no paasoro tanku mono n paasoro kodaachana
ନ ପାସୋର ତାଙ୍କୁ ମନ, ନ ପାସୋର କଦାଚନ, ଯେଉଁ ପ୍ରିୟତମ ମିତ୍ର ତୋ ପାଇଁ ଦେଲେ ଜୀବନ । ଘୋଷା । କରିବାକୁ ଧନବାନ ହେଲେ ମୋ ପାଇଁ ନିର୍ଦ୍ଧନ, ମୁହିଁ ଅତି ଦୀନହୀନ କି କରିବି ପ୍ରତିଦାନ ା ୧ । ବହିଲେ ମୋର ଦୂରିତ, ହେଲେ ମୋ ପାଇଁ ଲଜ୍ଜିତ, ଢାଳିଲେ ନିଜ ଶୋଣିତ, ଆହା କି ବିଚିତ୍ର ପ୍ରେମ ା ୨ । ମୋତେ ଦେବାକୁ ଜୀବନ ଭୋଗିଲେ […]
he mono moro no paasoro
ହେ ମନ ମୋର, ନ ପାସୋର ନ ପାସୋର ତାଙ୍କୁ । ଘୋଷା । ଯେଉଁ ପ୍ରିୟ ବନ୍ଧୁ ମୋ ଦୁଃଖ ସନ୍ତାପ, ଭୋଗିଥିଲେ ମୋର ପାପ ଅଭିଶାପ, ଆଉ ମୋ ବଦଳେ ଜୀବନ ତେଜିଲେ, ପାସୋରି ଯିବି କି ତାଙ୍କୁ ? ା ୧ । କରିବାକୁ ମୋତେ ପାପୁଁ ପରିଷ୍କାର ଢାଳିଲେ ଆପଣା ଅମୂଲ୍ୟ ରୁଧିର, କଲେ ଶୁଭ୍ରବର୍ଣ୍ଣ ହିମ ସରିସମ, ପାସୋରି ଯିବି କି ତାଙ୍କୁ ? । ୨ । […]
khriste deho praano samarpino kaatibi mu dino
ଖ୍ରୀଷ୍ଟେ ଦେହ ପ୍ରାଣ ସମର୍ପିଣ କାଟିବି ମୁଁ ଦିନ । ଘୋଷା । କରିବାକୁ ମୁଁ ଏସନ ସେ କରି ସ୍ୱ ରକ୍ତ ଦାନ ତଦ୍ଦ୍ୱାରା କିଣି ଅଛନ୍ତି ମୋହର ଏ ଦେହ ପ୍ରାଣ ା ୧ । ଏଣୁ ଖ୍ରୀଷ୍ଟେ ଦେହ ପ୍ରାଣ ସମର୍ପିଣ ପ୍ରତିଦିନ ଲୋଡ଼ିବି ତାଙ୍କ ସମ୍ଭ୍ରମ ହୋଇ ଅତି ଯତ୍ନବାନ ା ୨ । ଖ୍ରୀଷ୍ଟେ ଦେଲେ ଦେହ ପ୍ରାଣ ପାପ କ୍ଷିତି ଶୟତାନ କେହି ମୋର କ୍ଷତି […]
jishu tobo srimohima prokaasho muhin
ଯୀଶୁ, ତବ ଶ୍ରୀମହିମା ପ୍ରକାଶ ମୁହିଁ କରିବା ପାଇଁ ଉଦ୍ଯୋଗୀ କରାଅ ତବ ଇଚ୍ଛାନୁଯାୟୀ । ଘୋଷା । ତୁମ୍ଭ ଅମୂଲ୍ୟ ରକ୍ତରେ ମୁଁ ହୀନ କିଣା ହେବାରେ ନିଜ ଦେହ ଆତ୍ମା ଆଉ ମୋର ନୁହଇ । ୧ । କର୍ମରେ କି ବଚନରେ, ଯାହା ଯାହା ମୁହିଁ କରେ କରିବି ଯେସନେ ତବ ମହିମା ପାଇଁ । ୨ । ଯେବେ କିଛି ସୁବିଷୟ ମନରେ ହୁଏ ଉଦୟ କରିବି ଯେସନେ ତବ ଶାସ୍ତ୍ରକୁ […]
jishu tumbhe sribodono kebe netre darshana
ଯୀଶୁ ତୁମ୍ଭେ ଶ୍ରୀବଦନ କେବେ ନେତ୍ରେ ଦର୍ଶନ ? । ଘୋଷା । ଏ ଭୁବନେ ମୋ ନୟନ କଲା ଯେତେ ବିଲୋକନ, ସର୍ବ ଅସାର ସ୍ୱପନ, ତହିଁ ନୋହିଲା ତୃପ୍ତ ମୋ ମନ । ୧ । ଦେଖି ତୁମ୍ଭ ଶ୍ରୀବଦନ ତୃପ୍ତ ହେବ ମୋର ମନ, କି ଆନନ୍ଦ ହେବ ଜନ୍ମ, ତାହା କେ କରିବ ନିବାରଣ ା ୨ । ମୋର ପାଇଁ ଦେଲେ ପ୍ରାଣ, କି ଦେବି ମୁଁ ପ୍ରତିଦାନ ? […]
mohono jishu hrudaya dhana
ମୋହନ ଯୀଶୁ ହୃଦୟ ଧନ, ହୃଦ ଗଗନେ ଆସ ଗୋ ଉଇଁ, କାଳିମାଭରା ହୃଦୟ ମୋର ଚାହିଁ ବସିଛି ତୁମରି ପାଇଁ । ଘୋଷା । ପ୍ରେମ-ଜାଗର ଜାଳିଛି ସଖା ତୁମ ପୀରତି ହୃଦୟେ ଭରି, ମାଳା ଗୁନ୍ଥିଛି ପ୍ରେମ ସୁମନେ, ଦେବି ଗଳାରେ ହୃଦୟ ସାଇଁ । ୧ । ସବୁରି କଣ୍ଠେ ମୋହନ ଗୀତି ବାଜି ଉଠେଗୋ ତୁମରି ଲାଗି, ଭକତି ଅଞ୍ଜଳି ପୀରତି ଢାଳି ଚରଣ ତୁମ ଦେବା ଗୋ […]
jaya jaya jishu jaya jaya jishu
ଜୟ ଜୟ ଯୀଶୁ, ଜୟ ଜୟ ଯୀଶୁ, ତୁମ୍ଭ ନାମେ ଉଠୁ ଜୟ ଜୟକାର, ତୁମ୍ଭେ ସତ୍ୟ, ଶାନ୍ତି, ଜୀବନ, ମୁକ୍ତି, ତୁମେଇ ଦ୍ୱାର । ଘୋଷା । ପାପୀର ପାପ ଦୁଃଖ ହରତା, ହୃଦୟରେ ଶାନ୍ତି ଶକତିଦାତା, ଆହେ ମନୋରଞ୍ଜନ, ସର୍ବ ଦୁଃଖ ଭଞ୍ଜନ, ଉଠୁ ଜୟକାର, ତୁମେ ସତ୍ୟ, ଶାନ୍ତି, ଜୀବନ, ମୁକ୍ତି, ତୁମେଇ ଦ୍ୱାର । ୧ । ସ୍ୱାର୍ଥର ଯୁଦ୍ଧ, ପାପର ଦ୍ୱନ୍ଦ୍ୱ, ଦୂରେ ଯାଉ ମନ୍ଦ, ଶଠତା, ଛନ୍ଦ, […]
khristo sabu re sabu atanti more
ଖ୍ରୀଷ୍ଟ ସବୁରେ ସବୁ ଅଟନ୍ତି ମୋର ତେବେ କି ଅଭାବ ମୋର କି ଚିନ୍ତା ଆର ! । ଘୋଷା । ଶତ୍ରୁଗଣ ଦମନାର୍ଥେ ସେହି ବଳ ମୋହର, ଅନ୍ଧାରେ ଅଟନ୍ତି ସେହି ମୋର ମିହିର । ୧ । ଦୁର୍ବଳତାରେ ମୋହର ଅଟନ୍ତି ସର୍ବ ବଳ, ଅଭାବରେ ସେହି ମୋର ସର୍ବ ନିର୍ଝର । ୨ । ପରିଶ୍ରମେ ମୋ ବିଶ୍ରାମ ରୋଗରେ ଉପଶମ, କ୍ଷତିରେ ଲାଭ ମୋର କ୍ଳେଶରେ ମଙ୍ଗଳ । […]
dino mo sofolo hela
ଦିନ ମୋ ସଫଳ ହେଲା, କି ମଙ୍ଗଳ ପ୍ରାପ୍ତ ହେଲା । ଘୋଷା । ଖ୍ରୀଷ୍ଟ ମୋର ଜୀବଧବ, ତାଙ୍କ ସଙ୍ଗେ ମୋର ଭାବ, ଭାବରୁ ଅଶେଷ ସୁଖ, ଜନ୍ମଇ ପରମ ଲାଭ ା ୧ । ଯାଉ ଏ ସୁଖ ସମ୍ପତ୍ତି ଖ୍ରୀଷ୍ଟ ସଙ୍ଗେ ମୋର ପ୍ରୀତି, ଅନ୍ୟରେ ନ ମଜ୍ଜୁ ମତି, ସେହି ସିନା ପ୍ରାଣପତି ା ୨ । ତାଙ୍କର ସୌନ୍ଦର୍ଯ୍ୟ ଗୁଣ ଦିଶୁଥାଏ ଅନୁକ୍ଷଣ, ନ ପଡ଼େ ନେତ୍ର ପଲକ […]
mo jishu raajono binaa mo jibono brutha sina
ମୋ ଯୀଶୁ ରାଜନ ବିନା ମୋ ଜୀବନ ବୃଥା ସିନା ହେ । ଘୋଷା । ସେହି ମୋର ପ୍ରାଣଧନ, ସେହି ଅନନ୍ତ ଜୀବନ ପୁଣି ସେହି ମୋର ନିତ୍ୟ ଭାବନା । ୧ । ଯଦି ସ୍ୱର୍ଗେ ବାସ ମୋର, ଦୂତ ସାଧୁଙ୍କ ସଙ୍ଗର, ମୋର ଯୀଶୁ ବିନା ନାହିଁ ସାନ୍ତ୍ୱନା । ୨ । ପାଇଲେ ସର୍ବ ଜଗତ, ତହିଁ ମନ ନାହିଁ ତୃପ୍ତ, ମୋର ଖ୍ରୀଷ୍ଟାଭାବେ ସଦା ଶୋଚନା । ୩ । […]