ଆହେ ଦୀନବନ୍ଧୁ, ଫେଡ଼ କଷ୍ଟ ମୋହର aahe dino bandhu phedo kasta mohoro

ଆହେ ଦୀନବନ୍ଧୁ, ଫେଡ଼ କଷ୍ଟ ମୋହର । ଘୋଷା ।   ତୁମ୍ଭେ ସର୍ବଶକ୍ତିମାନ, ଦୟାରେ ସିନ୍ଧୁ ସମାନ,  ତ୍ରିପୁରେ ଅସାଧ୍ୟ କିଛି ନାହିଁ ତୁମ୍ଭର । ୧ ।   ଦୁଃଖ-ଶୋକ-ପଙ୍କୁ କେତେ ଉଦ୍ଧାରିଛ ନିଜ ହାତେ, କି ବର୍ଣ୍ଣିବି ତାହା ଏହି ମୁଖେ ମୋହର । ୨ । ଆୟୁବକୁ କୃପା କଲ, ଘୋର ବିପଦୁ ତାରିଲ, ଦ୍ୱିଗୁଣ ସମ୍ପଦେ ଚିତ୍ତ ତୋଷିଲ ତାର । ୩ । ଯାକୁବ ଭୟେ ଭ୍ରାତାର ତ୍ୟଜନ୍ତେ […]

ଆହେ ପ୍ରଭୁ, ଶୁଣ ମୋ ନିବେଦନ aahe prabhu suno mo nibedono

ଆହେ ପ୍ରଭୁ, ଶୁଣ ମୋ ନିବେଦନ । ଘୋଷା ।   ମୋ ହୃଦେ ତୁମ୍ଭ ପ୍ରତି ବଢ଼ାଅ ପ୍ରେମ ଭକ୍ତି, ନାଶ କର ମୋହର ପାପ ତମ । ୧ । ତୁମ୍ଭ ସେବାରେ ନିତି ରଖ ହେ ସ୍ଥିର ମତି, ସଦା କର ହେ ମୋରେ କୃପା ଦାନ । ୨ । ତୁମ୍ଭ ଧର୍ମାତ୍ମା ଗୁଣ କର ମୋ ହୃଦେ ଦାନ, ସଦା ରଖ ହେ ହୃଦେ ତୁମ୍ଭ ପ୍ରେମ । ୩ […]

ମନ ଚିନ୍ତା କିପାଇଁ mono chintaa ki pain

ମନ ଚିନ୍ତା କିପାଇଁ, ସୃଷ୍ଟିକର୍ତ୍ତା ଚିନ୍ତୁଛନ୍ତି ନିତ୍ୟ ମୋ ପାଇଁ । ଘୋଷା । ଯେ ମୋତେ କରିଲେ ସୃଷ୍ଟି, ରଖିଛନ୍ତି ଦୟା ଦୃଷ୍ଟି ଦିବା-ନିଶି ମୋର ପ୍ରତି, ଜାଣଇ ମୁହିଁ । ୧ ।ମୋର ମଙ୍ଗଳ କାରଣ ଯାହା ଅଟେ ପ୍ରୟୋଜନ ତାଙ୍କ ଇଚ୍ଛାରେ ପ୍ରଦାନ କରନ୍ତି ସେହି । ୨ । ଜନ୍ମକାଳୁ ଏପର୍ଯ୍ୟନ୍ତ ଯାହାଙ୍କ ଦ୍ୱାରା ରକ୍ଷିତ ଭବିଷ୍ୟତେ ସେ ନିତାନ୍ତ ଭୁଲିବେ ନାହିଁ । ୩ । ତାଙ୍କଠାରେ ଆଶ୍ରା ନେଇ ନୋହିଛି ନିରାଶ କେହି,ତେବେ ବ୍ୟର୍ଥରେ […]

ଅନାଦି ଈଶ୍ୱର, ଦୟାର ସାଗର, ପାଳକ ସଦା ମୋର anaadi ishwara doyaa ro saagara

ଅନାଦି ଈଶ୍ୱର, ଦୟାର ସାଗର, ପାଳକ ସଦା ମୋର ଅଭାବ ମୋହର କରିବେ ସେ ଦୂର,କି ହେତୁ ହେବି ମୁଁ ଚିନ୍ତାରେ କାତର । ଘୋଷା ।  ସକଳ ପଥ ମୋର, ଅବସ୍ଥା ଆବର ଅଟେ ତାଙ୍କୁ ଗୋଚର,ଦୁର୍ଦ୍ଦଶା କାଳରେ ହୋଇବେ ସଙ୍ଗରେ ନାଶିବେ ମନରୁ ଆପଦର ଡର । ୧ ।  ପିତାମାତା ଭ୍ରାତାଦି ଯେତେକ ସ୍ୱଜାତି ଛାଡ଼ିଲେ ନାହିଁ ଭୀତି,ରଖିବେ ଆବୋରି ସ୍ୱବାହୁ ବିସ୍ତାରି ନ କରିବେ ମୋତେ ଛାମୁରୁ ଅନ୍ତର । ୨ […]

achanti sarba byaapi moro sangare /ଅଛନ୍ତି ସର୍ବବ୍ୟାପୀ ମୋର ସଙ୍ଗରେ

ଅଛନ୍ତି ସର୍ବବ୍ୟାପୀ ମୋର ସଙ୍ଗରେଏଣୁ ମୁହିଁ ସ୍ଥିରଚିତ୍ତ ଅନୁକ୍ଷଣରେ । ଘୋଷା । ହେବେ ସେ ସଙ୍ଗୀ ମୋହର, ଘୁଞ୍ଚିବ ସର୍ବ ଡରଭୟ ନୋହିବ ମୋ ମନ ଗଲେ ଅନ୍ଧାରେ ା ୧ । ଘେରିଲେ ହେଁ ଘୋର କ୍ଳେଶ ନୋହିବି ମୁଁ ନିରାଶସର୍ବକାଳେ ନିର୍ଭର ମୁଁ ଦେବି ପ୍ରଭୁରେ ା ୨ । ମୃତ୍ୟୁଚ୍ଛାୟାର ପଦାରେ ମୋର ଗମନ ହେଲେ,ଭୟ ଜାତ ନୋହିବ ଯେ ମୋର ମନରେ ା ୩ । ଶୁଣିବେ ସେ ମୋ […]

ଆହା, କେଡ଼େ ଭାଗ୍ୟବାନ ପ୍ରଭୁ ଭକ୍ତଗଣ aahaa kede bhaagyabano prabhu bhaktagana

ଆହା, କେଡ଼େ ଭାଗ୍ୟବାନ ପ୍ରଭୁ ଭକ୍ତଗଣ ! କେତେ ନିଶ୍ଚିତ ଅଟଇ ତାଙ୍କର ରକ୍ଷଣ      ା ଘୋଷା । ସର୍ବଶକ୍ତିମାନ ସଙ୍ଗେ ଅନୁକ୍ଷଣ, ଦୁର୍ଦ୍ଦଶାରେ ଭୟ ମନେ ନୁହଇ ଉତ୍ପନ୍ନ  ତାଙ୍କର ଅସୀମ ଭ୍ରାନ୍ତିଶୂନ୍ୟ ଜ୍ଞାନ,     ା ୧ । କରୁଥାଏ ସଦା ତାଙ୍କୁ ପଥ ପ୍ରଦର୍ଶନ  ବିଦେଶରେ ଗତି କଲେ ନାହିଁ ଭୀତି,     ା ୨ । ସର୍ବତ୍ର ନିର୍ବିଘ୍ନେ ତାଙ୍କୁ କରାନ୍ତି ଗମନ  ସମୁଦ୍ର ଗମନେ ଭୟ ନୁହେଁ ମନେ,     ା ୩ । […]

ବ୍ୟସ୍ତ କିମ୍ପା ମନ byasta kimpa mono

ବ୍ୟସ୍ତ କିମ୍ପା ମନ ? ଧର ପ୍ରଭୁ ଚରଣେ ଶରଣ । ଘୋଷା । ମନରେ ବିବେଚି ଦେଖ, ସେ ତୋର ପ୍ରତିପାଳକ,ଅଭାବ ନୋହିବ କେବେ ତାଙ୍କ ଅନୁଗ୍ରହ ଦାନ । ୧ ।ସେ କୋମଳ ତୃଣ ସ୍ଥାନେ କରାନ୍ତି ତୋରେ ଶୟନସ୍ଥିର ଜଳ ନିକଟରେ କରନ୍ତି ତୋତେ ପାଳନ । ୨ । ମୃତ୍ୟୁଚ୍ଛାୟାର ପଦାରେ ତୋହର ଭ୍ରମଣ ହେଲେ,କୌଣସି ଆପଦେ ମନେ ନୋହିବ ହେ ଶଙ୍କା ଜନ୍ମ । ୩ ।କାରଣ ସେ ମିତ୍ର ତୋର, ଅଟନ୍ତି […]

ଆସ ଆସ ବନ୍ଧୁ, ଆସ ହେ ଆନନ୍ଦେ, aaso aaso bandhu aaso he aanande

ଆସ ଆସ ବନ୍ଧୁ, ଆସ ହେ ଆନନ୍ଦେ, ଆସ ଆଜି ଏକ ହୋଇବା, ଜଗଜ୍ୟୋତିଃ-ପତି ପତିତପାବନେ, ଆସ ଆଜି ପୂଜା କରିବା । ଘୋଷା ।  ମାନ ଅଭିମାନ ଭୁଲି ବହନ ଆସ ହେ ସରବେ ପ୍ରୀତି ଭରେ, ପ୍ରେମ ଫୁଲ ତୋଳି ଭରିଣ ଅଞ୍ଜଳି ନିବେଦିବା  ପ୍ରେମମୟଙ୍କର ସୁନ୍ଦର ଶରୀରେ ପ୍ରେମ-ଫୁଲହାର ଛନ୍ଦିବା । ୧ । ସୁଭକତି-ପ୍ରେମ-ଫୁଲ-ଚନ୍ଦନ ଆଣ ପ୍ରତି ହୃଦ-ଚାଙ୍ଗୁଡ଼ିରେ, ମନର ଆନନ୍ଦେ, ସେ ଯୁଗଳ ପଦେ ସଜାଇବା, ଶକ୍ତିମୟଙ୍କର ଶକତି କଣିକା, […]

ବଜାଇ ମନ୍ଦିରା ମୂରଜ ମନ୍ଦ୍ରେ  bojaayee mondiraa murojo mondre

ବଜାଇ ମନ୍ଦିରା ମୂରଜ ମନ୍ଦ୍ରେ  ବିଭୁ ନାମ ଆଜି ଗାଅରେ,ଗାଅ ନରନାରୀ      ହୃଦୟ-ଯନ୍ତ୍ରେ ସେ ନାମ ମହିମା ଗାଅରେ     ା ୦ । ଗାଏ କୋକିଳ ତାନ ପଞ୍ଚମେ ବିଭୁ ନନ୍ଦନ ଭୁବନେ ତରୁ ଶିହରେ,           ତଟିନୀ ଧୀରେ ବିଭୁ ପ୍ରେମାବେଶେ ଧାଏଁରେ    ା ୧ । ସବୁ ବିଦ୍ୱେଷ ଦୂରେ ପରିହରି ବିଶ୍ୱ ମଙ୍ଗଳେ ମାତି, ସବୁଠୁ ଉଠୁଛି ଯେ ଭାବର ଗାନ ସେହି ସଙ୍ଗୀତେ ମାତି, ଆରେ ପରାଣ        ମୁଗ୍ଧ ଅବଶ ନବ ଉଦ୍ୟମେ […]

ଜୟ ଯୁବାମେଷ ଯୀଶୁ ଜଗତ ଜୀବନ, jaya jubamesho jishu jagata jibana

ଜୟ ଯୁବାମେଷ ଯୀଶୁ ଜଗତ ଜୀବନ, ବିଶ୍ୱଜନ-ମନ-ମୋହନ ମନ୍ତର ତୁମ୍ଭ ସୁଧାମୟ ନାମ । ଘୋଷା । ପାପୀ-ଆଶାଘର ପ୍ରେମ ଅକୂପାର ଦୀନ ଦରିଦ୍ର ଶରଣ, ଯୋଗୀ-ଜପମାଳ ରଙ୍କ-ରତ୍ନଥାଳ, ଅନନ୍ତ ଜୀବନ ଧନ । ୧ । ନିରାଶ-ପରାଣ-ଆଶା-ଉଦ୍ଦୀପନ ସମୃଦ୍ଧି ସୁଖସଦନ, ଦୁଃଖୀ ଦୁଃଖ-ବୁହା ପାପ-ପଙ୍କଧୁଆ, ଜୟ ତ୍ରିଲୋକପାବନ । ୨ । ଦିଅ ଦରଶନ ହେ ଜୀବଜୀବନ ମୁଁ ଯେ ଅତି ଅକିଞ୍ଚନ,  ସନ୍ତାପହରତା ତ୍ରିଏକ ବିଧାତା, ପୂର୍ଣ୍ଣ କର ମନସ୍କାମ । ୩ । […]