nitya aanonda je jishu tumo premo guno guni
ନିତ୍ୟେ ଆନନ୍ଦ ଯେ ଯୀଶୁ ତୁମ୍ଭ ଗୁଣ ଗୁଣି, ପାପୀଙ୍କ କାରଣ ଅମର ଭୁବନ ତେଜିଥିଲ ପ୍ରଭୁ ପୁଣି । ଘୋଷା । ନର ଦେହ ଧରି ମଞ୍ଚେ ଅବତରି ବହିଥିଲ ଦାସାକାର ଈଶ୍ୱର ମହାମହିମା ପ୍ରକାଶିଲ ପାପୀଙ୍କି କରି ନିସ୍ତାର । ୧ । ପଙ୍ଗୁମାନେ ଯହିଁ ପାଦ’ଛନ୍ତି ପାଇ ଅନ୍ଧେ ଦେଇଛ ନୟନ, କେତେକେତେ ନୁଲା ହସ୍ତଇ ପାଇଲେ ମୃତ୍ୟୁଙ୍କୁ ଦେଇ ଜୀବନ । ୨ । ପରହିତକାରୀ ମହାପାପୀ ତାରି ଆପେ ପରାଣ […]
aahe jishu doyaa bano
ଆହେ ଯୀଶୁ ଦୟାବାନ୍, ଦୟା ତୁମ୍ଭ ମୁକୁଟ ଭୂଷଣ, ଦୟା କ୍ଷମା ସତ୍ୟ ଶାନ୍ତି ପ୍ରେମରେ ପୂର୍ଣ୍ଣ । ଘୋଷା । ସ୍ୱର୍ଗ ସୁଖ ତେଜିଲ, ମଞ୍ଚେ ଅବତରିଲ ସାଧିବାକୁ ମୋର ପରିତ୍ରାଣ, ମୋର ଲଗା ହୋଇଲ, ମୋ ପାପେ ବଳି ହେଲ, ମୋ ଦୁରିତ ଖଣ୍ଡିଲ, ଆହେ କୃପାବାନ, ଆହେ କେଡ଼େ ପ୍ରେମ କଲ ଦେଇ ନିଜ ପ୍ରାଣ । ୧ । କୁଷ୍ଠୀ ଆଦି ରୋଗୀଙ୍କୁ ଭୂତଗ୍ରସ୍ତ ପ୍ରାଣୀଙ୍କୁ ଆଜ୍ଞାମାତ୍ରେ କଲ ବିମୋଚନ, […]
aau kichi probhu chaahen na jibone
ଆଉ କିଛି ପ୍ରଭୁ ଚାହେଁନା ଜୀବନେ ତୁମ୍ଭେ ଯଦି ଥାଅ କତିରେ, ସୁଖ ଦିଅ ଅବା ଦୁଃଖ ଦିଅ ପ୍ରଭୁ ସମାନ ସବୁ ମୋ କତିରେ । ଘୋଷା । ଦୁଃଖ ପାଇ ଯେବେ ତୁମଠୁଁ ପଳାଏ ବୁଲେ ମୁଁ ବାହାର ଅନ୍ଧାରେ, ଅଙ୍କୁଶ ପ୍ରହାରେ ଟାଣିଆଣ ମୋତେ ତୁମରି ପ୍ରଣୟ-କାରାରେ ସୁଖ ଆଶା କରି ତୁମକୁ ମୁଁ ଛାଡ଼ି ବୁଲେ ସିନା ମରୀଚିକାରେ, ରବି ଶଶୀ ତାରା ଥାଉଁ ଦିଶାହରା ା ୧ । ବୁଲିବୁଲି […]
jishu priyo guno nidhi tume amara ousadha hai
ଯୀଶୁ ପ୍ରିୟ ଗୁଣନିଧି, ତୁମ୍ଭେ ଅମର ଔଷଧ ହେ ନରଗଣ ପାପ-ବ୍ୟାଧି ସବୁ ଆପେ କଲ ଶୁଦ୍ଧି ହେ । ଘୋଷା । ଅସୀମ ଗୁଣ ଅନାଦି ରୂପ ଧରି ପ୍ରେମନିଧି ପରଲାଗି ଆପେ ମରି, ଏପରି କେ ପାରେ ସାଧି ହେ । ୧ । ଅଭିଷିକ୍ତ ତ୍ରାଣନିଧି, ଅଛ ପୂବୁଁ ଅଦ୍ୟାବଧି, ମୁକ୍ତିଦାନେ ସୁପ୍ରସିଦ୍ଧି, ହର ପାପ-ମହାବ୍ୟାଥି ହେ ା ୨ । ଉତ୍ତମ ବୈଦ୍ୟ ସୁବୁଦ୍ଧି, ବିନା ମୂଲ୍ୟରେ ଔଷଧି ଯାଚୁଅଛ […]
jishu parama boidya
ଯୀଶୁ ପରମ ବୈଦ୍ୟ, କରି କୃପା ନୟନ କର ମୋ ରୋଗ ସୁସ୍ଥ ହେ । ଘୋଷା । ମୁଁ ପାପ-ରୋଗେ ଅତି ପୀଡ଼ିତ, ସର୍ବାଙ୍ଗଯାକ କ୍ଷତ ହେ, ରୋଗେ କ୍ଷୀଣ ଦେହ ପ୍ରାଣ, ବିଷରେ ପୂର୍ଣ୍ଣ ଆତ୍ମା ହେ । ୧ । ଢାଳ ମୋ ପରେ ତୁମ୍ଭ ରକ୍ତ, କର ମୋ କ୍ଷତ ସୁସ୍ଥ ହେ, ଏ ପାପ-ବିଷ କର ଧ୍ୱଂସ ଦେଇ ଧର୍ମାତ୍ମା ଦାନ ହେ । ୨ । […]
probhu jishu somaano tribhubone otte ki
ପ୍ରଭୁ ଯୀଶୁ ସମାନ ତ୍ରିଭୁବନେ ଅଟେ କି ? କେବା ତାହାଙ୍କର ସଙ୍ଗେ ହେବ ସରିକି ? ଉପମାରହିତ ଅନାଦି ଅନନ୍ତ, ଉପାମା ଦେଇ କେ ବର୍ଣ୍ଣିପାରେ କି ? । ଘୋଷା । ସେ ମହାମହିମା-ସାଗର ମହାପରାକ୍ରମୀ ଅମର ଈଶ୍ୱର କୁମର ଧରି କଳେବର ହେଲେ ଅବତାର, ଦୟାରେ ଅଇଲେ ମର୍ତ୍ତ୍ୟପୁରୀକି ।ା ତାଙ୍କ କର୍ମ ଆଶ୍ଚର୍ଯ୍ୟ ଅତି, ସମୁଦ୍ରରେ ସେ କଲେ ଗତି, ଅନ୍ଧେ ଦେଲେ ଦୃଷ୍ଟି ଆଜ୍ଞା ମାତ୍ର ଦେଇ […]
bhuli paaribikise priyo jishu mukho
ଭୁଲି ପାରିବି କି ସେ ପ୍ରିୟ ଯୀଶୁ ମୁଖ ଯାହା ବିରହେ କ୍ଷଣେ ଫାଟିଯାଏ ବୁକ ? । ଘୋଷା । ଯଦି କ୍ଷଣେ ମୁଁ ଭୁଲିଯାଏ ସେହି ଆନନ ଅନ୍ଧାର ଦିଶୁଥାଏ ତ୍ରିଭୁବନ, (ଆହା) ସେହି ମୋ ଚାରୁମୁଖ, ହରେ ଗୋ ସବୁ ଦୁଃଖ, ପାଇ ତାହାଙ୍କୁ ପାଏ ଶାନ୍ତି ସୁଖ । ୧ । ସଂସାରେ ପଡ଼ିଯାଏ ମୁଁ ଘୂର୍ଣ୍ଣିବାତେ, ଉଠାନ୍ତି କି ସୁହାଗେ ଧରି ହାତେ, ( ଆହା) ଭୁଲିଯାଏ କଷଣ, […]
probhu jishu poraye kehi
ପ୍ରଭୁ ଯୀଶୁ ପରାଏ କେହି, ତାଙ୍କ ସମାନ କେ ଅଟଇ । ଘୋଷା । ଯା’ ରେ ଅଛି ଦୟା ପୂରି ସମୁଦ୍ର ପରି, କି ଦେବି ତା’ର ଉପମା ଯା’ର ଅଶେଷ ମହିମା, ଦୟା ପ୍ରକାଶି ବୁଲିଲେ ନଗର ସାହି । ୧ । କଲେ ନାନାବିଧ ଅତି ଆଶ୍ଚର୍ଯ୍ୟ କର୍ମ, କୁଷ୍ଠୀ ବଧିରାଦି ଯେତେ ସୁସ୍ଥ କରିଲେ ସେ କେତେ, ଆଜ୍ଞାମାତ୍ରକେ ମଲା ଯେ କଥା କହଇ । ୨ । କେ […]
no tejo probhu mu dino jana
ନ ତେଜ ପ୍ରଭୁ, ମୁଁ ଦୀନ ଜନ; କହିଅଛ, “ନ ଛାଡ଼ିବା କଦାଚନ” । ଘୋଷା । ପାପପୂର୍ଣ୍ଣ ଏ ସଂସାର, ପାପରେ ଘୋର ଅନ୍ଧାର ପ୍ରାଣ ହୁଏ ଦେଖି ଥର ଥର; ହସ୍ତ ଧରି କର ସ୍ଥିର, ବିଶ୍ୱାସ ହେଉ ସବଳ ବିଶ୍ୱାସେ ମୁଁ ପଶୁଛି ଶରଣ । ୧ । ଦୁଃଖ ଶୋକ ଭୟ ରୋଗ ଘେରିଲେ ମୋ ଚତୁର୍ଦ୍ଦିଗ, ସେ କାଳେ ଦୟାରେ ପ୍ରଭୁ ରଖ; ନୋହିଲେ ନିରାଶେ ବୁଡ଼ି ଯିବି ଧର୍ମ […]
jishu hai suni tobo protigyaa bochono
ଯୀଶୁ ହେ, ଶୁଣି ତବ ପ୍ରତିଜ୍ଞା ବଚନ କେଡ଼େ ଭରସା ପାଇଲି ମନେ ମୁଁ ଏକ୍ଷଣ । ଘୋଷା । ବୁଡ଼ି ନିରାଶ-ସାଗରେ ଥିଲି ବିଚାରି ମନରେ ଆଉ ନାହିଁ ଉପାୟ ମୋହର, ପାପ ମୋହର ଅଗଣ୍ୟ ସତେ କି ହେବ ମାର୍ଜନ ? ନିଶ୍ଚୟ ଭୋଗିବି ମୁହିଁ ନରକ ଯାତନ । ୧ । ତୁମ୍ଭ ଅମୂଲ୍ୟ ବଚନ କରନ୍ତେ କର୍ଣ୍ଣେ ଶ୍ରବଣ ଆନନ୍ଦେ ନାଚି ଉଠିଲା ମନ, ଯେଣୁ ସେହି ନିମନ୍ତ୍ରଣ ଅଟେ […]