kara jodi kohe monimaa kara hai khyamaa
କର ଯୋଡ଼ି କହେ ମଣିମା, କର ହେ କ୍ଷମା, ଶୁଣ ବାରେ ନିବେଦନ, ବରଷେ ସିନା । ଘୋଷା । ନିଜ ଦ୍ରାକ୍ଷାକ୍ଷେତ୍ରେ ଜଣେ କଲେ ରୋପଣ ଗୋଟିଏ ବୃକ୍ଷ ଡିମ୍ବୁରି, କେତେ ବର୍ଷ ଅନ୍ତେ ଫେରି ଗଲେ ଫଳ ଆଶା କରି, ହେଲେ ବିମନା । ୧ । ମାଳୀକି କହିଲେ ଯାଇ, ବ୍ୟର୍ଥରେ ସିନା ସ୍ଥାନ ଘେରିଅଛି ବୃକ୍ଷ, ଫଳ ନ ଫଳଇ ଏକ ହେଲାଣି ତିନି ବରଷ ହୋଇବ ହଣା […]
mono tuhi jaanu naahun ki
ମନ ତୁହି ଜାଣୁ ନାହିଁ କି କରୁଛନ୍ତି ନିବେଦନ ଯୀଶୁ ତୋ ତ୍ରାଣ ପାଇଁକି ? । ଘୋଷା । ଯେଉଁ ଯୀଶୁ ଥରେ, ବହିଥିଲେ ତୋର ପାପ ନିଜ ପୃଷ୍ଠରେ ସେହି ଯୀଶୁ ଏହିକ୍ଷଣେ ବସି ପିତାଙ୍କ ଦକ୍ଷିଣେ ହୋଇଛନ୍ତି ତୋ ମଧ୍ୟସ୍ଥ ତ୍ରାଣ ସାଧିବା ପାଇଁକି । ୧ । ସେହି ଯୀଶୁ ଥରେ, ବହିଥିଲେ କ୍ରୁଶକାଠ ଅତି କଷ୍ଟରେ ତହିଁ ହୋଇ କ୍ଷତଯୁକ୍ତ ହେଲେ ତୋର ପାଇଁ ହତ ଏବେ ଦେଖାନ୍ତି […]
nische mu jaanoyee ey bakyo sidhaanto
ନିଶ୍ଚେ ମୁଁ ଜାଣଇ, ଏ ବାକ୍ୟ ସିଦ୍ଧାନ୍ତ ମୋ ତ୍ରାଣକର୍ତ୍ତା ଯେ ଜୀବିତ । ଘୋଷା । ଏ ଅଟେ ନିଶ୍ଚିତ ଅଟନ୍ତି ଜୀବିତ ଥରେ ଯେ ହୋଇଥିଲେ ହତ । ୧ । ଅନନ୍ତ କାଳରେ ତ୍ରାଣ କରିବାରେ ଏଣୁ ସେହି ନିତ୍ୟ ଜୀବିତ । ୨ । କରିବାକୁ ନିବେଦନ ମୋ କାରଣ ପିତା ଦକ୍ଷିଣେ ଉପବିଷ୍ଟ । ୩ । ସେ ଯୁଗ ଶେଷରେ ଏହି ପୃଥିବୀରେ ଗୌରବେ ହେବେ ପ୍ରକାଶିତ । […]
jishu nityo jibito mano hue ki hrusto chito
ଯୀଶୁ ନିତ୍ୟ ଜୀବିତମାନ ହୁଏ କି ହୃଷ୍ଟ ଚିତ୍ତ ! ଯୀଶୁ ସମଭାବେ’ଛନ୍ତି ନିତ୍ୟ ଜୀବିତ । ଘୋଷା । ପାପ ଅପାର ମୋର ପାରିବ କି କରି ଭୟ ଜନ୍ମାଇ ଘୋର ? ଖ୍ରୀଷ୍ଟ ବହୁମୂଲ୍ୟ ରକ୍ତ ସଦା ଅଟେ ଶକ୍ତିମନ୍ତ, ତହିଁ ହେବ ମୋର ସର୍ବ ପାପ ମାର୍ଜିତ । ୧ । ଦୁଃଖ ପରୀକ୍ଷା କ୍ଳେଶ ପାରିବେ କି କରି ମିଶି କ୍ଷତି ମୋ ଲେଶ ? ନାହିଁ, ଏ ତ ଅସମ୍ଭବ, […]
probhu hoi punoruthito
ପ୍ରଭୁ ହୋଇ ପୁନରୁତ୍ଥିତ, ଶିଷ୍ୟଙ୍କୁ ଫେଡ଼ିଲେ ଶାସ୍ତ୍ରର ଅର୍ଥ, ଘେନିଣ ସହିତ ବେଥନି ପର୍ଯ୍ୟନ୍ତ ଆଶୀର୍ବାଦ କଲେ ତୋଳିଣ ହସ୍ତ । ଘୋଷା । କରୁ କରୁ ସେ ଆଶୀର୍ବାଦ ଅଦୃଶ୍ୟରେ ହେଲେ ବିଭେଦ, ଗୌରବ ସହିତ ଈଶ୍ୱରଙ୍କ ସୁତ ଯାଇ ସ୍ୱର୍ଗପୁରେ ହେଲେ ଗୃହୀତ । ୧ । ଆସି ଦୁଇ ଦୂତ ସେକ୍ଷଣି ଉଚ୍ଚେ ପ୍ରକାଶିଲେ ଏ ବାଣୀ, ଆହେ ଗାଲିଲୀୟ ନିବାସୀ ସମସ୍ତେ, କିମର୍ଥେ ଅନାଇ ହୁଅ ଚକିତ । ୨ […]
he naari kimpaa karucho rodono
ହେ ନାରୀ, କିପାଁ କରୁଛ ରୋଦନ ହୋଇଣ ଅତ୍ୟନ୍ତ ବିଷର୍ଣ୍ଣମନ ? ନାହାନ୍ତି ଯୀଶୁ ନାହାନ୍ତି ଏଠାରେ, ଉଠିଛନ୍ତି ନିଜ ବାକ୍ୟାନୁସାରେ; କର ହେ ଦର୍ଶନ, ପ୍ରଭୁଙ୍କ କବର ଶୟନ ସ୍ଥାନ । ୧ । ହେ ନାରୀ, କିପାଁ କରୁଛ ରୋଦନ ? ଏଡ଼େ ଶୀଘ୍ର କି ହେଲ ବିସ୍ମରଣ ? ଯା’ଙ୍କ ମହା ବଳିଷ୍ଠ ପରାକ୍ରମେ ଲାଜାର ଉଠିଥିଲା ଚାରିଦିନେ ଏଡ଼େ ପରାକ୍ରମେ ଉଠି କି ନ ପାରିବେ ସେ ତ୍ରିଦିନେ ? […]
gao geeto hai bhoyarto hoi aanondito
ଗାଅ ଗୀତ ହେ ଭୟାର୍ତ୍ତ ହୋଇ ଆନନ୍ଦିତ ହେ । ଘୋଷା ! ପାପୀଙ୍କ କାରଣ ଭୋଗି ଯେ ମରଣ ତିନିଦିନ ଥିଲେ ମୃତ୍ୟୁର ଅଧୀନ ନିଜ ବଳେ ସେହି ମୃତ୍ୟୁଞ୍ଜୟୀ ହୋଇ ହେଲେ କବରୁ ଉତ୍ଥିତ । ୧ । ଅଛି କି ଏଥିରୁ ଆନନ୍ଦ ବିଷୟ, ଈଶ୍ୱର ତନୟ ହେଲେ ମୃତ୍ୟୁଞ୍ଜୟ; ଗାଅ ସାଧୁଗଣ ହୋଇଣ ମିଳନ ପୋଛି ଲୋତକ ତ୍ୱରିତ ହେ । ୨ । ଯେଉଁ ଶେଷ ଶତ୍ରୁ […]
aaha se jishunka krusha ascharjya
ଆହା ସେ ଯୀଶୁଙ୍କ କ୍ରୁଶ ଆଶ୍ଚର୍ଯ୍ୟ କେସନ ହେ । ଘୋଷା । ଯହିଁ ମୋ ଜୀବନପତି ସେ ମହାମହିମ ହେ, ହୋଇଣ ବ୍ୟାକୁଳଚିତ୍ତ ତେଜିଥିଲେ ପ୍ରାଣ ହେ । ୧ । ଆଶ୍ଚର୍ଯ୍ୟ କଣ୍ଟା ମୁକୁଟ ମୁଣ୍ଡରେ ମଣ୍ଡନ ହେ, ପୁଣି ହସ୍ତ ପାଦେ ଦେଖ ପ୍ରେକର ମାରଣ ହେ । ୨ । ହେଉଅଛି ଧାର ଧାର ରୁଧିର ପତନ ହେ, ବହୁଅଛି ଦୟାଧାର ଆଶ୍ଚର୍ଯ୍ୟ କ୍ଷରଣ ହେ । ୩ । […]
bichitra ey kemonto kori netro pato
ବିଚିତ୍ର ଏ କେମନ୍ତ, କରି ନେତ୍ରପାତ ହେଲା କି ଦୂର ଦୂରିତ । ଘୋଷା । କରନ୍ତେ ଦୃଷ୍ଟି ଯୀଶୁଙ୍କ କ୍ରୁଶ ପ୍ରତି ପୃଷ୍ଠରୁ ଗଲା ଖସି କି ତ୍ୱରିତ ଧନ୍ୟ ସେ କଶ୍ରୁ କଲା କେଡେ ଼ଉଶ୍ୱାସ, ଦର୍ଶେନ ଦୂରୀକୃତ ମୋ ଦରୂିତ ।୧ । କରନ୍ତେ ଦୃଷ୍ଟି ଖ୍ରୀଷ୍ଟ ରୁଧିର ପ୍ରତି ହେଲା ପାପକଳଙ୍କ ପରିଷ୍କୃତ, ଧନ୍ୟ କବର, ତବ ଦର୍ଶେନ ମୋର ହେଲା କେଡ଼େ ଅଦ୍ଭତୁ ସୁଖ ଜାତ । […]
kara mono nirikhyana kaalobori porboto proti
କର ମନ ନିରୀକ୍ଷଣ କାଲବରୀ ପର୍ବତ ପ୍ରତି ହେ । ଘୋଷା । ତ୍ରାଣକର୍ତ୍ତା ସେହିଠାରେ ବହିଥିଲେ ପୃଷ୍ଠ ପରେ ମୋର ସବୁ ପାପ ବୋଝ ମୋର ଯାତନା ଲଜ୍ଜାମାନ ହେ । ୧ । ଦେଖ, କଣ୍ଟାରେ କେମନ୍ତ ହେଲା ହସ୍ତପଦ କ୍ଷତ, ଦେଖ, ସେମାନେ ବିନ୍ଧିଲେ ପାଶ୍ୱର୍ଦେଶରେ ବର୍ଚ୍ଛା ପୁଣ ହେ ଦେଖ, ସେ ଯାତନାମାନ ଘଟିଲା ମୋର କାରଣ, । ୨ । କି କ୍ଳେଶ ଭୋଗିଲେ ଯୀଶୁ, ଧନ୍ୟ […]