jishu jeun sabdho kemonto aamodo
ଯୀଶୁ ଯେଉଁ ଶବ୍ଦ କେମନ୍ତ ଆମୋଦ ! ଶ୍ରବଣେ ଲାଗେ କି ମନୋହର ! କରେ ଚିତ୍ତାହ୍ଲଦ, ଖଣ୍ଡାଏ ପ୍ରମାଦ, ମନକୁ ଲାଗଇ କି ମଧୁର ! ଯୀଶୁ ନାମ ପରି, ତ୍ରିଭୁବନେ ନାହିଁ ମନୋହାରୀ, ଯୀଶୁ ନାମ ଚିତ୍ତେ ଗୁଣ ଅବିରତେ, ନେବେ ସର୍ବ ପାପ ତାପ ହରି । ୧ । ଯୀଶୁ ଶବ୍ଦ ଭାବ ମୁକ୍ତିଦାତା ସିଦ୍ଧ, ପାପୀଙ୍କି କରନ୍ତି ସେ ଉଦ୍ଧାର, ଜନ୍ମ ପୂର୍ବେ ଏହି ନାମ ପ୍ରକାଶନ ଦୂତ ଦ୍ୱାରା […]
biswaasiro proti kede priyotome se jishu naamo
ବିଶ୍ୱାସୀର ପ୍ରତି କେଡ଼େ ପ୍ରିୟତମ ସେ ଯୀଶୁ ନାମ । ଘୋଷା । ତାର ସର୍ବରୋଗ କରେ ଶାନ୍ତ, ମହା ପାପ-ରୋଗ କରେ ସୁସ୍ଥ; ଦୂର କରେ ଭୟ ଆପଦ ସନ୍ଦେହ, କରେ ମହାସୁଖ ଶାନ୍ତି ଦାନ । ୧ । ସେ ନାମ ତାର ଦୃଢ଼ ପାଷାଣ, ତହିଁ କରଇ ଗୃହ ନିର୍ମାଣ; ଆଉ ତାର ଢାଲ ଆଶ୍ରୟ ନଗର ଅଟଇ ଅସୀମ ତ୍ରାଣଧନ । ୨ । ସେ ତାହାର ପଥ […]
dhanya jishu dhanya jishu
ଧନ୍ୟ ଯୀଶୁ, ଧନ୍ୟ ଯୀଶୁ, ଧନ୍ୟ ଯୀଶୁ ପ୍ରିୟ ନାମ । ଘୋଷା । ଯୀଶୁ ସର୍ବ ଗୁଣଧାମ, କେ କରିପାରେ ବର୍ଣ୍ଣନ; ତ୍ରିଭୁବନେ ତାଙ୍କ ସମ କିସ ଅଛି ତୁଳନା । ୧ । ଯୀଶୁ ସତ୍ୟ ପ୍ରେମ ରତ୍ନ, ସେହି ଦେଲେ ତନୁ ପ୍ରାଣ; ମନ, ଧର କରି ଯତ୍ନ, ତାଙ୍କ ପଦେ ଶରଣ । ୨ । ଯୀଶୁ’ଛନ୍ତି ସ୍ୱର୍ଗସେତୁ, କୋଣ ପଥର ପ୍ରମାଣ; ଦୀନହୀନ ପାପୀ ହେତୁ ପିତ୍ରୁଦତ୍ତ ପରିତ୍ରାଣ […]
ki madhuro monoromo mo srabane jishu naamo
କି ମଧୁର ମନୋରମ ମୋ ଶ୍ରବଣେ ଯୀଶୁ ନାମ ! ନାହିଁ ତା ସମାନ ନାମ ତ୍ରିଭୁବନେ ଅନୁପମ । ଘୋଷା । ବିଶ୍ୱାସୀ ପ୍ରତି ସେ ନାମ ଅଟେ କି ମନୋରଞ୍ଜନ କରେ ତା ଦୁଃଖ ନାଶନ, କରେ ତା ଶୋକ ଖଣ୍ଡନ । ୧ । ଭଗ୍ନାନ୍ତଃକରଣ ପ୍ରତି ଅଟେ ତାହା ସ୍ୱାସ୍ଥ୍ୟ ଶାନ୍ତି, କ୍ଷୁଧିତକୁ କରେ ତୃପ୍ତି, ଶ୍ରାନ୍ତ ପ୍ରତି ସେ ବିଶ୍ରାମ । ୨ । ଯୀଶୁ ତ୍ରାଣ ନାମଧେୟ ଅଟେ […]
jishu tobo priyo naamo mo srobone ki modhura
ଯୀଶୁ, ତବ ପ୍ରିୟ ନାମ ମୋ ଶ୍ରବଣେ କି ମଧୁର ! ନ ଦିଏ ତେଡ଼େ ଆମୋଦ ସୁନ୍ଦର ସୁବାସ ଫୁଲ । ଘୋଷା । ମୋଶା ଆଦି ପିତୃଗଣେ ଭବିଷ୍ୟଦବକ୍ତାମାନେ, ଦୂରେ ଦେଖି ଆଲିଙ୍ଗନ କଲେ ହରଷ ମନର । ୧ । ତବ ଯୁଗ୍ମ ଶ୍ରୀଚରଣ ପାପିନୀ କଲା ଚୁମ୍ବନ, ପାଇଣ ପାପ ମୋଚନ ଆନନ୍ଦେ ଗଲା ସତ୍ୱର । ୨ । ଯୀଶୁ ଅମୃତ-ନିର୍ଝର ଅଟନ୍ତି ପ୍ରେମ ସାଗର, ବିନାମୂଲ୍ୟେ […]
se to premonatha anaatha natha
ସେ ତ ପ୍ରେମନାଥ ଅନାଥ ନାଥ ପ୍ରେମିକ ପାଶେ ରହେ, (ପ୍ରେମେ) କଣ୍ଟା ମୁକୁଟ କୋରଡ଼ା ଛାଟ ନୀରବରେ ଅଙ୍ଗେ ସହେ । ଘୋଷା । ଚାହାଁ ଚାହାଁ ବନ୍ଧୁ-ପ୍ରେମ-ସୁଧା-ସିନ୍ଧୁ-ଝରଣା ଝରୁଛି କ୍ରୁଶେ, (ଧୋଇ) ଅମାପ ପାପ ଘୁଞ୍ଚାଇ ତାପ ସରଗର ପ୍ରୀତି ଦିଏ । ୧ । ଆସ ଆସ ସଖା, ଭକ୍ତି-ପୁଷ୍ପ ଏକା ଦେବା ଯୁବାମେଷ ପୟରେ, ( ସେତ) ଆରତ-ତ୍ରାଣ, ପାପୀ ଜୀବନ, ପାପ-ତାପ ବହି ନିଏ । ୨ । ସୂଚୀମାଳାକୁ […]
jaani to no thili jishu ra ede guno
ଜାଣିତ ନ ଥିଲି ଯୀଶୁର ଏଡ଼େ ପ୍ରେମ ଗୁଣ ହେ, ମୃତକୁ ଜୀବନ ଦାନ ଦରିଦ୍ରକୁ ଧନ ହେ । ଘୋଷା । ପାପୀ ଅନ୍ଧକୁ ନୟନ ବଧିରେ ଶ୍ରବଣ ହେ, ଏସନ ପ୍ରେମ ରତନ ପ୍ରଭୁ କଲେ ଦାନ ହେ । ୧ । ଶିଶୁକାଳ ଅପୋଗଣ୍ଡ କାଳେ ମୁଁ ଅଜ୍ଞାନ ହେ, ତରୁଣ କାଳ କୁସଙ୍ଗ ସଙ୍ଗେ ଗଲା ଦିନ ହେ । ୨ । ଦୁର୍ଦ୍ଦଶାରେ ଦିଶାହରା, ହତାଶାରେ ନିରାଶ ହେ, […]
tume adhamo potito nore
ତୁମେ ଅଧମ ପତିତ ନରେ, କିପାଁ ଭଲ ପାଅ ନାଥ ? ରହିଥାଅ ପାଶେ ପାଶେ (ତୁମେ) ନିଶିଦିନ ଅବିରତ । ଘୋଷା । ଯେ ତୁମକୁ ନିତି ଭୁଲି ଯାଏ, ତାକୁ ତୁମ୍ଭେ କ୍ଷଣ ମାତ୍ରେ ଭୁଲ ନା ଯେ ହାୟ ! ପ୍ରେମ ଡୋରେ ବାନ୍ଧି ତାକୁ କର ଚିର ଅନୁଗତ । ୧ । ପାପେ ଯେ ହୋଇଛି ମଳିନ, ନାହିଁ ଭକ୍ତି, ନାହିଁ ପ୍ରୀତି, ଶକତି ବିହୀନ, ପ୍ରେମ ନୀରେ […]
chaahan re chaahan re noro kaalobori chule
ଚାହାଁରେ ଚାହାଁରେ ନର କାଲବରୀ ଚୂଳେ, ମୋ ମୁକତି ଲାଗି ପ୍ରଭୁ କ୍ରୁଶ କାଠେ ଝୁଲେ । ଘୋଷା । କଣ୍ଟାର ଲତିକା ଶିରେ ଶୋଭୁଛି ମୁକୁଟ ସରି, ନିବାରେ ନରକ କି ସେ ଯୁଗଳ କର ବିସ୍ତାରି, ବିନ୍ଧିଛି ଦାରୁଣ ପ୍ରେକ ଚରଣ ଯୁଗଳେ । ୧ । ତପତ ରକତ ଧାର ଶ୍ରୀଅଙ୍ଗୁ ପଡୁଛି ଝରି, ବିଶ୍ୱର ଲାଞ୍ଛନା ପରା ଦେଇଛି ବକ୍ଷ ବିଦାରି, ଅଧରେ କରୁଣା ଧାରା ପ୍ରେମରେ ଉଛୁଳେ […]
daakonti ke modhuro swore
ଡାକନ୍ତି କେ ମଧୁର ସ୍ୱରେ (ଆଜି ମୋତେ) ( ଆହା) ମୋର ହୃଦ ଦୁଆରେ । ଘୋଷା । ଚିନ୍ତା ପଥେ ବାଧା ଦେଇ ଗତି ରୋଧି ଧମକାଇ କେତେ ହିତ କଥା କହି ଦୟା ଚିତ୍ତରେ । ୧ । ସେ ଯେ ଶାନ୍ତି ଦେବା ପାଇଁ ଡାକୁଛନ୍ତି ରହି ରହି ପାପ ତାପ ନେବେ ବୋଲି ନିଜ ହାତରେ । ୨ । ଦେଖି ମୋତେ ଭାରାକ୍ରାନ୍ତ କରନ୍ତି ପ୍ରେମ ସଙ୍କେତ କଢ଼ାଇ ନେବାକୁ […]