କେତେ ଅନିତ୍ୟ ଅଟଇ ନରପ୍ରାଣ, kete onityo otoyee noro praano
କେତେ ଅନିତ୍ୟ ଅଟଇ ନରପ୍ରାଣ, କି ବହନେ ଯାଉଛି ହୋଇ ବେଗବାନ । ଘୋଷା । କର ମନ ସ୍ଥିର ଦୃଷ୍ଟି ସୁଶୋଭିତ ପୁଷ୍ପ ପ୍ରତି ଦିଶେ କି ସୁରଙ୍ଗ ସୁନ୍ଦର ! ହେଲେ ଦିବାବସାନ ମ୍ଳାନ ହୁଏ ବହନ, ଶିକ୍ଷା ଦିଏ ନରପ୍ରାଣ ପୁଷ୍ପ ସମାନ । ୧ । ଦେଖ ହେ ବସନ୍ତକାଳେ ବିବିଧ ବୃକ୍ଷ ସକଳେ ପଲ୍ଲବେ ଦିଅନ୍ତି ଦର୍ଶନ, ବହିବାରୁ ପବନ ଝଡ଼ଇ ପତ୍ରମାନ, ଶିଖାନ୍ତି ଯେ ନର ଦିନ ତାହା […]
ମନୁଷ୍ୟର ପ୍ରାଣ ଅନିତ୍ୟ monushyo ro praano onityo
ମନୁଷ୍ୟର ପ୍ରାଣ ଅନିତ୍ୟ ସମୟ ଅତ୍ୟଳ୍ପ ବୁଝ ହେ ଭାଇ, କେଡ଼େ ଶୀଘ୍ର ଦିନ ମାସ ଯାଉଅଛି ପଳାଇ । ଘୋଷା । ସମୟ ଯେ ଅତି ଅଳ୍ପ ବୁଝ ହେ ପାପୀଗଣ, ବୃଥାରେ ନ କାଟ ଦିନ ଶୁଭ କାଳ ହରାଇ । ୧ । ସମୟଟି ଅତି ଅଳ୍ପ ବୁଝ କଠିନମନା, ତ୍ରାଣ ଦିନ ବହି ମୃତ୍ୟୁ ଆସୁଅଛି ଘନାଇ । ୨ । ସମୟଟି ଅତି ଅଳ୍ପ ଦେଖ […]
କର ପ୍ରଭୁ ତବ କର୍ମେ କଲ୍ୟାଣ kara probhu tobo korme kolyaano
କର ପ୍ରଭୁ ତବ କର୍ମେ କଲ୍ୟାଣ ଓଡ଼ିଶା ମଧ୍ୟେ ବହୁଳ ଫଳ ହେଉ ଦର୍ଶନ । ଘୋଷା । ତୁମ୍ଭ ଶେଷାଜ୍ଞା ପ୍ରମାଣେ କେତେ କେତେ ଦାସଗଣେ ବାସ କରନ୍ତି ନାନା ସ୍ଥାନେ, ସୁସମାଚାର କରି ପ୍ରଚାର କରୁଥାନ୍ତି ସମସ୍ତଙ୍କୁ ତୁମ୍ଭ ପ୍ରେମେ ଆହ୍ୱାନ । ୧ । ତୁମ୍ଭ ପ୍ରତିଜ୍ଞା ପ୍ରମାଣେ ସଙ୍ଗେ ହୁଅ ଅନୁକ୍ଷଣେ ପୁଣି ପବିତ୍ର, ଆତ୍ମା ଦାନେ, କର୍ମେ ନିପୁଣ, ଧର୍ମେ ଭୂଷଣ, କର ପ୍ରଭୁ କରିବାକୁ ତବ କର୍ମ ସାଧନ […]
କର କରୁଣା ଦୃଷ୍ଟି kara karunaa drusti
କର କରୁଣା ଦୃଷ୍ଟି ତବ ବାକ୍ୟ ପ୍ରଚାରକମାନଙ୍କ ପ୍ରତି । ଘୋଷା । ତବ ଲିଖିତ ବିଧାନ ପ୍ରମାଣେ ହୋଇଲେ ଯେ ପ୍ରେରିତ, କର ହେ ଧର୍ମାତ୍ମା ବୃଷ୍ଟି, ପ୍ରେମେ ଜ୍ଞାନେ ପୁରୁ ମତି, ଖ୍ରୀଷ୍ଟ ପରି ପାପୀଙ୍କର ଲୋଡ଼ନ୍ତୁ ଗତି । ୧ । ଦିଅ ପଠାଇ ତେଜୋମୟ ସୁସମାଚାର ହସ୍ତେ ଦେଇ, ତୁମ୍ଭ ପ୍ରତି ପାପୀ ମନ ଯେହ୍ନେ ହୋଇବ ଫେରଣ ଶୟତାନ ଅଧୀନରୁ ଖ୍ରୀଷ୍ଟଙ୍କ ପ୍ରତି । ୨ । ଯେହ୍ନେ ଏମାନେ […]
ଆହେ କ୍ରୁଶ ସୈନ୍ୟଗଣ, ଆସ ବହନ aahe krusho sainyagana aaso bohono
ଆହେ କ୍ରୁଶ ସୈନ୍ୟଗଣ, ଆସ ବହନ ଯୀଶୁ ଜୟ ଗାନେ ପୃଥ୍ୱୀ କରିବା ପୂର୍ଣ୍ଣ । ଘୋଷା । ଧ ନ୍ୟ ଯୀଶୁ ତ୍ରାତା, ଦଶ ସହସ୍ରେ ଧନ୍ୟ, କ୍ରୁଶ କାଷ୍ଠେ, ମରି କଷ୍ଟ ସାଧିଲେ ତ୍ରାଣ । ୧ । ସତ୍ୟ, ଶାନ୍ତି, ଦୟା, କ୍ଷମା ସେ କ୍ରୁଶେ ପୂର୍ଣ୍ଣ, ଆମ୍ଭେ ଭୋଗୁଛୁଁ ପ୍ରଚୁରେ କି ଭାଗ୍ୟବାନ ! । ୩ । ଉଠ କ୍ରୁଶ-ସୈନ୍ୟଗଣ, ଦୟାର କର୍ମ ପ୍ରକାଶିବା ତାଙ୍କ ପକ୍ଷେ […]
ଆସ ହେ ଭାଇ aaso hai bhayee eko hoibaa
ଆସ ହେ ଭାଇ, ଏକ ହୋଇବା ସୁସମାଚାରର ଧର୍ମ ପାଇଁ ଯତ୍ନ କରିବା । ଘୋଷା । ଦୃଷ୍ଟି କର ଆହେ ବାରେ, ସତ୍ୟ ଧର୍ମ ବିହୁନରେ କି କ୍ଳେଶରେ ଅଛନ୍ତି ନରେ ! ଦୟା-ଚିତ୍ତରେ ରକ୍ଷା ଅର୍ଥରେ, ଉପାୟ ଥାଉଣୁ ହସ୍ତେ ଯତ୍ନ କି ନ କରିବା ? ା ୧ । କରୁ କରୁ ଯଦି ଯତ୍ନ ଘଟଇ ନାନାଦି ବିଘ୍ନ, ଭୟରେ କି ତ୍ୟାଗ କରିବା ? ନୋହୁ ଏସନ, ନୋହୁ ଏସନ, […]
ପ୍ରଭୁଙ୍କର ଶେଷ ବଚନ probhunkara sesho bachana
ପ୍ରଭୁଙ୍କର ଶେଷ ବଚନ ପାଳ ହେ ଘୋଷଣାକାରୀ, ହୋଇଣ ବିଶ୍ୱସ୍ତ ଜନ । ଘୋଷା । କରିଣ ସୁସମାଚାର ଜଗତେ କର ଘୋଷଣ, ଯେ କରେ ତହିଁ ବିଶ୍ୱାସ ତାର ତ୍ରାଣ ସ୍ୱର୍ଗବାସ ଯେ ବା ନ କରେ ବିଶ୍ୱାସ ନରକେ ତାର ପତନ । ୧ । ସର୍ବଦେଶୀ ପ୍ରତି ସୁଶିକ୍ଷା ଦିଅ ହେ ଆମ୍ଭର ଶିକ୍ଷା ମତି, ପିତାପୁତ୍ର ଧର୍ମ ଆତ୍ମା ତ୍ରାଣକର୍ତ୍ତା ଜ୍ଞାନଦାତା, ତ୍ରିବିଧ ଈଶ୍ୱର ନାମେ ଦିଅ ଜଳରେ […]
ଆହେ ସର୍ବ ଶକ୍ତିମାନ୍ ଅନାଦି ମହା ରାଜନ aahe sarba saktimaan onaadi moha raajono
ଆହେ ସର୍ବ ଶକ୍ତିମାନ୍ ଅନାଦି ମହା ରାଜନ କର ଆଶୀର୍ବାଦ ବୃଷ୍ଟି, କର ଅନୁଗ୍ରହ ଦାନ ଭୂମିରେ ବୀଜ ପ୍ରମାଣ କରିଛୁଁ ବାକ୍ୟ ବପନ, ା ଘୋଷା । କର ବୃଷ୍ଟି ସ୍ୱର୍ଗଜଳ, ଫଳ ଫଳୁ ବହୁଗୁଣ ା ୧ । ଅବା ସଂସାର ଚିନ୍ତାରେ ନୋହୁ ତାର ବିନାଶନ ା ୨ । ପ୍ରତ୍ୟେକ ଶ୍ରୋତା ଅନ୍ତରେ ଚେର ମାଡୁ ଦୃଢ଼ତରେ ଧର୍ମ, ଶାନ୍ତି, ସତ୍ୟ, ପ୍ରେମ, ସୁଫଳ ହେଉ ଉତ୍ପନ୍ନ । ୩ । […]
ଆରେ ପାପୀ, ଭାବି ରହ, ନା ଚାଲ ତୁ ଆଉ, aare paapi bhaabi raha naa chaalo tu aau
ଆରେ ପାପୀ, ଭାବି ରହ, ନା ଚାଲ ତୁ ଆଉ, ଅନନ୍ତ ନରକ ଫନ୍ଦେ କିମ୍ପା, ଖେଳୁଥାଉ ? ପ୍ରଭୁ ପରି ବଳିଷ୍ଠ କି, ଏଣୁ ପାପ କରୁ ? ା ୧ । ଯେ ଦଣ୍ଡେ ପାପୀ ମାରନ୍ତି ତାଙ୍କୁ କି ନ ଡରୁ ? ା ୨ । ତୋର କପାଳ ପିତ୍ତଳ, ଚିତ୍ତ ଲୁହା ଯେବେ, ମହା ଶତ୍ରୁ ଶୟତାନ ନ କରୁ ବୀଜ ହରଣ, ଶେଷେ ପ୍ରଭୁ ଭାଙ୍ଗିଦେବେ […]
ପାପୀ ବାହୁଡ଼ ବାହୁଡ଼ କୁପଥରୁ, paapi baahudo baahudo ku pothoru
ପାପୀ ବାହୁଡ଼ ବାହୁଡ଼ କୁପଥରୁ, କିପାଁ ମରିବ ? ଫେର ହେ କୁକର୍ମରୁ । ଘୋଷା । ଶୁଣ ପାପୀ ପ୍ରଭୁଙ୍କ ବିନୟ ବଚନ, ତୁମ୍ଭ ମରଣେ ତୁଷ୍ଟି ନାହିଁ କଦାଚନ, ପାପୀ ଜୀବନେ ତାଙ୍କ ବହୁ ସନ୍ତୋଷ ଦେଖ, କେଡ଼େ ପ୍ରେମ ବଚନେ ଡାକନ୍ତି ପାପୀଗଣ, ଘେନ ହେ ପାପୀଗଣ ତାଙ୍କ ପ୍ରେମ ବଚନ, କିପାଁ ମରିବ ? ଫେର ପାପରୁ । ୧ । ଦେଖ ହେ ତ୍ରାଣକର୍ତ୍ତାଙ୍କ ଅପୂର୍ବ ପ୍ରେମ, […]