bhrome ki koli mu mudho bhulili

ଭ୍ରମେ କି କଲି, ମୁଁ ମୁଢ଼ ଭୁଲିଲି,

ପାଷାଣ ବୋଲିଣ ବାଲୁକା ଉପରେ ଅକାରଣେ ଗୃହ ଗୁନ୍ଥିଲି । ଘୋଷା ।

ପାପ-ନଦୀ ଏବେ ଆସିଲା ବଢ଼ି,

ମୂଳଦୁଆ ତ ଯାଇଅଛି ପଡ଼ି,

ବାୟୁ ସହିତରେ କି ବୃଷ୍ଟି ପଡ଼ଇ ପ୍ରାଣେ ନିର୍ଭରସା ହୋଇଲି । ୧ ।

ଦୟା ପ୍ରକାଶ ଯେ ଯୀଶୁ,

ଏକ୍ଷଣ ରକ୍ଷା କର ଅରକ୍ଷିତ ଜୀବନ,

ତୁମ୍ଭ ବିନୁ ଆଉ ଏ ଭବ ନଦୀରେ କାଣ୍ଡାରୀ ଖୋଜି ନ ପାଇଲି । ୨ । 

 

ତୁମ୍ଭେ ସୁଦୟା କରିଣ ଅପାର ଜନମାନଙ୍କୁ କରିଛ ଉଦ୍ଧାର,

ବିଶ୍ୱାସ ନୌକାରେ ଉଠାଅ ହେ ମୋରେ,

ନୋହିଲେ ମୁଁ ବୁଡ଼ି ମରିଲି । ୩ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *