( mote) khoji khoji jishu oyeele
( ମୋତେ) ଖୋଜି ଖୋଜି ଯୀଶୁ ଅଇଲେ, ମୋ ଛାର ପାଇଁକି ସରଗ ତିଆଗି ଅଶେଷ ଯାତନା ସହିଲେ । ଘୋଷା । ହଜିଥିଲି ମୁଁ ଯେ ଜଗତ ପ୍ରପଞ୍ଚେ ଖୋଜି ଖୋଜି ଶେଷେ ପାଇଲେ, ଆହା କି ଆଦରେ ପରମାନନ୍ଦରେ ଧୂଳି ଝାଡ଼ି କୋଳେ ଧଇଲେ । ୧ । ଜୀବନ ଦେବତା ଅତି ମଳିନତା ଦେଖି ମନେ ବ୍ୟଥା ପାଇଲେ, ନିଗାଡ଼ି ନିଜର ହୃଦୟ ରୁଧିର ନିଜ ଅନୁରୂପେ ଧୋଇଲେ । […]
khristo premaamruto nirjhara
ଖ୍ରୀଷ୍ଟ ପ୍ରେମାମୃତ ନିଝର, ଝରୁଅଛି ପ୍ରେମାମୃତ ନିରନ୍ତର ପାନ କର । ଘୋଷା । ସେ ପ୍ରେମନିଧାନ ପ୍ରେମାମୃତ କରିବାକୁ ଜଗତେ ଦାନ ପ୍ରେମେ ନର ଦେହ ଧରି ପ୍ରେମେ ତେଜି ସ୍ୱର୍ଗପୁରୀ, ସେହି ପ୍ରେମ-ନିଧି ପ୍ରେମ ଅଟେ ମହା ଚମତ୍କାର ା ୧ । ତାଙ୍କ ମହା ପ୍ରେମ ତ୍ରିଭୁବନ ମଧ୍ୟେ ଅଟଇ ନିରୁପମ; ପ୍ରେମେ ହେଲେ ଦୀନହୀନ ପ୍ରେମେ କଲେ ପ୍ରାଣଦାନ, ଶତ୍ରୁ ପାଇଁ ଏଡ଼େ ପ୍ରେମ ନୋହିଲା ନେତ୍ରଗୋଚର ା ୨ […]
naahin ede kaahaari premo
ନାହିଁ ଏଡ଼େ କାହାରି ପ୍ରେମ, ଶତ୍ରୁ ଲାଗି ମୃତ୍ୟୁ ଭୋଗି ସଜୀବ ହେଲେ ତ୍ରିଦିନ । ଘୋଷା । ସେହି ପ୍ରଭୁ ଯୀଶୁ ପାପୀଙ୍କ ନିମନ୍ତେ ତେଜି ସ୍ୱର୍ଗଭୁବନ, ପାପେ ଶ୍ରାନ୍ତ ଭାରାକ୍ରାନ୍ତ, ହୋଇ ତାଙ୍କ ପାଇଁ ହତ ନିଜ ରକ୍ତ-ପ୍ରାୟଶ୍ଚିତ୍ତେ ତୋଷିଲେ ପିତାଙ୍କ ମନ । ୧ । ସେହି ପ୍ରାୟଶ୍ଚିତ୍ତେ ମହାପାପୀ ଜନେ ପାଇଲେ ପରିତ୍ରାଣ, ପାଉଲ, ପାପିନୀ ନାରୀ, ଚୋରାଦିର ମନ ଫେରି, ତାଙ୍କ କୃପାରୁ ପାଇଲେ ଅନନ୍ତ ଜୀବନ-ଧନ । […]
mono dubere khristonko premo saagore
ମନ ଡୁବରେ ଖ୍ରୀଷ୍ଟଙ୍କ ପ୍ରେମ-ସାଗରେ । ଘୋଷା । ସେ ପ୍ରେମ-ସାଗରେ ମତି ବୁଡ଼ାଇଲେ ଅତି ତୃପ୍ତି, ତହିଁ ମିଳଇ ଆନନ୍ଦ ଶାନ୍ତି ସତ୍ୱରେ । ୧ । ସେ ଯେଉଁ ପ୍ରେମ-ସାଗର ନାହିଁ ତାର ଥଳ କୂଳ, ସଦା ଉଠଇ ପ୍ରେମ-ଲହରୀ-କଲ୍ଲୋଳେ । ୨ । ତହିଁରେ ସୁଖ ଅଶେଷ, ନାହିଁ ପାପ ତାପ ତ୍ରାସ, ଅତି ସୁବାସ ଆମୋଦ ଶାନ୍ତି ଦଳରେ । ୩ । ସେ ପ୍ରେମ-ସାଗର ଜଳ ନିଭାଏ ପାପ-ଅନଳ, ତହିଁ […]
monoru hebo ki jishu premo bismarana
ମନରୁ ହେବ କି ଯୀଶୁ ପ୍ରେମ ବିସ୍ମରଣ, ଯେ ପ୍ରେମେ ସେ ଭୋଗିଲେ ମୋ ପାପର କଷଣ ? । ଘୋଷା । ସେ ତ ମହାଶ୍ଚର୍ଯ୍ୟ ପ୍ରେମ, ତ୍ରିପୁରେ ନାହିଁ ତା ସମ, ନୋହିଛି କାହିଁ କେବେ ଶ୍ରବଣ; ଦୀର୍ଘ ପ୍ରସାର ଯାହାର, ନୁହଇ ଗମ୍ୟ କାହାର, ସ୍ୱର୍ଗଦୂତେ ନ ପାରନ୍ତି କରି ତା କଳନ । ୧ । ଆହା ସେ କରି କି ପ୍ରେମ, ତେଜିଲେ ସ୍ୱର୍ଗ ଭୁବନ ମର୍ତ୍ତ୍ୟପୁରେ ହୋଇଲେ ନିଧନ, […]
probhu jishu doyaa saagoro taanko mohaadoyaa ki chamatkaro
ପ୍ରଭୁ ଯୀଶୁ ଦୟାସାଗର, ତାଙ୍କ ମହାଦୟା କି ଚମତ୍କାର ! ଦୟା-ଡେଣା ମେଲି ଅଇଲେ ସେ ଉଡ଼ି ତ୍ୟାଗ କରି ନିଜ ଅମରପୁର । ଘୋଷା । ଦୟା-ଦଣ୍ଡ ହସ୍ତେ ଧରିଣ ବୁଲିଲେ ସେ ନଗର ଗ୍ରାମ, ଦୁର୍ବଳ ପତିତ ରୋଗଗ୍ରସ୍ତ ପ୍ରତି ନ କଲେ ନିରୁଦ୍ଧ ଦୟା ନିର୍ଝର । ୧ । ବାଟେ ଘାଟେ ଯେତେ ମିଳିଲେ ତାଙ୍କୁ ଚତୁର୍ଦ୍ଦିଗେ ଘେରିଲେ, ଅନ୍ଧ, ଛୋଟା, ଘଙ୍ଗୂା, ପକ୍ଷାଘାତୀ, କଷ୍ଠୁୀ, ଭତୂଗସ୍ତ୍ର ନାନା ରୋଗୀ […]
ki bichitra jishunka premo helaa prokasho
କି ବିଚିତ୍ର ଯୀଶୁଙ୍କ ପ୍ରେମ ହେଲା ପ୍ରକାଶ ତୁଳନା ଦେବାକୁ ନ ଦିଶେ ଲେଶ । ଘୋଷା । ଦୀନହୀନେ ଦେବାକୁ ଧନ ଯୀଶୁ ତେଜି ସ୍ୱର୍ଗଭୁବନ ହୋଇଲେ ନିଧନ ସହିଲେ ସେ ନିଜ ଅଙ୍ଗେ କେତେ କ୍ଳେଶ ମୁଣ୍ଡ ପାତିବାକୁ ନଥିଲା ବାସ । ୧ । ଯା ମରଣ ଖଣ୍ଡେ ଦୂରିତ ପରହିତେ ହୋଇଲେ ହତ ସେ ହେଲେ ନିନ୍ଦିତ, କେତେକ ନିନ୍ଦକ ହୋଇ ଅବିବେକ ବୋଇଲେ, ଏ ନିଶ୍ଚେ ପାପୀ ମନୁଷ୍ୟ । […]
kaha mono ey ki mohaascharjya nuhoyee
କହ ମନ, ଏ କି ମହାଶ୍ଚର୍ଯ୍ୟ ନୁହଇ ! ମୋତେ ଅନାଇଲେ ଯୀଶୁ ସୁଦୟା ବହି । ଘୋଷା । ପାପ ଅଧର୍ମରେ ମରିଥିଲି ଯେ ମୁହିଁ, ଉଠାଇଲେ ମତେ ସେହି ଜୀବନ ଦେଇ । ୧ । ପାପ କଙ୍କଳରେ ଥିଲି କଳଙ୍କୀ ହୋଇ, ନିଜ ରୁଧିର ଦେଇ ସେହି ଦେଲେ ଧୋଇ । ୨ । ଖତରାଶିରେ ମୁଁ ଥିଲି ହିନସ୍ତା ହୋଇ, ରାଜପଦେ ସଂସ୍ଥାପନ କଲେ ଯେ ସେହି । ୩ […]
khristo premo tulyo hoibo ki se
ଖ୍ରୀଷ୍ଟ ପ୍ରେମ ତୁଲ୍ୟ ହୋଇବ କି ସେ ? ଖୋଜି ଖୋଜି ନ ମିଳଇ ଲେଶେ ହେ । ଘୋଷା । ପାପୀ ଦୀନହୀନ ଉଦ୍ଧାର କାରଣ ଆସିଥିଲେ ନର ବେଶେ, ସେହି ପ୍ରାୟଶ୍ଚିତ୍ତ କରଣ କାରଣ ପ୍ରାଣ ଦାନ କଲେ କ୍ରୁଶେ ହେ । ୧ । ଦ୍ୱେଷ କରିଣ ଯିହୂଦୀ ଲୋକଗଣ ବଧ କଲେ ବିନା ଦୋଷେ, ହୋଇଲେ ଜୀବିତ ସେ ତିନି ଦିବସେ, ନ ରହିଲେ ମୃତ୍ୟୁ ବଶେ ହେ । […]
rasanaa tu aa re rasanaa re
ରସନା, ତୁ ଆନେ ରସନା ରେ, କେବଳ ଖ୍ରୀଷ୍ଟଙ୍କ ପ୍ରେମାମୃତ ପାନ ବିନୁ କରୁଛି ମନାରେ । ଘୋଷା । ଯୀଶୁ ଖ୍ରୀଷ୍ଟ ଈଶ୍ୱରଙ୍କ ତନୟ ସେ ତ ଅନାଦି ଅନନ୍ତ ଅବ୍ୟୟ, ଅଜର ଅମର ଭୋଗିଲେ ମରଣ ତୋର ପାପ ପାଇଁ ସିନାରେ । ୧ । ନାହିଁ କେହି ତ୍ରିଭୁବନ ମଧ୍ୟରେ ଯୀଶୁ ଖ୍ରୀଷ୍ଟ ପରି ଆଉ ଜଣେରେ ଆପଣେ ମରିବ ପରକୁ ତାରିବ ଭୋଗିବ ତା ଯାତନାରେ । ୨ । କରି […]