ଧନ୍ୟବାଦ ଘେନ ପ୍ରଭୁ ପ୍ରଶଂସା ତୁମେ ଘେନ dhanyabaado gheno probhu

ଧନ୍ୟବାଦ ଘେନ ପ୍ରଭୁ ପ୍ରଶଂସା ତୁମେ ଘେନ ମଙ୍ଗଳମୟ ପ୍ରଭୁ ତୁମେ କରୁଣାମୟ ଯୀଶୁ ତୁମେ ପାଇଛୁ ଯାହା ଜୀବନେ ଆମ ସବୁ ତ ତୁମରି କରୁଣା ଦାନ ଜୀବନଦାତା ପ୍ରଭୁ ତୁମେ ମୁକତିଦାତା ଯୀଶୁ ତୁମେ କୁଶେ ଚଢିଲେ ଜୀବନ ଦେଲ ତୁମ ପ୍ରେମ ଅନୁପମ ଭୁଲିବିନି କେବେ ପ୍ରଭୁ ତୁମରି ପ୍ରେମ ପାଇଛୁ ଯାହା ମଙ୍ଗଳ ଦାନ ଦେବାକୁ ପ୍ରଭୁ ଚରଣେ ତୁମ ନାହିଁ କିଛି ପ୍ରତିଦାନ ସୂଚୀମାଳାକୁ ଫେରନ୍ତୁ

ଏ ନବ ଯୌବନ ବୟସ ey nobo joubono bayasa

ଏ ନବ ଯୌବନ ବୟସ,  ଦିନୁଁ ଦିନ ତାର ହୁଅଇ ହ୍ରାସ,  ହେବ ଆଗମନ ଦାରୁଣ ଦୁର୍ଦ୍ଦିନ,  ହେବ ଆସି ଜରାବସ୍ଥା ପ୍ରବେଶ । ଘୋଷା ।  ଏଣୁ ହେବ ଦୃଷ୍ଟି ଅନ୍ଧାର ନିରନ୍ତର ବହିବ ନୀର, ଦନ୍ତ ହେବ କ୍ଷୀଣ, ଶକ୍ତି ହେବ ହୀନ, ଗୋଟି ଗୋଟି ହୋଇ ପାଚିବ କେଶ    ା ୧ । ଥ ର ହର ହେବ ଶରୀର, ଭୟ ହେବ ଉଚ୍ଚ ସ୍ଥାନର, ଆଉ ବାଟେ  ଘାଟେ କରନ୍ତେ ଯାଆସ, […]

ଆହେ କ୍ରୁଶ ସୈନ୍ୟଗଣ, ଆସ ବହନ aahe krusha sainya gana aaso bahana

ଆହେ କ୍ରୁଶ ସୈନ୍ୟଗଣ, ଆସ ବହନ ଯୀଶୁ ଜୟ ଗାନେ ପୃଥ୍ୱୀ କରିବା ପୂର୍ଣ୍ଣ । ଘୋଷା ।   ଧ ନ୍ୟ ଯୀଶୁ ତ୍ରାତା, ଦଶ ସହସ୍ରେ ଧନ୍ୟ, କ୍ରୁଶ କାଷ୍ଠେ, ମରି କଷ୍ଟ ସାଧିଲେ ତ୍ରାଣ । ୧ ।   ସତ୍ୟ, ଶାନ୍ତି, ଦୟା, କ୍ଷମା ସେ କ୍ରୁଶେ ପୂର୍ଣ୍ଣ, ଆମ୍ଭେ ଭୋଗୁଛୁଁ ପ୍ରଚୁରେ କି ଭାଗ୍ୟବାନ ! । ୩ ।   ଉଠ କ୍ରୁଶ-ସୈନ୍ୟଗଣ, ଦୟାର କର୍ମ ପ୍ରକାଶିବା ତାଙ୍କ […]

ପରିତ୍ରାଣ ସମ୍ବାଦ କି ଅଟେ ମିଷ୍ଟଧ୍ୱନି poritraano sombado ki ote mistho dhwoni

ପରିତ୍ରାଣ ସମ୍ବାଦ କି ଅଟେ ମିଷ୍ଟଧ୍ୱନି ! ହୁଏ ଶୋକ ତାପ ଦୂର କର୍ଣ୍ଣେ ତାହା ଶୁଣି । ଘୋଷା ।  ଘୋର ଅନ୍ଧକାରେ ଯେ ନିବାସ କରେ, କରେ ତା ପ୍ରତି ଉଦୟ ତ୍ରାଣ-ଦିନମଣି । ୧ । ମରଣ ଛାୟାରେ ଯେ ନିବାସ କରେ, କରେ ତା ପ୍ରତି ପ୍ରଚାର ଜୀବନର ବାଣୀ । ୨ ।  ଯେ ଘୋର ବନ୍ଧନେ ରହେ ଅନୁକ୍ଷଣେ, ହୁଏ ଅତି ହୃଷ୍ଟଚିତ୍ତ ମୁକ୍ତିକଥା ଶୁଣି । ୩ […]

ପଥ ଦେଖାଅ ହେ ଭବ-ଅରଣ୍ୟ ମଧ୍ୟରେ potho dekhaao hai bhobo oronyo modhyore

ପଥ ଦେଖାଅ ହେ ଭବ-ଅରଣ୍ୟ ମଧ୍ୟରେ । ଏ ଘୋର ବିପିନ, ନାହିଁ କାହିଁ ତ୍ରାଣ ତୁମ୍ଭ ବିନୁ ଅନ୍ୟଠାରେ । ଘୋଷା । କେହି ନାହିଁ ଆଶା, କରିଛି ଭରସା ପ୍ରଭୁ ହେ ତୁମରିଠାରେ, ଏ ଘନ ବନରେ ଥାଇ ମୋ ସଙ୍ଗରେ ରଖ ହେ ଦିବାନିଶିରେ । ୧ ।    କି ଅନ୍ଧ ତମସ, ଲାଗେ ମହାତ୍ରାସ, ବିଘ୍ନ ପଡ଼େ ବାରେ ବାରେ, ମହାବଳୀ ପ୍ରଭୁ, ଦୂର କର ସବୁ, ସାହସ ଦିଅ […]

ହୁଅ ହେ ପ୍ରଭୁ ସହାୟ ମୋର huo hai probhu sohaayo moro

ହୁଅ ହେ ପ୍ରଭୁ ସହାୟ ମୋର ଅନନ୍ତ ଜୀବନ ପଥେ ତୁମ୍ଭର । ଘୋଷା ।    ଚାଲୁ ଚାଲୁ ପ୍ରଭୁ ପଥେ ତୁମ୍ଭର, ଘେରଇ ଆପଦ ବହୁ ଜଞ୍ଜାଳ    ା ୧ । ସେ ପଥ ସଂକୀର୍ଣ୍ଣ ଦୁର୍ଗମ ଦ୍ୱାର, ପ୍ରତିଦିନ ଘଟେ ଘୋର ସମର । ୨ ।  ଶତ୍ରୁ ଶୟତାନ ସେ ବଳୀୟାର, ସିଂହ ପ୍ରାୟେ ଘୋର ଗର୍ଜନ ତାର । ୩ ।  ମହା ପ୍ରଜ୍ଜ୍ୱଳିତ ବାଣ ତାହାର, ଘନ ଘନ […]

ଈଶ୍ୱର ଜଗଦୀଶ୍ୱର ପରମେଶ୍ୱର କରୁଣା କର ishwara jagadishwara poromeswara karunaakara

ଈଶ୍ୱର ଜଗଦୀଶ୍ୱର ପରମେଶ୍ୱର କରୁଣା କର । ଘୋଷା । ତୁମେ କରୁଣା କରିଲେ ଊଣା    ହେବି ମୁଁ ଆଉ କାହାର ? ମୋ ଦେହ ପ୍ରାଣ ଆତ୍ମା ଜୀବନ ସବୁ ତ ପ୍ରଭୁ ତୁମର  ା ୧ ।   ତୁମ୍ଭ ବିହୁନେ ଏହି ଭୂବନେ       ମୋ ମନ ସଦା ଅସ୍ଥିର, ଗଗନେ ଯେହ୍ନେ ଧୂମ ପବନେ  କେବେ ନୁହଇ ସୁସ୍ଥିର   ା ୨ । ତୁମ୍ଭେ ସଙ୍ଗତେ ନ ଥିଲେ     […]

ତୁମେ କହିଛ ସଙ୍ଗ ଥିବ ନିୟତ tume kahicha songe thibo niyoto

(ପରା) ତୁମେ କହିଛ ସଙ୍ଗ ଥିବ ନିୟତ, ନାହିଁ ନାହିଁ କେହି ତୁମ୍ଭ ବିନା ଭାବଗ୍ରାହୀ ଶୁଣିବା ପାଇଁ ଏ ଦୀନ ଆରତ । ଘୋଷା । ଆସୁଅଛି ଦ୍ୟାବଳ ରଙ୍ଗେ, ସଙ୍ଗେ ସେନାବଳ, ରୋଧିବ ହୃଦୟ-ଗଡ଼, ଭାଙ୍ଗି ବିବେକ-ବାଡ଼ ଛନ୍ଦି ପାପ-ନିଗଡ଼ ବନ୍ଦି କରି ହରିବ ସକଳ, କାହିଁ ଯିବି, କି ଲୁଚିବି, କି ଯୁଝିବି, ଛଅରିପୁ, ଏକାକୀ ମୁହିଁତ ? । ୧ । ଭୟେ ବିଶ୍ୱାସ-ଧନ ରଖିଛି କରି ଗୋପନ, ଶତ୍ରୁ ବା […]

ଯୀଶୁ ହେ, ତୁମରି କରୁଣା ଦାନେ jishu hai tumori korunaa daane

ଯୀଶୁ ହେ, ତୁମରି କରୁଣା ଦାନେ ଜଗାଅ ମୋହନ ଛବି ଗୋପନେ, ନିତି ନିତି ନବ ପ୍ରେମର ଦୀପ କାଳିମା ବୋଳା ଏହି ସମାଜେ ପ୍ରାଣେ ଜଳାଅ ପ୍ରଭୁ ତବ ସମାଜ ପ୍ରାଣେ    ା ଘୋଷା । ଯୀଶୁ ହେ ଜୀବନ ଜୀବଧାରୀ, ପତିତପାବନ ପାପହାରୀ, ଯୀଶୁ ହେ ଆସ, ହୃଦୟେ ବସ, ଦିଅହେ ପ୍ରିୟ ଧର୍ମ-କିରଣ, ମାଗୁଁ ଆଜି ଏହି ବର-ପ୍ରିୟ ହେ ପ୍ରିୟ, ପରଶ ଦିଅ ଏହି ମିଳନେ  ା ୧ । […]

ପ୍ରଭୋ ବସିଛି ହେ ପଦ ତଳେ, probhu bosichi hai podo tole

ପ୍ରଭୋ ବସିଛି ହେ ପଦ ତଳେ, ତୁମ୍ଭ ବାଣୀ ମୁଁ ନ ଶୁଣି ଯିବି ନାହିଁ କାହିଁ ଭଲେ । ଘୋଷା ।ନିଜ ଚିନ୍ତା ପଥେ ଯାଇ ପଥେ ଦିଶାହରା ହୋଇ,ବସିଛି ସବୁ ହରାଇ ଜଞ୍ଜାଳର କୋଳାହଳେ । ୧ ।ତବ ପୁଣ୍ୟ ଇଚ୍ଛା-ପଥ ଦେଖାଅ କରି ଇଙ୍ଗିତ,ଚଳାଅ ଧରି ମୋ ହାତ, ନ ଟଳିବି ଯେହ୍ନେ ଚୁଳେ । ୨ ।ନାହିଁ ମୋର ଭକ୍ତି ଲୟ, ହୃଦୟ ସଦା ଅଥୟ,ବାନ୍ଧି ରଖ ଏ ହୃଦୟ ଚିର […]