mu ki deyee ki dhana sujhibi
ମୁହିଁ କି ଦେଇ କି ଧନ ନେଇ ଶୁଝିବି ଯୀଶୁ ପ୍ରେମ ? ରତ୍ନ ସୁବର୍ଣ୍ଣ ନୁହେଁ ସମାନ ଦେବାକୁ ପ୍ରତିଦାନ । ଘୋଷା । ଆହା ଏକି ପ୍ରେମ ମୋ ପ୍ରାଣ କାରଣ ଯୀଶୁ କଲେ ନିଜ ପ୍ରାଣଦାନ, ସହିଲେ କଷଣ ନିନ୍ଦା ଦୂଷଣ କେତେ ଅପମାନ ା ୧ । ହେବାକୁ ନିର୍ମଳ ପାପ ଦାଗ ମୋର ସେହି ଢାଳିଲେ ଆପଣା ରୁଧିର, ପାପଭାର ବହି ଶୁଝିଛନ୍ତି ସେହି ମୋର ପାପ ଋଣ ା […]
jishu hai tumbhoro ki aascharjya premo otte
ଯୀଶୁ ହେ ତୁମ୍ଭର କି ଆଶ୍ଚର୍ଯ୍ୟ ପ୍ରେମ ଅଟେ ଅନନ୍ତ ଅସୀମ ହେ ା ଘୋଷା । ମୋ ଗମ୍ୟ ରହିତ, ବର୍ଣ୍ଣନା ବର୍ଜିତ, ଅଟେ ଉପମାରହିତ ହେ, ଆଉ ମୋର ଜିହ୍ୱା ନ ପାରଇ ତାହା କରିବାକୁ ପ୍ରକାଶନ ହେ ା ୧ । ସେହି ଶୁଦ୍ଧ ପ୍ରେମ କର ହେ ସ୍ଥାପନ ମୋ ମନେ କରି ସମ୍ପୂର୍ଣ୍ଣ ହେ, ସେହି ସତ୍ୟ ପ୍ରେମ କରୁ ରାଜପଣ ମୋ ମନେ କରି ନୂତନ […]
purno sosi udde hoiacha jishu mozze aasi
ପୂର୍ଣ୍ଣ ଶଶୀ, ଉଦେ ହୋଇଅଛ ଯୀଶୁ ମଞ୍ଚେ ଆସି ହେ । ଘୋଷା । ନିଷ୍କଳଙ୍କ ବ୍ରହ୍ମ, ମହୀପରେ ବିରାଜିଛ ମହା ତେଜସ୍କରେ, ନିତ୍ୟ ନବତନ ସର୍ବଦା ସମାନ, ହ୍ରାସ ନୁହଁ ସଦା ଅବିନାଶୀ ହେ ା ୧ । ପାପାନ୍ଧାର ଯହୁଁ ଜଗତରେ, ଘୋଟିଲା ସକଳ ହୃଦୟରେ, ଯୀଶୁ ଦୀନନାଥ, ଦେଖାଇଲେ ପଥ ନିଜେ ଆସି ଦୟା ସୁପ୍ରକାଶି ହେ । ୨ । ଏ କିରଣେ ଚାଲେ ଯେଉଁ ଜନ, ପ୍ରବେଶ […]
jishu aascharjya montri kete ghunchaayeele
ଯୀଶୁ ଆଶ୍ଚର୍ଯ୍ୟ ମନ୍ତ୍ରୀ, କେତେ ଘୁଞ୍ଚାଇଲେ ବ୍ୟାଧି ଭ୍ରାନ୍ତି ହେ । ଘୋଷା । ପ୍ରଥମ ବିଚିତ୍ର କର୍ମ ଚମତ୍କୃତ, ଜଳ ହେଲା ଦ୍ରାକ୍ଷାରସ, ଦେଖି ଆଚମ୍ବିତ ହୋଇଲେ ସମସ୍ତ, କଲେ ତାଙ୍କୁ ଦୃଢ଼ ଭକ୍ତି ହେ ା ୧ । ନାନା ବ୍ୟାଧିଗ୍ରସ୍ତ ହେଲେ ଆସି ସୁସ୍ଥ, କେତେ ଛଡ଼ାଇଲେ ଭୂତ, ଅନ୍ଧମାନଙ୍କର ଫିଟିଗଲା ଦୃଷ୍ଟି, ଛୋଟା କଲେ ସୁଖେ ଗତି ହେ ା ୨ । ନାନା ଗ୍ରାମ ରୋଗୀ ହେବାରୁ ଆରୋଗୀ […]
jaya jaya jaya jishu he iswa nandana
ଜୟ, ଜୟ, ଜୟ, ଯୀଶୁ ହେ ଈଶ୍ୱ ନନ୍ଦନ, ଜୟ ହେ ଜଗତ ପତି ଜୟ ଧର୍ମାତ୍ମନ ା ଘୋଷା । ଜୟ, ଜୟ ଯୁବାମେଷ ପାପ ଭାର ବାହନ, ମଶୀହ ଶାନ୍ତି ରାଜା ଦାଉଦ ସନ୍ତାନ ଜୟ ଜ୍ୟୋତିଃ, ଦ୍ରାକ୍ଷାଲତା, ଜୟ ଇମ୍ମାନୁୟେଲ, ା ୧ । ଉତ୍ତମ ମେଷପାଳକ, ପଥ ସନାତନ ଜୟ ଖ୍ରୀଷ୍ଟ, ଜୟ ଇଷ୍ଟ, ଜୟ ଜଗଜ୍ଜୀବନ, ା ୨ । ଦୁର୍ଗମେ ତ୍ରାହିମେ ତ୍ରାତା ମନୁଷ୍ୟ ସନ୍ତାନ ା ୩ […]
aasi thao jodi aasaro aabege
ଆସିଥାଅ ଯଦି ଆଶାର ଆବେଗେ ଗାଅ ଯୀଶୁ ନାମ ଜୟ ପ୍ରତିକୂଳ ସିନା କେବଳ ଅଳସ, କର ତାକୁ ପରାଜୟ ା ଘୋଷା । ଗମ୍ଭୀରେ ଗୁରୁ ଶବଦ ଉଠେ, କମ୍ପିତ ଧରା ପଲକେ ପଲକେ, ହୃଦୟେ ହୃଦୟ ସରାଗେ ମିଶେ ଗାଇ ଯୀଶୁ ନାମ ଜୟ ା ୧ । ଧ ର୍ମର ସେହି ଜୟର ତାନେ ଉଲ୍ଲାସେ ଧରା ପରାଣେ ପରାଣେ, ଉଠିବୁ ନାହିଁକି ଅବଶ ମନ, ହେବୁ କିରେ ପାପେ କ୍ଷୟ ? […]
he jishu ishwarara nandana
ହେ ଯୀଶୁ ଈଶ୍ୱର ନନ୍ଦନ, ତୁମ୍ଭ ଶ୍ରୀପାଦେ ମୋହର ବନ୍ଦନ । ଘୋଷା । ଅନାଦି ଅନନ୍ତ ସ୍ୱୟମ୍ଭୁ, ଅଦ୍ୱିତୀୟ ନିଖିଳ ବିଶ୍ୱବିଭୁ, ସର୍ବଶକ୍ତିମାନ, କୃପାରେ ମହାନ, ପ୍ରେମେ ପରିପୂର୍ଣ୍ଣ ଅଟ ନିରୂପମ । ୧ । ସର୍ବଜ୍ଞ ସକଳାନ୍ତର୍ଯ୍ୟାମୀ, ଚର ଅଚର ସର୍ବଭୂତ ସ୍ୱାମୀ, ନିଷ୍କଳଙ୍କ ମୂର୍ତ୍ତି, ଜଗତର ଜ୍ୟୋତିଃ, ପ୍ରକାଶ କରିଛ ଧର୍ମମୟ ଦୀପ୍ତି । ୨ । ତୁମ୍ଭେ ମୋର ନିତ୍ୟ ଜୀବନ, ତୁମ୍ଭ ମରଣେ ମୋର ପରିତ୍ରାଣ, ହୁଅ […]
prabhu jishu naamo horshe kara gaano
ପ୍ରଭୁ ଯୀଶୁ ନାମ ହର୍ଷେ କର ଗାନ, ତ୍ରିଭୁବନେ ନାହିଁ ଆଉ ସେ ନାମ ସମାନ । ଘୋଷା । ଯୀଶୁ ଅବତୀର୍ଣ୍ଣ ହେଲେ ପାପୀଙ୍କ କାରଣ, ପାପୀ ପାପ ଅଙ୍ଗେ ବହି ହେଲେ ବଳିଦାନ । ୧ । ସେହି ସିନା ଜଗତର ପତିତପାବନ, ଜଗଜ୍ୟୋତିଃ ଦୀନବନ୍ଧୁ କୃପାରେ ମହାନ । ୨ । ପ୍ରେମମୟ ସ୍ୱୟମ୍ଭୁ ସେ ଯୀଶୁ ସନାତନ, ପାପୀ ପାଇଁ ଦେଇ ପ୍ରାଣ କଲେ ମୁକ୍ତିଦାନ । ୩ […]
gaano bhojono koro hai maanobo gana jishunka premo guno hai
ଗାନ ଭଜନ କର ହେ ମାନବଗଣ ଯୀଶୁଙ୍କ ପ୍ରେମ ଗୁଣ ହେ । ଘୋଷା । ସେ ଯୀଶୁ ଦୟାବାନ, ପ୍ରେମରେ ପରିପୂର୍ଣ୍ଣ, କ୍ଷମାଶୀଳ ସମ୍ପନ୍ନ, ପତିତର ପାବନ, ପାପୀ ପରିତ୍ରାଣ ସାଧିବା କାରଣ ପ୍ରେମେ ଆସି ହେଲେ ମଞ୍ଚେ ଅବତୀର୍ଣ୍ଣ, ଦେବାକୁ ଜୀବନ ଭୋଗିଲେ ମରଣ, ସତତ ସେ ପ୍ରେମ-ସୁଧା କର ପାନ । ୧ । ବୀଣା ବଂଶୀ ବେହେଲା ଭେରୀ ତୂରୀ ତବଲା ତମ୍ବୁରା କରତାଳ ଝାଞ୍ଜ ଗିନି ମର୍ଦ୍ଦଳ ଖଞ୍ଜଣୀ […]
kara jishunka naame jaya gaano
କର ଯୀଶୁଙ୍କ ନାମେ ଜୟଗାନ, ପ୍ରାର୍ଥନା ପ୍ରଶଂସା ଘେନିବାକୁ ସେହି କେବଳ ସିନା ସୁଭାଜନ । ଘୋଷା । ସ୍ୱର୍ଗରେ ଦୂତଗଣ ସିଂହାସନ ଚତୁର୍ଦ୍ଦିଗରେ ଥାଇ ଅନୁକ୍ଷଣ ବୋଲୁଥାନ୍ତି ସଦା ଧର୍ମ ଧର୍ମ ଧର୍ମ ଯୀଶୁ ପ୍ରଶଂସାକୁ ଭାଜନ । ୧ । ଆସ ଯୋଗ କରିବା ଆମ୍ଭ ଗୀତ ସ୍ୱର୍ଗ ଦୂତମାନଙ୍କର ସହିତ, ଏକ ସ୍ୱରେ ଯୁବାମେଷ ଧନ୍ୟବାଦ ପ୍ରଶଂସା କରିବା ଗାୟନ । ୨ । କାରଣ ଆପଣା ରୁଧିର ଦେଇ ଆମ୍ଭମାନଙ୍କୁ ସେ […]