ସୁଦୟା କରି ରଖ ପ୍ରାଣନାଥ ଉଦ୍ଧରି sudoyaa kori rakha praano naatho udhori
ସୁଦୟା କରି ରଖ ପ୍ରାଣନାଥ ଉଦ୍ଧରି, ପାପ-ପାରାବାରେ ମଗ୍ନ ଆତ୍ମା ମୋହରି । ଘୋଷା । ବାରିଧି ଜଳେ ପିତର ହୁଅନ୍ତେ ଅତି କାତର ପ୍ରସାରି କୋମଳ କର ରଖିଲ ଧରି ା ୧ । ଷଡ଼ରିପୁ ପଞ୍ଚେନ୍ଦ୍ରିୟ ଭଗାରି ମୋ ଅତିଶୟ କରନ୍ତି ମୋତେ ଅଥୟ ହତାଶ କରି ା ୨ । ନାହିଁ କିଛି ପୁଣ୍ୟ ମୋର କେବଳ ପାତକ ଘୋର ହରଇ ସୁକୃତି ଚୋର ନରାତ୍ମା ଅରି ା […]
ଦୀନନାଥ ହେ dino naatho hai dine su prossanne rakha
ଦୀନନାଥ ହେ, ଦୀନେ ସୁପ୍ରସନ୍ନେ ରଖ ବିସ୍ତାରିଣ ହାତ । ଘୋଷା । ଡାକୁଅଛି ମୁଁ ଆରତ ସ୍ୱରେ, ନାଥ, ସୁନୟନେ ଚାହଁ ବାରେ, ତୁମ୍ଭ ବିନୁ ଗତି ନାହିଁ ମୋର, ତୁମ୍ଭ ହସ୍ତେ ଦେହ ଆତ୍ମା କରି ସମର୍ପିତ । ୧ । ସ୍ଥିର ନ ହୁଅଇ ମନ କ୍ଷଣେ, କ୍ଷଣପ୍ରଭା ଯେହ୍ନେ ଘନେ ଘନେ, ସ୍ଥିର କର ନାଥ ଶାନ୍ତି ଦାନେ, ଆଉ କେହି ନାହିଁ ଶୁଣିବାକୁ ମୋ ଆରତ । ୨ । […]
ପ୍ରଭୁ, ନ ତେଜ ହେ ମୋତେ ଦୂରକୁ probhu no tejo hai mote duroku
ପ୍ରଭୁ, ନ ତେଜ ହେ ମୋତେ ଦୂରକୁ, ଆସିଛି ତୁମ୍ଭ ଛାମୁକୁ ଶରଣ ନେବାକୁ । ଘୋଷା । ମୁଁ ଅତି ଅଭାଗା ଜନ, ପାପଭାରେ ଅବସନ୍ନ, ଆସିଛି ମୁକ୍ତି ନିମିତ୍ତ କୃପା ପାଇବାକୁ । ୧ । ସିନ୍ଦୁର ସମ ଦୁରିତ ଅଛି ମୋ ହୃଦେ ପୂରିତ, ଦେଇ ରକ୍ତ କର ଧୌତ ଶୁକ୍ଳ ହୋଇବାକୁ । ୨ । ପାପିନୀ ଲୋତକ ଦେଇ ଯେଉଁ ପାଦ ଦେଲା ଧୋଇ, ଧରୁଛି ଖେଦିତ […]
ତୁମ୍ଭଠାରେ ପ୍ରଭୁ ନେଲି ଶରଣ tumbho thaare probhu neli sarana
ତୁମ୍ଭଠାରେ ପ୍ରଭୁ ନେଲି ଶରଣ । ଘୋଷା । ଅଜ୍ଞାନ ଅଧମକୁ ତୁମ୍ଭ ପଥେ ଯିବାକୁ ଧ ର୍ମ-ଦୀପ୍ତି ପ୍ରଭୁ ହେ କର ଦାନ । ୧ । ବଳ ନାହିଁ ମୋହର, ଶତ୍ରୁ ପୁଣି ଅପାର, ସ୍ୱଗୀୟ ବଳେ କର ବଳବାନ । ୨ । ନିବିଡ଼ ଅନ୍ଧକାର ପୂର୍ଣ୍ଣ ଏହି ସଂସାର, ହସ୍ତ ଧରି କରାଅ ହେ ଗମନ । ୩ । ମୋର ବିଶ୍ୱାସ କ୍ଷୀଣ, ସଦା ଅସ୍ଥିର ମନ କର ସୁସ୍ଥିର […]
ଯୀଶୁ, ଶରଣ ମୁଁ ନେଲି, jishu sarana mu neli
ଯୀଶୁ, ଶରଣ ମୁଁ ନେଲି, ଅନାଅ ମୋତେ ପ୍ରସନ୍ନେ ନୋହିଲେ ମୁଁ ମଲି ା ଘୋଷା । ତୁମ୍ଭେ ଆତ୍ମାର ବେବର୍ତ୍ତା ତୁମ୍ଭେ ପାପତାପହର୍ତ୍ତା, ମୁହିଁ ପାପୀ ହଜାମେଷ ବାହୁଡ଼ି ଅଇଲି ା ୧ । ପାପ ଭବ ଶୟତାନ କଲେ ମୋ ପରେ ଶାସନ, ଏବେ ମୁଁ ପଳାଇ ଆସି ଚରଣ ଧଇଲି ା ୨ । ତୁମ୍ଭର ବୋଝ ଯୁଆଳି ସହଜ ବୋଲି ଘେନିଲି, ହୋଇ ତୁମ୍ଭ ପଶ୍ଚାଦ୍ଗାମୀ କ୍ରୁଶ ମୁଁ ବହିଲି ା […]
ପ୍ରସନ୍ନ ବଦନେ ଯୀଶୁ ମୋଠାରେ କରୁଣା କର prassanna bodone jishu mo thare
ପ୍ରସନ୍ନ ବଦନେ ଯୀଶୁ ମୋଠାରେ କରୁଣା କର, ତବ କୃପା-ପ୍ରିୟ ମନୁଁ ମୋତେ କେବେ ନ ପାସୋର । ଘୋଷା । ଆହେ ଯୀଶୁ ଦୟାବାନ ସର୍ବଗୁଣେ ବିଭୂଷଣ, ତବ କୃପା ଚିରସ୍ଥାୟୀ ତବାନୁଗ୍ରହ ଅପାର ା ୧ । ତୁମ୍ଭେ ହେ କରୁଣା ସିନ୍ଧୁ ଦାନ କର କୃପାବିନ୍ଦୁ, ତୁମ୍ଭ ବିନା ଅନ୍ୟ ବନ୍ଧୁ ଯୀଶୁ କେ ଅଛି ପାପୀର ା ୨ । ଯୀଶୁ-କୃପା-ବୃକ୍ଷ ମୂଳେ ବସିଛି ଆପଦ ଡରେ, ତବ କୃପା ମୋର […]
ତ୍ରାଣଜନକ ଜ୍ଞାନରେ କର ପୂର୍ଣ୍ଣ ମୋ ମନ traano janaka gyaanore kara purno mo mono
ପ୍ରଭୋ ! ତ୍ରାଣଜନକ ଜ୍ଞାନରେ କର ପୂର୍ଣ୍ଣ ମୋ ମନ । ଘୋଷା । ତେଜି ତୁମ୍ଭର ପ୍ରିୟ ପୟର ହୋଇଲି ଭିନ୍ନ, ପାପ-ପଥରେ ଧାଇଁ ଅଧୀରେ ଭ୍ରମିଲା ମନ, ଘନ ବିପିନେ ଶାନ୍ତି ବିହୁନେ କାଟିଲି ଦିନ, ହେଜି ତୁମ୍ଭ ଦୟାସନ ଶ୍ରୀପାଦେ ଏବେ ନେଲି ଶରଣ । ୧ । ମୁଁ ଦୀନହୀନ ଭ୍ରାନ୍ତ ବିପନ୍ନ, ନାହିଁ ମୋ ଜ୍ଞାନ, ଅନ୍ତର ମୋର ପାପଗହ୍ୱର ତିମିରାଚ୍ଛନ୍ନ, ଦେହ ଜୀବନ କ୍ଳାନ୍ତି ଆକୀର୍ଣ୍ଣ ମୃତ ସମାନ, […]
ବିନା ନୂଆ ଜନ୍ମ ନାହିଁ ପରିତ୍ରାଣ, binaa nuaa janma naahi poritraano
ବିନା ନୂଆ ଜନ୍ମ ନାହିଁ ପରିତ୍ରାଣ, ଏହି ସିଦ୍ଧାନ୍ତ ବଚନ, କୁଅନ୍ତଃକରଣେ ସ୍ୱର୍ଗର ଭୁବନେ ନ ପ୍ରବେଶେ କେହି ଜନ ା ୧ । ପୁନଶ୍ଚ ଜନମ, ପୁନଶ୍ଚ ମରଣ, ପୁନଶ୍ଚ ଗର୍ଭେ ନିବାସ, ଏହି ଯେ ବଚନ ଅସତ୍ୟ ପ୍ରମାଣ, ଘଟାଏ ତା’ ସର୍ବନାଶ ା ୨ । ଦୁଷ୍ଟ କ୍ରିୟା ଛାଡ଼ି ନୀତି କର୍ମ କରି କେହି କହେ ନୂଆ ଜନ୍ମ, ଏହି କର୍ମମାନ ବାହାର ଲକ୍ଷଣ, ନୁହେଁ ମନର […]
ବିବେକଟି ଅନ୍ତରେ ଥାଇ bibekoti ontore thayee
(ସ୍ୱର : ଯୀଶୁ ନାମେ ଯେ ଭାବ ଅଛି) ବିବେକଟି ଅନ୍ତରେ ଥାଇ ନ ମାନୁ ତା’ ମନା କିପାଁ ହେ ଭାଇ ? । ଘୋଷା । ଜାଣ ମନ ଏହି ବିବେକ ପ୍ରଭୁ ଆତ୍ମାର ଅଂଶ ଏକ, ବିବେକ ଆଦେଶ ନ ମାନିଲେ ଦୋଷ, ପ୍ରଭୁଙ୍କୁ ଅବଜ୍ଞା ହୁଅଇ ତହିଁ । ୧ । ବିବେକର ରହିବା ସ୍ଥାନ ଅଟେ ନର ଅନ୍ତଃକରଣ, ଅନ୍ତରୁ ସଦ୍ଜ୍ଞାନ ଲିଭିଗଲେ ଜାଣ ଆଉ ଦୀପ୍ତି ମନେ […]
ନ ମାନୁ ତ ବିବେକ ମନା କାହିଁ ପାଇଁ ? no maanu to bibeko monaa kaahin paayin
ନ ମାନୁ ତ ବିବେକ ମନା କାହିଁ ପାଇଁ ? ନ ମାନି ତା’ ସୁଖୀ କହ କାହିଁ ? । ଘୋଷା । ଅନ୍ତରେ ଅଟେ ବିବେକ ଈଶ୍ୱର ଦତ୍ତ ଆଲୋକ ନିଭିଲେ ତା’ ଦୀପ୍ତି ଆଉ କାହିଁ ? । ୧ । ବିବେକ ସଦୁପଦେଶ ନ ମାନି କରିଲେ ଦୋଷ ମନେ ଶାନ୍ତି ରହିବଟି ନାହିଁ । ୨ । ଦେବଟି ସଦା ଗଞ୍ଜଣା ଜନ୍ମାଇବ ଭୟ ନାନା, ଉପରୋଧ ତାକୁ ଜଣା […]