aahe bolikruto jubaameso khristo
ଆହେ ବଳୀକୃତ ଯୁବାମେଷ ଖ୍ରୀଷ୍ଟ, ଦୂର କର ମୋର ପାପଭାର । ଘୋଷା । ଭୟାନକ ଅପମାନ କ୍ରୁଶୋପରେ, ବହିଥିଲ ମୋ ପାପଭାର ପୃଷ୍ଠରେ ! ତବ ମୁଣ୍ଡ ହାତ ପାଦରୁ ଅପାର ବହିଲା ରୁଧିର ଧାର ଧାର । ୧ । ନିଷ୍ପାପ ନିର୍ଦାଗ ଆହେ ଯୁବାମେଷ, ଭୋଗିଲ କି ଲଜ୍ଜା, ସହିଲ କି କ୍ଳେଶ ! ଛିଞ୍ଚ ମୋ’ ପରେ ତୁମ୍ଭ ପାତିତ ରକ୍ତ, କର ଶୁଦ୍ଧରୂପେ ପରିଷ୍କାର । ୨ । […]
jishu paapiro logaa hoile
ଯୀଶୁ ପାପୀର ଲଗା ହୋଇଲେ, କ୍ରୁଶ ଯାତନା କେତେ ସହିଲେ, କଣ୍ଟା ମୁକୁଟ ମୁଣ୍ଡେ ପିନ୍ଧିଲେ, ମୁଣ୍ଡ ନୁଆଇଁ ପ୍ରାଣ ତେଜିଲେ । ଘୋଷା । ପ୍ରତ୍ୟକ୍ଷେ ଧଇଲେ ସେ ଦାସ ବେଶ, ନିଜ କାନ୍ଧପରେ ବହିଲେ କ୍ରୁଶ; ଦୋଷ ବନିା ଦୋଷୀ ଲୋକେ ହେଲେ ଗଣା, ଦୋଷୀ ପାଇ ଁନେିବଦିଲେ । ୧ । ପାପୀଙ୍କର ପାପ ଭାର ବହିଲେ, ନିଜ ବହୁମୂଲ୍ୟ ରକ୍ତ ଢାଳିଲେ; ରକ୍ତ ଟୋପା ପରି ତାଙ୍କ ଝାଳବାରି ବହିଲା […]
aahe jishu ishwara hoi mohimo kumoro
ଆହେ ଯୀଶୁ ଈଶ୍ୱର, ହୋଇ ମହାମହିମ କୁମର କେଡ଼େ ଦୁଃଖ କଲ ଅଙ୍ଗୀକାର ! । ଘୋଷା । ଆହା ସେହି ଗେତ୍ସେମନି ବଗିଚାରେ ହୋଇଥିଲ କି ବ୍ୟାକୁଳ ! ଆଉ ସେହି ଭୟାନକ କ୍ରୁଶୋପରେ ସହିଲ କି ଦୁଃଖ ଘୋର ! । ୧ । ଦୁଃଖରୂପ ଜଳେ ତୁମ୍ଭେ ହେଲ ମଗ୍ନ ରକ୍ତେ ବୁଡ଼ିଲା ଶରୀର, ମରଣ କାଳ ସମାନ ତୁମ୍ଭ ପ୍ରାଣ ହୋଇଲା ଅତି ବ୍ୟାକୁଳ ଅଧୋମୁଖ ହୋଇ ଭୂମିରେ ପଡ଼ିଲ ହୋଇଣ […]
haayo khristo jantronaa
ହାୟ ଖ୍ରୀଷ୍ଟ ଯନ୍ତ୍ରଣା ! ନୁହେଁ କରି ବର୍ଣ୍ଣନା, ଅନୁକ୍ଷଣେ ମନ କର ଭାବନା । ଘୋଷା । ତ୍ରିଭୁବନ କର୍ତ୍ତା ହୋଇ ନର ରୂପ ନେଲେ ସେହି, ପାପୀ ଉଦ୍ଧାରିବା ପାଇଁ କରେ କରୁଣା । ୧ । ପ୍ରଭୁ ହୋଇ ଦାସାକାରେ ଜନ୍ମିଲେ ଦରିଦ୍ର ଘରେ, କେତେ କଷଣ ସହିଲେ ନୁହେଁ କଳନା । ୨ । ଗେତ୍ସେମନି ବଗିଚାରେ କି ଦୁଃଖ ପ୍ରଭୁ ସହିଲେ ! ଜଗତର ପାପଭାରେ ବ୍ୟାକୁଳମନା । ୩ […]
he mohaa mohimo ananta jibono
ହେ ମହା ମହିମ ଅନନ୍ତ ଜୀବନ ଯୀଶୁ ଈଶ୍ୱର ନନ୍ଦନ, କରିବାକୁ ଦାନ ପରିତ୍ରାଣ ଧନ ହୋଇଲ କେଡ଼େ ନିର୍ଦ୍ଧନ; ଜନ୍ମ ଲଭିଲ ମନୁଷ୍ୟମତେ, ସ୍ୱର୍ଗସୁଖ ସିଂହାସନ ଯେତେ, ତ୍ୟାଗ କଲ ପାପୀଙ୍କର ହିତେ, କଲ ମହାଶ୍ଚର୍ଯ୍ୟ କର୍ମ କେତେ । ୧ । ପାପୀଙ୍କ ନିମିତ୍ତ କଲ ପ୍ରାୟଶ୍ଚିତ୍ତ ପାପୀ ପାପଭାର ବହି, ଭୋଗିଲ ପାପୀଙ୍କ କ୍ଳେଶ ଲଜ୍ଜା ଦୁଃଖ ନିଜ ପ୍ରାଣ ରକ୍ତ ଦେଇ; ରୁଧିର କେତେ ବହିଗଲା ଧାର ଧାର, ତହିଁ ସଙ୍ଗେ […]
moro dukhi dhana jubaameso
ମୋର ଦୁଃଖୀଧନ ଯୁବାମେଷ କ୍ରୁଶେ ହୋଇ ହତ କରି ପ୍ରାୟଶ୍ଚିତ୍ତ କଲେ ମୋ ଦୂରିତ ମାର୍ଜ୍ଜନା ନିଃଶେଷ । ଘୋଷା । ସେ ରଙ୍ଗ ବସନ କଲେ ପରିଧାନ, କଣ୍ଟା ମୁକୁଟେ ପାଇଲେ ଅପମାନ; ଯେସନେ ମୁଁ ତ୍ରାଣ-ବସନ ପିନ୍ଧିଣ ଗୌରବ ମୁକୁଟେ ହୋଇ ବିଭୂଷଣ । ୧ । ସହିଲେ କଷଣ କ୍ରୁଶୀୟ ଯାତନ, ଆବର ପିତାଙ୍କ କ୍ରୋଧରୂପ ବାଣ; ମୁଁ ଛାର ଯେସନ ପାଇ ସମ୍ମିଳନ ହେବି ପିତାଙ୍କର ସ୍ନେହପାତ୍ର ଜାଣ । […]
probhu jishu ki dukho sahilo he doshi nohi
ପ୍ରଭୁ ଯୀଶୁ, କି ଦୁଃଖ ସହିଲ ହେ ଦୋଷୀ ନୋହି ଦୋଷୀ ପକ୍ଷେ ! ସାହା ହୋଇ ଆହା କେହି ନ ବୋଇଲେ, ଏଡ଼ିକି ଦାରୁଣ ଲୋକେ । ଘୋଷା । ଏ ମହୀ ଉପରେ’ଛନ୍ତି ଯେତେ ନରେ ତୁମ୍ଭ ପରି ନାହିଁ ଦୁଃଖୀ ହେ, ରାଜପୁତ୍ର ହୋଇ ଦାସରୂପୀ ହେଲ ଆଦର ମାନ ଉପେକ୍ଷୀ । ୧ । ମାରିୟା ଜନନୀ ଥିଲା ପୂର୍ବେ ଜାଣି ଶୂଳେ ବିନ୍ଧାଯିବ ପ୍ରାଣ ମୋ, ତାଙ୍କୁ ଏହି ବାଣୀ […]
jishunka swobhaabo dhoribi poche chaalibi
ଯୀଶୁଙ୍କ ସ୍ୱଭାବ ଧରିବି – ପଛେ ଚାଲିବି, ତାଙ୍କ ପରି ଜଗତେ ଜୀବନ ମୁଁ କାଟିବି । ଘୋଷା । ସ୍ୱର୍ଗ ସୁଖ ତ୍ୟାଗ କରି ଆସିଲେ ଦରିଦ୍ର ପରି, ମୁହିଁ ସୁଖ ତୁଚ୍ଛ କରି କିପାଇଁ ନ ପାରିବି ? । ୧ । ପରର ମଙ୍ଗଳ ପାଇଁ ଛାଡ଼ି ମାତା ବନ୍ଧୁ ଭାଇ ବୁଲିଲେ ବିଦେଶେ ଯାଇ, ମୁଁ କିପାଁ ନ କରିବି ? । ୨ । ଦୁଃଖୀ ଦୁଃଖେ ଦୁଃଖୀ ହେଲେ […]
paapinko nimonte probhu swargo tejino
ପାପୀଙ୍କ ନିମନ୍ତେ ପ୍ରଭୁ ସ୍ୱର୍ଗ ତେଜିଣ ମହୀମଣ୍ଡଳେ ଲଭିଲେ ଦୁଃଖ କଷଣ । ଘୋଷା । ସ୍ୱର୍ଗ ସୁଖ ତ୍ୟାଗ କରି ନର ରୂପ ଦେହ ଧରି ପ୍ରଭୁ ରାଜନ ଜଗଜ୍ଜନ ପାଇଁ ଆସି ମର୍ତ୍ତ୍ୟ ଭୁବନ । ୧ । ଅବନୀରେ ହୋଇ ଜନ୍ମ ପ୍ରକାଶିଲେ ନିଜ ଧର୍ମ ଦୟା କରିଣ ଅନ୍ଧକୁ ନୟନ ଦାନ, ମୃତକୁ ପ୍ରାଣ । ୨ । ଅବଶେଷେ କ୍ରୁଶୋପରେ ଦୁଇ ଚୋରଙ୍କ ସଙ୍ଗରେ ଖ୍ରୀଷ୍ଟ ରତନ ଯିହୁଦୀ […]
muhi nuhoyee lozitto
ମୁହିଁ ନୁହଇ ଲଜ୍ଜିତ ହୋଇଲେ ଖ୍ରୀଷ୍ଟଙ୍କ ଲାଗି ଜଗତେ ନିନ୍ଦିତ । ଘୋଷା । କରିବାକୁ ଅଙ୍ଗୀକାର ସୁନ୍ଦର ନାମ ତାଙ୍କର ହୋଇବାକୁ ତାଙ୍କ କ୍ରୁଶ କାଷ୍ଠେ ଦର୍ପଚିତ୍ତ । ୧ । ଯୀଶୁ ମୋହର ତାରକ, କି କରିବ ନିନ୍ଦା ଦୁଃଖ ? ତାଙ୍କ ନାମ ଅଟେ ମୋର ବହୁମୂଲ୍ୟ ବିତ୍ତ । ୨ । ଜଗତ ନିବାସୀଗଣ କଲେ ମୋତେ ଅପମାନ ତଥାପି ମୁଁ ଯୀଶୁ ନାମେ ହେବି ହୃଷ୍ଟଚିତ୍ତ । ୩ । […]