ଭାବନା କିମ୍ବା ମନ ନିରତ bhaabonaa kimbaa mono niroto

ଭାବନା କିମ୍ବା ମନ ନିରତ ? ପ୍ରଭୁ ଅଟନ୍ତି ତୋ ପ୍ରାଣ ନାଥ । ଘୋଷା । କିପାଇଁରେ ମନ ହେଉ ଛନଛନ ଅସାର ଚିନ୍ତାରେ ଅବିରତ ? ତୋର ଜନ୍ମାବଧି ସେହି ଦୟାନିଧି ସଦା ଅନୁଗ୍ରହେ କଲେ ପରିତୃପ୍ତ । ୧ ।    କିପାଇଁ ନିରାଶ, ଧର ହେ ସାହସ, ଆଗ ବଢ଼ି ଚାଲ ଧର୍ମପଥ, ଯାର ବାହୁବଳ ଅଟେ ତୋର ଢାଲ ତାଙ୍କ ଚରଣେ ସମର୍ପି ଦେହ ଚିତ୍ତ । ୨ା    […]

କିପାଇଁ ଭାବିତ ମୁହିଁ ki pain bhaabibi muhin

କିପାଇଁ ଭାବିତ ମୁହିଁ ପ୍ରତିଜ୍ଞାନୁସାରେ ପ୍ରଭୁଙ୍କ ଉପରେ ଚିନ୍ତା ଭାର ନ ପକାଇ । ଘୋଷା । ଏହା ଜାଣଇ ଅନୁଭବେ ମୁହିଁ ଚିନ୍ତା ବିଅର୍ଥ ଅଟଇ, ଗତ କାଳେ କେତେ ଚିନ୍ତା କରି ନିତ୍ୟେ ଉଶ୍ୱାସ ମୁଁ ପାଇ ନାହିଁ । ୧ ।   ଉପାୟ ନାନା କରୁଅଛି ସିନା ହୋଇ କାତର ମୁହିଁ, ପ୍ରଭୁ ବିନା କେହି ମୋର ଦୁଃଖ ନେଇ ସୁଖ ନ ପାରଇ ଦେଇ । ୨ ।    […]

କିପାଇଁ ସଦା ଅସ୍ଥିର ହେଉ ମନ ମୋହର ki paain sodaa osthiro heu mono mohoro

କିପାଇଁ ସଦା ଅସ୍ଥିର ହେଉ ମନ ମୋହର ? ସର୍ବ ଦୁଃଖ ଯିବ ଦୂର, ଧର ପ୍ରଭୁ ପୟର । ଘୋଷା ।    ସେ ଅଟନ୍ତି ପର୍ବତ ସତ୍ୟବାଦୀ ବିଶ୍ୱସ୍ତ, ପଦାଶ୍ରିତ ପ୍ରତି ଦୟା ସଦା ସ୍ଥିର ତାଙ୍କର । ୧ ।    ସେ ସର୍ବଶକ୍ତିମାନ ସର୍ବ ତାଙ୍କ ଅଧୀନ, କୃପାଦୃଷ୍ଟି ମାତ୍ରେ ଦୁଃଖ ହେବ ଦୂର ତୋହର । ୨ । କୃପା ଦୟା ତାଙ୍କର ଅଟଇ ଅକୂପାର, କେବେ ବି ହୋଇଛି […]

କିମ୍ପା ମନରେ ଏତେ ଚିନ୍ତା ଭାବନା kimpaa monore ete chintaa bhaabonaa

କିମ୍ପା ମନରେ ଏତେ ଚିନ୍ତା ଭାବନା ପ୍ରଭୁ ପ୍ରତିଜ୍ଞା ତୋ ମନେ କି ପଡ଼େନା ? । ଘୋଷା । ଐହିକ  କ୍ଷୟଣୀୟ ଯେ ସୁଖ ସମ୍ପଦ କିମ୍ପା ଉଠାଏରେ ମନେ ତୋର ବିଷାଦ ? ଘନେ ବିଜୁଳି ପରି ମନେ ଉଠେ ଉଚ୍ଛୁଳି କରି ନିରାଶ ବୃଷ୍ଟି, ନାଶେ ତୋ ସତ୍ୟ ଶାନ୍ତି, ମନରେ ହୁଅ ଦମ୍ଭ, ପ୍ରଭୁ ତୋର ଆଲମ୍ବ ଉଦୟ ହେବ ମନେ ସାନ୍ତ୍ୱନା    ା ୧ । ଦିନେ ନୋହିଲା ମନରେ […]

ସର୍ବଶକ୍ତିମାନ ପ୍ରଭୁ ଯାର ଉଚ୍ଚ ପାହାଡ଼ sorbo saktimaano probhu jaaro

ସର୍ବଶକ୍ତିମାନ ପ୍ରଭୁ ଯାର ଉଚ୍ଚ ପାହାଡ଼ ଘେରି ତାର ଚାରିଆଡ଼ ହେବେ ତା ଦୃଢ଼ ବାଡ଼  ଦୁଃଖ କ୍ଳେଶ ସଙ୍କଟ ହେଲେ ତା ସନ୍ନିକଟ    ା ଘୋଷା । ନ କରିବ ତା ଅନିଷ୍ଟ ନୋହିବ ସେ ଉଜାଡ଼  ଯଦି ତାର ବିରୁଦ୍ଧ କରନ୍ତି ଶତ୍ରୁ ଯୁଦ୍ଧ    ା ୧ । କରି ଶତ୍ରୁ ପଥ ରୁଦ୍ଧ ହେବେ ସେ ତା ଉହାଡ଼  ହେବାରୁ ସେ ଅଚଳ ଶାନ୍ତି-କୃପା-କଲ୍ଲୋଳ    ା ୨ । […]

ସର୍ବଶକ୍ତିମାନ ଆଶ୍ରୟ ଢାଲ ଯାହାର sarbasaktimaano aashrya dhaalo jaahaaro

ସର୍ବଶକ୍ତିମାନ ଆଶ୍ରୟ ଢାଲ ଯାହାର କି କରିବ ତାର ସଙ୍କଟ ଦୁର୍ଗତି, କି କରିବ ବଳୀୟାର । ଘୋଷା ।    ମହାପ୍ରଭୁଙ୍କର ଆବୋରା ସ୍ଥାନରେ ନିବାସ ଯେଉଁ ଜନର ତାଙ୍କ ମହାବାହୁ ଛାୟାତଳେ ସଦା ନିବାସ ହୋଇବ ଯାର  ଅଟନ୍ତି ସେ ତାର ଆଶ୍ରୟ ନଗର ଆଉ ଉଚ୍ଚ ଗଡ଼ ତାର       ା ୧ । ବ୍ୟାଧର ଫାନ୍ଦରୁ ମହାମାରୀଠାରୁ ରକ୍ଷା ହୋଇବ ତାହାର  ତାଙ୍କ ଡେଣା ତଳେ ହୋଇବ ରକ୍ଷଣ ସଦାକାଳ ହିଁ ତାହାର  […]

mo sworgostho pitaa bochono

ମୋ ସ୍ୱର୍ଗସ୍ଥ ପିତା ବଚନ ଜନ୍ମାଇଲା କି ଆନନ୍ଦ କରନ୍ତେ କର୍ଣ୍ଣେ ଶ୍ରବଣ ! । ଘୋଷା । ପ୍ରଭୁ ଯେତେବେଳେ କହିଲେ ଆମ୍ଭର ମୁଖ ଲୋଡ଼ ସତ୍ୱରେ, ଶୁଣି ମନ ଏ ବଚନ ଉତ୍ତର ଦେଲା ବହନ, ଲୋଡ଼ିବି ମୁଁ ତୁମ୍ଭ ମୁଖ, ହୁଅ ମୋଠାରେ ପ୍ରସନ୍ନ । ୧ । ପ୍ରିୟ ବନ୍ଧୁଗଣ କଲେ ମୋତେ ଦୁଃଖେ ତ୍ୟାଗ ବା ହେୟଜ୍ଞାନ, ଅବା ପିତାମାତା ଜ୍ଞାତି ଯଦିବା ତ୍ୟାଗ କରନ୍ତି, ତଥାପି ଈଶ୍ୱର ମୋତେ […]

ଦେଖ, କି ଅଦ୍ଭୁତ ପ୍ରେମ ଉପମାରେ ଅନୁପମ dekho ki obhuto premo upomaare onupomo

ଦେଖ, କି ଅଦ୍ଭୁତ ପ୍ରେମ ଉପମାରେ ଅନୁପମ ପକାଇ କୃପା-ନୟନ ପିତା କଲେ ପ୍ରକାଶନ ା ଘୋଷା । ପାପୀ ଶତ୍ରୁଗଣ ପ୍ରତି ଦେଖାଇ କି ପ୍ରେମମତି  ଈଶ୍ୱରଙ୍କ ପୁତ୍ରଗଣ ବୋଲି ଦେଲେ କେଡ଼େ ନାମ    ା ୧ । ଥ ôଲୁ ପୂର୍ବରେ ଦୁରସ୍ଥ, ଏବେ ଅଟୁ ନିକଟସ୍ଥ, ଦୟାସନର ଛାମୁରେ କରୁ ପିତା ସମ୍ବୋଧନ           ା ୨ ।    ପିତା ଅଟନ୍ତି ଈଶ୍ୱର, ଏ ନାମ କେଡ଼େ ମଧୁର ! ନାହିଁ ଏହି […]

ଆହା କି ଅସୀମ ପ୍ରେମ ତାହାଙ୍କର ପ୍ରେମମୟ ଅଟେ ନାମ ଯାହାଙ୍କର  aahaa ki osimo premo taahaankara premomoyo ote

ଆହା କି ଅସୀମ ପ୍ରେମ ତାହାଙ୍କର ପ୍ରେମମୟ ଅଟେ ନାମ ଯାହାଙ୍କର      ା ଘୋଷା । ଯେହ୍ନେ ଜଳନିଧି ଅଛି ଜଳେ ପୂର୍ଣ୍ଣ ତେହ୍ନେ ଛନ୍ତି ସେହି-ପ୍ରେମେ  ପରିପୂର୍ଣ୍ଣ ପ୍ରେମର ଦୀର୍ଘ ପ୍ରସାର ନୁହଇ ଗମ୍ୟ କାହାର, ସ୍ୱର୍ଗଦୂତେ ଅଟେ ତାହା ଅଗୋଚର   ା ୧ ।   ତାରାଗଣଙ୍କର ମଧ୍ୟରେ ଯେସନ ଚନ୍ଦ୍ରମା କିରଣ ଦିଶେ ତେଜୋବାନ, ସୃଷ୍ଟିର ମଧ୍ୟେ ତେସନ ତାଙ୍କର ପ୍ରେମ-କିରଣ ଦୃଷ୍ଟିକି ଦିଶଇ କେତେ ସୁସୁନ୍ଦର । ୨ । […]

ଉଠାଅ ଉଚ୍ଚେ ପ୍ରଭୁ ଉଦ୍ଦେଶ୍ୟେ, ଧନ୍ୟବାଦ ଗୀତ ସୁସ୍ୱରେ utthaao uche probhu udeshyo

ଉଠାଅ ଉଚ୍ଚେ ପ୍ରଭୁ ଉଦ୍ଦେଶ୍ୟେ, ଧନ୍ୟବାଦ ଗୀତ ସୁସ୍ୱରେ । ଘୋଷା ।    ସର୍ବଶକ୍ତିମାନ କୃପାରେ ମହାନ, ନିସ୍ପୃହ ପାପୀ-ବିନାଶରେ ଭୟକାରୀ ପ୍ରତି ବିଶ୍ୱସ୍ତ ସେ ଅତି, ଅଟନ୍ତି ସକଳ ସମୟରେ । ୧ ।   ପ୍ରଭୁଙ୍କର ପ୍ରଭୁ, ବିଶ୍ୱର ସେ ବିଭୁ, ତାଙ୍କ ସମ ନାହିଁ ଆନରେ, ସେ ରାଜାଧିରାଜ ନିତ୍ୟ ତାଙ୍କୁ ଭଜ, ଦେଇ ମନ ସୁଶ୍ରଦ୍ଧା ଚିତ୍ତରେ    ା ୨ ।   ନୀଳ ମେଘମାଳ ଗଗନମଣ୍ଡଳ, ସୃଜିଲେ ସେ […]