ମନ୍ଦ ମତି, ନାହିଁ କି ମନେ ଭୀତି ? mondo moti naahin ki mone bhiti
ମନ୍ଦ ମତି, ନାହିଁ କି ମନେ ଭୀତି ? । ଘୋଷା । ଯହିଁରେ ଅହିତ ତହିଁରେ ନିରତ ବଳାଉ ଥାଇ ତୁ ମତି । ୧ । ଦେଖି ଜାଣି ଶୁଣି ମନ୍ଦ ବୋଲି ମଣି ବିମୁଖ ନୋହୁ ତା ପ୍ରତି । ୨ । ଅସାରରେ ରୁଚି ସାରରେ ଅରୁଚି, ଏ କି ବିପରୀତ ରୀତି । ୩ । ଆୟୁ ପରିମାଣ ପରିତ୍ରାଣ ଦିନ ବହିଯାଉଛି ଝଟତି । ୪ […]
କେଡ଼େ ଦୁଃଖ ଦିଅଇ ମୋ ମନ୍ଦ ମନ ନିରତେ, kede dukho diyoyee mo mondo mono
କେଡ଼େ ଦୁଃଖ ଦିଅଇ ମୋ ମନ୍ଦ ମନ ନିରତେ, ଚିତ୍ତେ ରଖି ନ ଦିଏ ସୁଖ ଶାନ୍ତି କିଞ୍ôଚତେ । ଘୋଷା । ଯେଉଁ ପାପର ପ୍ରତି ମୋର ଅତି ବିରକ୍ତି ତହିଁ ବଳାଏ ମତି ଅନବରତ । ୧ । ଧର୍ମ କର୍ମର ପ୍ରତି ଭକ୍ତି ହେଲେ ଉତ୍ପତ୍ତି କରି ନ ଦିଏ ତାହା ବିହିତ ମତେ । ୨ । ଅନିତ୍ୟ ସଂସାରକୁ ଦୃଢ଼େ ବାନ୍ଧେ ହୃଦକୁ, ବିସ୍ମୃତ ପରଲୋକ ଚିନ୍ତା ନିରତେ […]
ଆହାରେ ପତିତ ମନ, କି କଲୁ ତୁ ମହୀରେ ? aahaare potito mono ki kolu tu mohinre
ଆହାରେ ପତିତ ମନ, କି କଲୁ ତୁ ମହୀରେ ? ନିରତେ ରତ ତୁ ହେଲୁ ଭବାର୍ଣ୍ଣବେ ରହି ରେ । ଘୋଷା । କେ ଗଢ଼ନ୍ତି କେ ଜନ୍ମାନ୍ତି କେ ପାଳନ୍ତି କହରେ, କେ ଦେହୁଁ ଆତ୍ମାକୁ ନେଇ କାହିଁ ରଖେ କହରେ, ତାହାଙ୍କୁ କ୍ଷଣେ ତୁ ମନେ ନ କଲୁ, ତାହାଙ୍କ ଆଜ୍ଞା କିଛି ନ ପାଳିଲୁ, ସଜୀବ ଛାଡ଼ି ଅଜୀବ ଭଜିଲୁ, ନିଜ ଇଚ୍ଚାରେ ଈଶ୍ୱର ଛାଡ଼ିଲୁ । ୧ । […]
ମୁଁ କି କଲି, ପିତା ଗୃହ ତେଜିଲି mu ki koli pitaa gruho tejili
ମୁଁ କି କଲି, ପିତା ଗୃହ ତେଜିଲି ବିଦେଶରେ ଆଶ୍ରାହୀନ ହୋଇଲି ପୈତୃକ ସମ୍ପତ୍ତି ଉଡ଼ାଇ ଦେଲି, ା ଘୋଷା । ଦୁର୍ଭିକ୍ଷ ସମୟେ ଦରିଦ୍ର ହେଲି ପୁତ୍ର ଅଧିକାର ହରାଇ ଦେଲି, ା ୧ । ଏବେ ଦାସପଣେ କାଳ କାଟିଲି ଅନ୍ନବସ୍ତ୍ର ବାସବିହୀନ ହେଲି, ା ୨ । ଶୂକର ଚରାଇ ବିଲେ ବୁଲିଲି କ୍ଷୁଧାନଳ ସହି ମୁଁ ନ ପାରିଲି, ା ୩ । ଶୂକରର ଖାଦ୍ୟ ମୁହିଁ ଲୋଡ଼ିଲି ପିତା ଈଶ୍ୱରଙ୍କ […]
କି କର୍ମ କଲି ମୁହିଁ ଅଜ୍ଞାନ, ପାପୀଙ୍କ ମଧ୍ୟେ ଅଟଇ ପ୍ରଧାନ, ki karma koli muhin ogyaano
କି କର୍ମ କଲି ମୁହିଁ ଅଜ୍ଞାନ, ପାପୀଙ୍କ ମଧ୍ୟେ ଅଟଇ ପ୍ରଧାନ, ଦେଇ କି କଷଣ ଯାତନା ଦୂଷଣ କ୍ରୁଶେ ବିନ୍ଧିଲି ମୋ ତ୍ରାତାଙ୍କ ପ୍ରାଣ । ଘୋଷା । ଅପବିତ୍ର ପାପ-ଅସ୍ତ୍ର ଧରିଣ ସେ କ୍ରୁଶ ଯନ୍ତ୍ରକୁ କଲି ନିର୍ମାଣ, ପାପେ ହିଁ ଆବର ଶ୍ରୀଅଙ୍ଗେ ତାଙ୍କର ମୁହିଁ କଲି କେତେ ପ୍ରେକ ମାରଣ ! । ୧ । ଆହା, ସେ ଦାରୁଣ କ୍ରୁଶ ଉପରେ ଟଙ୍ଗା ହୋଇଛନ୍ତି କି ବିରୂପରେ ! ଯେ […]
ଆରେ କଠିନ ମନ, aare kothino mono korino paapo spikaaro
ଆରେ କଠିନ ମନ, କରିଣ ପାପ ସ୍ୱୀକାର ଫେର ବହନ । ଘୋଷା । ଆହା, ମୋହର ପାପ ହେତୁ ସହିଛନ୍ତି ଯୀଶୁ କେତେ ସନ୍ତାପ ! ବୁହାଇ ସେ ଅଶ୍ରୁଜଳ ହୋଇଛନ୍ତି କି ବ୍ୟାକୁଳ ! ମୁଁ କି ନ କରିବି ପାପ ପାଇଁ କ୍ରନ୍ଦନ ? ା ୧ । ହାଁ, ମୋ ପାପ କାରଣ ଭୋଗିଲେ ସେ କି କଷଣ ଦୁଃଖ ମରଣ ! ଆହା, ମୋ ଜୀବନପତି, ପାଇଛନ୍ତି କି ଦୁର୍ଗତି […]
ଦୁର୍ଭାଗ୍ୟ ଅଧମ ପାପୀ ଦୀନହୀନ ପ୍ରଧାନ ପାପୀର ମଧ୍ୟ ମୁହିଁ, durbhaagyo odhomo paapi dino hino
ଦୁର୍ଭାଗ୍ୟ ଅଧମ ପାପୀ ଦୀନହୀନ ପ୍ରଧାନ ପାପୀର ମଧ୍ୟ ମୁହିଁ, ପାପରେ କ୍ଷେପଣ କଲି ମୋର ଦିନ ପ୍ରଭୁ ପ୍ରିୟ ନାମ ଭୁଲିଯାଇ । ପାପେ ବନ୍ଧୁଆନ, ପାଷାଣ ସମ କଠିନ ମନ; ପାପୀଙ୍କର ବନ୍ଧୁ ଆହେ ଦୀନବନ୍ଧୁ, କର ମୋତେ ତହିଁରୁ ମୋଚନ । ୧ । ମୁହିଁ ଅପବିତ୍ର ଅତ୍ୟନ୍ତ ପାପୀଷ୍ଠ, ପାପରେ ହୋଇଲା ମୋର ଜାତ ମୋ ଅନ୍ତଃକରଣ ଅଟଇ ସମ୍ପୂର୍ଣ୍ଣରୂପେ ପାପ-ରୋଗେ ରୋଗଗ୍ରସ୍ତ, ମାଗୁଅଛି ମୁହିଁ, ତୁମ୍ଭ ପବିତ୍ରତା […]
କାହିଁରେ ଭୁଲିଅଛୁ ମୂଢ଼ ପାମର ମନ ? kaahin re bhuli achu mudo paamoro mono
କାହିଁରେ ଭୁଲିଅଛୁ ମୂଢ଼ ପାମର ମନ ? ବିଅର୍ଥେ ବହିଗଲା ତୋର ସକଳ ଦିନ । ଘୋଷା । ସୁତ ବିତ୍ତ ଆବୋରି ବୋଲୁଥାଉ ମୋହରି, ଦିନେ ଭାବିଲୁ ନାହିଁ କାହୁଁ ତୋର ପତନ ? । ୧ । କେତେ ଦିନକୁ ମନ ବାନ୍ଧି ଅଛୁରେ ଟାଣ ? ସତେ କି ଏ ସଂସାରେ ରହିବୁ ସଦାଦିନ ? । ୨ । ମୃତ୍ୟୁ ନେବ ହଠାତ, ମନେ ନ ଥିବ […]
ଜଗତ ମୋ ଚିର ବସିତ ନୁହଇ jagata mo chiro basati nuhoyee
ଜଗତ ମୋ ଚିର ବସିତ ନୁହଇ କିପାଇଁ ଖୋଜିବି ବିଶ୍ରାମ ମୁଁ ତହିଁ ? । ଘୋଷା । ସଂସାର ମୋହର ପ୍ରବାସର ଘର, ତହିଁରେ ବିଦେଶୀ ପରି ମୁଁ ଅଟଇ ସ୍ୱର୍ଗପୁରେ ମୋର ନିତ୍ୟସ୍ଥାୟୀ ଘର, ସେ ତ ଈଶ୍ୱରଙ୍କ ନିର୍ମିତ ଅଟଇ ା ୧ । ପ୍ରବାସରେ ଥାଇ କେହି କେବେ କାହିଁ ସଦା ସୁଖ ଭୋଗେ କାଳ କି କାଟଇ ? ତେବେ କିପାଁ ମୋର ଏତେ ଚିନ୍ତା ଘୋର ପରୀକ୍ଷା କାଳରେ […]
ଯୀଶୁ ପ୍ରଭୁ ପାଦ ଧର, jishu probhu paado dhoro
ଯୀଶୁ ପ୍ରଭୁ ପାଦ ଧର, ଅନ୍ୟରେ ନ ଭାବ ଭାଇ । ଘୋଷା । ଛାଡ଼ ତୁ କୁ-ରଙ୍ଗରାଙ୍ଗ, ଯୀଶୁ ଶିଷ୍ୟେ କର ସଙ୍ଗ, ଭବ-ସାଗର ତରଙ୍ଗ ପାରି ଯେହ୍ନେ ହେବୁ ଭାଇ ା ୧ । ଧନ-ମାନ ପ୍ରତିପତ୍ତି ନିଦ୍ରାବେଶେ ସ୍ୱପ୍ନ ମତି, ଅସତ୍ୟେ ବୁଡ଼ିଲେ ମତି ନୋହିବ ତୋ ଲାଭ ଭାଇ ା ୨ । ଯେସନେ କମଳେ ନୀର ପିଣ୍ଡରେ ପ୍ରାଣ ଅସ୍ଥିର, ଅସାର ଜାଣିଲେ ସାର ସାର ତା ନୋହିବ ଭାଇ […]