ଆହେ ଧର୍ମାତ୍ମା, କରି କୃପା ପ୍ରକାଶନ aahe dharmatmaa kari krupaa prokaashono

ଆହେ ଧର୍ମାତ୍ମା, କରି କୃପା ପ୍ରକାଶନ କର ମୋ ମନେ ସ୍ଥାପନ ତବ ସିଂହାସନ । ଘୋଷା । ତୁମ୍ଭେ ହେ ପ୍ରବୋଧକର୍ତ୍ତା,          ପାପ ପୂଣ୍ୟ ବୋଧ ଦାତା, ତୁମ୍ଭେ ଅଟ ପୂର୍ଣ୍ଣ ତେଜୋବାନ, ତବ ଆଲୁଅ କିରଣ  ପ୍ରକାଶି ହୃଦେ ବହନ କର ମୋର ମହା ଘୋର ତମ ବିନାଶନ   ା ୧ । ପ୍ରଭୁ ପ୍ରତି ପ୍ରେମ-ଭକ୍ତି           ହେଉ ମୋ ହୃଦେ ଉତ୍ପତ୍ତି ଦୂର ହେଉ ସବୁ ପାପ-ପ୍ରେମ, ଏହି ମୋ ଶିଥିଳ ପ୍ରାଣ           […]

ଦୁଃଖହାରୀ ବନ୍ଧୁ ମମ କେହି ନାହିଁ ଯୀଶୁ ବିନେ, dukhohaari bondhu mom kehi naahi jishu bine

ଦୁଃଖହାରୀ ବନ୍ଧୁ ମମ କେହି ନାହିଁ ଯୀଶୁ ବିନେ, ଦୁଃଖ-ରାତି ସୁଖେ ଭାତି ଫୁଟି ଉଠେ ଜୀବନେ ା ଘୋଷା । ଯେବେରେ ହୃଦୟାକାଶେ ବାଦଲ ଘନାଇ ଆସେ, କିଏ ଆସି ହସି ହସି ଦୁଃଖ ହରେ ତତ୍‌କ୍ଷଣେ           ା ୧ ।    ଯେବେରେ ମରୁର ବାଆ ପୋଡ଼ି ଜାଳି ଦିଏ  ଆହା ସରସ ସପନ ଯେତେ ରଙ୍ଗ ରଙ୍ଗ ଛବି ନୂଆ ସେ ମୋର ଯୀଶୁରେ ଭାଇ ମୋହନ ପରଶ ଦେଇ  ବୁକୁ ପରେ […]

କି ବୁଦ୍ଧି କରିବି, କେଉଁଠାକୁ ଯିବି, କାହା  ଆଗେ କହିବି, ki budhi koribi keu thaaku jibi

କି ବୁଦ୍ଧି କରିବି, କେଉଁଠାକୁ ଯିବି, କାହା  ଆଗେ କହିବି, ଅନ୍ତର ବେଦନା, ମନର ଭାବନା, ହୃଦଫେଡ଼ି କାହା ଆଗେ ଜଣାଇବି ? । ଘୋଷା । କେ ନେବ ମୋ ଦୁଃଖ, ଦେବ ମୋତେ ସୁଖ ହୋଇ ପ୍ରସନ୍ନମୁଖ, ମୋ ଚିନ୍ତାର ଭାର ପାପ ଦୁରାଚାର ଖଣ୍ଡିବାକୁ କାହା ପାଦେ ମୁଁ ଥୋଇବି ? ମୋ ମତି ଚଞ୍ଚଳ, ତଡ଼ିତୁଁ ଚପଳ, ଭ୍ରମୁଥାଏ ତ୍ରିକାଳ, ମୋର ନାହ ିଁବଳ, ମୁଁ ଅତ ିବିକଳ, କାହାବଳେ ତାକୁ […]

ଜଣାଇବି ଆଉ କାହା ଆଗରେ ମୋର ଦୁଃଖ ପ୍ରଭୁ ବିହୁନରେ ହେ jonaayeebi aau kaaha aagore moto dukho probhu bihune

ଜଣାଇବି ଆଉ କାହା ଆଗରେ ମୋର ଦୁଃଖ ପ୍ରଭୁ ବିହୁନରେ ହେ । ଘୋଷା । ଦୀନହୀନ ବନ୍ଧୁ ସେହି କୃପାସିନ୍ଧୁ, ଦୃଢ଼ଗଡ଼ ଦୁର୍ଦ୍ଦଶାରେ, ଡାକନ୍ତି ପ୍ରତ୍ୟେକ ଖେଦିତ ଲୋକଙ୍କୁ ଆସିବାକୁ ଶ୍ରୀଛାମୁରେ ହେ । ୧ । ତାଙ୍କ ଦୟାସନ ଦୁଃଖ ବିନାଶନ ଅଛି ଦୁଃଖୀ କାରଣରେ, ପାରେ ଯାଇ ମୁହିଁ ସ୍ୱଚ୍ଛନ୍ଦରେ କହି ଦୁଃଖ ମୋର ସେହିଠାରେ ହେ । ୨ ।    କେଡ଼େ ମୂଲ୍ୟବାନ ପ୍ରତିଜ୍ଞା ବଚନ ଦେଇଛନ୍ତି ସ୍ୱବାକ୍ୟରେ, ନିଶ୍ଚେ […]

ପ୍ରଭୁ ତୁମ ଚରଣରେ probhu tume charana re

ପ୍ରଭୁ ତୁମ ଚରଣରେ ଏହି ମୋର ନିବେଦନ । ଘୋଷା । ବଞ୍ଚେ ମୁହିଁ ଯେତେ ଦିନ         ଧ ର୍ମେ ଥାଉ ସ୍ଥିର ମନ, ଧର୍ମ-ଆତ୍ମାଙ୍କୁ ନ ଘେନ          ମୋଠାରୁ କଦାଚନ   ା ୧ । ସତର୍କ ହେଉ ବିବେକ            ଯେସନେ ନେତ୍ରପଲକ, ହେଉ ମୃତ ଦିନୁଁଦିନ  ମୋ ପୁରାତନ ମନ  ା ୨ । ପ୍ରଭୁ ପ୍ରତି ପ୍ରେମେ ନିତ୍ୟ         ହେଉ ଉତ୍ତପ୍ତ ମୋ ଚିତ୍ତ, ତାଙ୍କ ପ୍ରେମ କର୍ତ୍ତାପଣ           ହେଉ ହୃଦେ ସ୍ଥାପନ  ା […]

ଭାବନା କିମ୍ବା ମନ ନିରତ bhaabonaa kimbaa mono niroto

ଭାବନା କିମ୍ବା ମନ ନିରତ ? ପ୍ରଭୁ ଅଟନ୍ତି ତୋ ପ୍ରାଣ ନାଥ । ଘୋଷା । କିପାଇଁରେ ମନ ହେଉ ଛନଛନ ଅସାର ଚିନ୍ତାରେ ଅବିରତ ? ତୋର ଜନ୍ମାବଧି ସେହି ଦୟାନିଧି ସଦା ଅନୁଗ୍ରହେ କଲେ ପରିତୃପ୍ତ । ୧ ।    କିପାଇଁ ନିରାଶ, ଧର ହେ ସାହସ, ଆଗ ବଢ଼ି ଚାଲ ଧର୍ମପଥ, ଯାର ବାହୁବଳ ଅଟେ ତୋର ଢାଲ ତାଙ୍କ ଚରଣେ ସମର୍ପି ଦେହ ଚିତ୍ତ । ୨ା    […]

କିପାଇଁ ଭାବିତ ମୁହିଁ ki pain bhaabibi muhin

କିପାଇଁ ଭାବିତ ମୁହିଁ ପ୍ରତିଜ୍ଞାନୁସାରେ ପ୍ରଭୁଙ୍କ ଉପରେ ଚିନ୍ତା ଭାର ନ ପକାଇ । ଘୋଷା । ଏହା ଜାଣଇ ଅନୁଭବେ ମୁହିଁ ଚିନ୍ତା ବିଅର୍ଥ ଅଟଇ, ଗତ କାଳେ କେତେ ଚିନ୍ତା କରି ନିତ୍ୟେ ଉଶ୍ୱାସ ମୁଁ ପାଇ ନାହିଁ । ୧ ।   ଉପାୟ ନାନା କରୁଅଛି ସିନା ହୋଇ କାତର ମୁହିଁ, ପ୍ରଭୁ ବିନା କେହି ମୋର ଦୁଃଖ ନେଇ ସୁଖ ନ ପାରଇ ଦେଇ । ୨ ।    […]

କିପାଇଁ ସଦା ଅସ୍ଥିର ହେଉ ମନ ମୋହର ki paain sodaa osthiro heu mono mohoro

କିପାଇଁ ସଦା ଅସ୍ଥିର ହେଉ ମନ ମୋହର ? ସର୍ବ ଦୁଃଖ ଯିବ ଦୂର, ଧର ପ୍ରଭୁ ପୟର । ଘୋଷା ।    ସେ ଅଟନ୍ତି ପର୍ବତ ସତ୍ୟବାଦୀ ବିଶ୍ୱସ୍ତ, ପଦାଶ୍ରିତ ପ୍ରତି ଦୟା ସଦା ସ୍ଥିର ତାଙ୍କର । ୧ ।    ସେ ସର୍ବଶକ୍ତିମାନ ସର୍ବ ତାଙ୍କ ଅଧୀନ, କୃପାଦୃଷ୍ଟି ମାତ୍ରେ ଦୁଃଖ ହେବ ଦୂର ତୋହର । ୨ । କୃପା ଦୟା ତାଙ୍କର ଅଟଇ ଅକୂପାର, କେବେ ବି ହୋଇଛି […]

କିମ୍ପା ମନରେ ଏତେ ଚିନ୍ତା ଭାବନା kimpaa monore ete chintaa bhaabonaa

କିମ୍ପା ମନରେ ଏତେ ଚିନ୍ତା ଭାବନା ପ୍ରଭୁ ପ୍ରତିଜ୍ଞା ତୋ ମନେ କି ପଡ଼େନା ? । ଘୋଷା । ଐହିକ  କ୍ଷୟଣୀୟ ଯେ ସୁଖ ସମ୍ପଦ କିମ୍ପା ଉଠାଏରେ ମନେ ତୋର ବିଷାଦ ? ଘନେ ବିଜୁଳି ପରି ମନେ ଉଠେ ଉଚ୍ଛୁଳି କରି ନିରାଶ ବୃଷ୍ଟି, ନାଶେ ତୋ ସତ୍ୟ ଶାନ୍ତି, ମନରେ ହୁଅ ଦମ୍ଭ, ପ୍ରଭୁ ତୋର ଆଲମ୍ବ ଉଦୟ ହେବ ମନେ ସାନ୍ତ୍ୱନା    ା ୧ । ଦିନେ ନୋହିଲା ମନରେ […]

ସର୍ବଶକ୍ତିମାନ ପ୍ରଭୁ ଯାର ଉଚ୍ଚ ପାହାଡ଼ sorbo saktimaano probhu jaaro

ସର୍ବଶକ୍ତିମାନ ପ୍ରଭୁ ଯାର ଉଚ୍ଚ ପାହାଡ଼ ଘେରି ତାର ଚାରିଆଡ଼ ହେବେ ତା ଦୃଢ଼ ବାଡ଼  ଦୁଃଖ କ୍ଳେଶ ସଙ୍କଟ ହେଲେ ତା ସନ୍ନିକଟ    ା ଘୋଷା । ନ କରିବ ତା ଅନିଷ୍ଟ ନୋହିବ ସେ ଉଜାଡ଼  ଯଦି ତାର ବିରୁଦ୍ଧ କରନ୍ତି ଶତ୍ରୁ ଯୁଦ୍ଧ    ା ୧ । କରି ଶତ୍ରୁ ପଥ ରୁଦ୍ଧ ହେବେ ସେ ତା ଉହାଡ଼  ହେବାରୁ ସେ ଅଚଳ ଶାନ୍ତି-କୃପା-କଲ୍ଲୋଳ    ା ୨ । […]