aahaa ki osimo premo taahaankara premomoyo ote

ଆହା କି ଅସୀମ ପ୍ରେମ ତାହାଙ୍କର ପ୍ରେମମୟ ଅଟେ ନାମ ଯାହାଙ୍କର      ା ଘୋଷା ।

ଯେହ୍ନେ ଜଳନିଧି ଅଛି ଜଳେ ପୂର୍ଣ୍ଣ ତେହ୍ନେ ଛନ୍ତି ସେହି-ପ୍ରେମେ 

ପରିପୂର୍ଣ୍ଣ ପ୍ରେମର ଦୀର୍ଘ ପ୍ରସାର ନୁହଇ ଗମ୍ୟ କାହାର,

ସ୍ୱର୍ଗଦୂତେ ଅଟେ ତାହା ଅଗୋଚର   ା ୧ ।

 

ତାରାଗଣଙ୍କର ମଧ୍ୟରେ ଯେସନ

ଚନ୍ଦ୍ରମା କିରଣ ଦିଶେ ତେଜୋବାନ,

ସୃଷ୍ଟିର ମଧ୍ୟେ ତେସନ ତାଙ୍କର ପ୍ରେମ-କିରଣ ଦୃଷ୍ଟିକି ଦିଶଇ କେତେ ସୁସୁନ୍ଦର । ୨ ।

ଛାର ପାପୀ ଦୀନହୀନ ଉଦ୍ଧାରଣେ

ନିଜ ପୁତ୍ର ଦେଲେ ସେହି ମହାପ୍ରେମେ,

କଲେ ତାଙ୍କୁ ପ୍ରାୟଶ୍ଚିତ୍ତ, ତହିଁ ହୁଏ ପାପ ହତ,

ଆଉ ନରକ ଯାତନା ଯାଏ ଦୂର         ା ୩ ।

 

ଆହେ ମନ, ସେହି ପ୍ରଭୁଙ୍କ ଚରଣ

ଯତନେ ସେବ ସମର୍ପି ଦେହ ପ୍ରାଣ, କରି ସେହି କୃପାଦାନ,

କରିବେ ଦୁଃଖ ନାଶନ, ଶେଷେ ସ୍ୱର୍ଗେ ଦେବେ ମହା ପୁରସ୍କାର    ା ୪ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *