ଯାଉଛି ଶୁଭ ସମୟ ତୁମ୍ଭ ନିକଟୁ ବହନ । ଘୋଷା ।
ପାପ କର୍ମର ଏ ଫଳ ଅନନ୍ତ ନରକାନଳ
ସବୁ ପାପୀ ଦୂରାଚାରୀ ଭୋଗିବେ ଘୋର ଯାତନ । ୧ ।
ଦେଖ ମନ ବିଚାରିଣ ନରକ କେମନ୍ତ ସ୍ଥାନ !
ସଦା ଦୁଃଖ, ନାହିଁ ସୁଖ ଲେଶମାତ୍ର ଭୋକ୍ତମାନ । ୨ ।
କିପାଁ ଆହେ ପାପୀ ଭାଇ ଆତ୍ମାକୁ ପାପେ ହଜାଇ
ଯାଉଛ ଏମନ୍ତ ସ୍ଥାନେ ହୋଇ ଅତି ଧାବମାନ ? । ୩ ।
ଫେର, ଫେର, ଏବେ ଫେର, ଆଉ ପାପେ ହିଁ ନ ଚାଲ,
କିପାଇଁ ମରିବ ପାପେ ହୋଇ ଏଡ଼େ ବୁଦ୍ଧିହୀନ ? । ୪ ।
ଏବେ ହେଁ ଶୁଭ ସମୟ, ମିଥ୍ୟାରେ ନ କର ବ୍ୟୟ
ନିଜ ଆତ୍ମା ପରିତ୍ରାଣ କର ଯତ୍ନେ ଅନ୍ୱେଷଣ । ୫ ।
ଯୀଶୁ ପତିତତାରଣ, ତାଙ୍କ ବିନୁ ନାହିଁ ଆନ,
ଆହେ ପାପୀ, ତାଙ୍କ ଆଶ୍ରା ଧର ହେ ଅତି ବହନ । ୬ ।
ନେଲେ ତାଙ୍କର ଶରଣ ନିଶ୍ଚେ ହେବ ପରିତ୍ରାଣ,
କରିବ ଅନନ୍ତକାଳ ସ୍ୱର୍ଗସୁଖ ଭୋକ୍ତାମାନ । ୭ ।
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.