ମୋ ସ୍ୱର୍ଗସ୍ଥ ପିତା ବଚନ
ଜନ୍ମାଇଲା କି ଆନନ୍ଦ କରନ୍ତେ କର୍ଣ୍ଣେ ଶ୍ରବଣ ! । ଘୋଷା ।
ପ୍ରଭୁ ଯେତେବେଳେ କହିଲେ ଆମ୍ଭର ମୁଖ ଲୋଡ଼ ସତ୍ୱରେ,
ଶୁଣି ମନ ଏ ବଚନ ଉତ୍ତର ଦେଲା ବହନ,
ଲୋଡ଼ିବି ମୁଁ ତୁମ୍ଭ ମୁଖ, ହୁଅ ମୋଠାରେ ପ୍ରସନ୍ନ । ୧ ।
ପ୍ରିୟ ବନ୍ଧୁଗଣ କଲେ ମୋତେ ଦୁଃଖେ ତ୍ୟାଗ ବା ହେୟଜ୍ଞାନ,
ଅବା ପିତାମାତା ଜ୍ଞାତି ଯଦିବା ତ୍ୟାଗ କରନ୍ତି,
ତଥାପି ଈଶ୍ୱର ମୋତେ ଗୋଟାଇ ନେବେ ବହନ । ୨ ।
ମୁହିଁ ଯାହାଠାରେ ଭରସା କରିଛି ମନେ ଅତି ନିଶ୍ଚଳେ,
ଅବା ଯେଉଁ ଭୁଜୋପରେ ଆଉଜିଛି ମୁଁ ଯତ୍ନରେ,
ଜାଣେ ତାଙ୍କ ପରାକ୍ରମ, ସେ କରିବେ ମୋ ରକ୍ଷଣ । ୩ ।
ଆହେ ପ୍ରିୟ ତାତ, ନ ହେଉ ତୁମ୍ଭ ମୁଖ ମୋଠୁଁ ଆଚ୍ଛାଦିତ,
ଶ୍ରୀମୁଖ ତେଜ ତୁମ୍ଭର ମୋ ପ୍ରତି ପ୍ରକାଶ କର,
ସର୍ବଦା କର ହେ ରକ୍ଷା ତୁମ୍ଭର ଆଶ୍ରିତ ଜନ । ୪ ।