ସେହି ଦୟାରେ ଭୂଷିତ, ଭାଷିତ ବଚନ ଅଟଳ ଅନନ୍ତ; ହେଲେ ପର୍ବତ ପୃଥିବୀ ଅନ୍ତ, ତାଙ୍କ କୃପାକୁ ଅଜ୍ଞାତ ା ୧ । ସମ୍ପୂର୍ଣ୍ଣ ବଳେ ସେହି ବଳବାନ, ସମାନ ହେବେ କି ଏ ଭୂବନ ଜନ; କେହୁ ସମର୍ଥ କରି କିଞ୍ôଚତ କ୍ଷତି ଯେ ଜନ ତାଙ୍କ ଆଶ୍ରିତ ା ୨ । […]
ke debo dondaagya probhu mononito lokonku
କେ ଦେବ ଦଣ୍ଡାଜ୍ଞା ପ୍ରଭୁ-ମନୋନୀତ ଲୋକଙ୍କୁ ? କେ କରିବ ଅପବାଦ ଖ୍ରୀଷ୍ଟ-କ୍ରୀତ ସାଧୁଙ୍କୁ ? । ଘୋଷା । ତାଙ୍କ ପାପ ଈଶ୍ୱର କରନ୍ତି ବହୁ ଦୂର, ଧ ।ର୍ମିକ କରି ଗଣନ୍ତି ଖ୍ରୀଷ୍ଟ ହେତୁ ତାହାଙ୍କୁ । ୧ । ଖ୍ରୀଷ୍ଟ ଦେଲେ ଜୀବନ ପୁଣି ହେଲେ ଉତ୍ଥାନ, ସ୍ୱର୍ଗେ ପ୍ରାର୍ଥନା କରନ୍ତି ବିପଦୁଁ ତାରିବାକୁ । ୨ । ଖ୍ରୀଷ୍ଟ ଯେଉଁ ପ୍ରେମରେ ମରିଛନ୍ତି କ୍ରୁଶରେ, କେ ପାରିବ ତା’ […]
khriste mo biswaaso jebe huontaa susthiro
ଖ୍ରୀଷ୍ଟେ ମୋ ବିଶ୍ୱାସ ଯେବେ ହୁଅନ୍ତା ସୁସ୍ଥିର ଆହା କି ଆନନ୍ଦ ମନେ ଜନ୍ମନ୍ତା ମୋହର । ଘୋଷା । ପାପର ସ୍ମରଣ କଲେ ଭୟ ଜନ୍ମ କ୍ରୁଶ ପ୍ରତି କରି ଦୃଷ୍ଟି କରନ୍ତି ତା ଦୂର । ୧ । ସଂସାରର ପ୍ରେମ କଲେ ଆକର୍ଷଣ ଖ୍ରୀଷ୍ଟ ମୁଖ ଦେଖି ତାକୁ ମଣନ୍ତି ଅସାର । ୨ । ଦୁଃଖର ଲହଡ଼ି ପକାଇଲେ ମାଡ଼ି ନିଶ୍ଚେ ତାକୁ ଏଡ଼ି ପୁଣି ଉଠାନ୍ତି ମୁଁ ଶିର […]