kede ananda janmayi swarga pure

କେଡ଼େ ଆନନ୍ଦ ଜନ୍ମଇ ସ୍ୱର୍ଗପୁରେ
ମନ ଫେରାଇଲେ ଜଣେ ପାପୀ ମର୍ତ୍ତ୍ୟରେ । ଘୋଷା ।

ହଜାମେଷ ଯେତେବେଳେ ଆସେ ପାଳକ ପାଶରେ ତେଜି ତାର ବିପଥ ଗତି
ମନେ ପାଏ କି ଶାନ୍ତି ! ଯାଏ ସକଳ ଭ୍ରାନ୍ତି,
ଦୂତଗଣ ଆନନ୍ଦିତ ଦେଖି ସ୍ୱର୍ଗରେ । ୧ ।

ଯେତେବେଳେ ଅପବ୍ୟୟୀ ଆସେ ବିଦେଶରୁ ଧାଇଁ
କରିଣ ପ୍ରାର୍ଥନା କ୍ରନ୍ଦନ ଦେଖି ପିତା କି ହୃଷ୍ଟ ! କରେ ଉତ୍ସବ ନୃତ୍ୟ,
ସେ ଦିନ ମହା ଆନନ୍ଦ ହୁଏ ସ୍ୱର୍ଗରେ । ୨ ।

ଯେ ଦିନେ ଜଣେ ପାପିଷ୍ଠ ତେଜିଣ ନିଜ କୁବାଟ
ପିତା ସଙ୍ଗେ କରେ ନିୟମ, ସର୍ବାଗ୍ରେ ଯୀଶୁ ନାମ କରଇ ଆଲିଙ୍ଗନ,
ସେ ଦିନ ମହା ଆନନ୍ଦ ହୁଏ ସ୍ୱର୍ଗରେ । ୩ ।

ପାପୀର ଫେରଣ ଦିନ ଯେଉଁ ଆନନ୍ଦ ଉତ୍ପନ୍ନ କିଏ ତାହା ପାରଇ ବର୍ଣ୍ଣି !
ସେ ଦିନ କି ଆନନ୍ଦ, କରନ୍ତି ସାଧୁବୃନ୍ଦ
ସେ ଦିନ ଆନନ୍ଦ ଗାନ ହୁଏ ସ୍ୱର୍ଗରେ । ୪ ।

Leave a comment

Your email address will not be published. Required fields are marked *