ଭୁଲି ପାରିବି କି ସେ ପ୍ରିୟ ଯୀଶୁ ମୁଖ
ଯାହା ବିରହେ କ୍ଷଣେ ଫାଟିଯାଏ ବୁକ ? । ଘୋଷା ।
ଯଦି କ୍ଷଣେ ମୁଁ ଭୁଲିଯାଏ ସେହି ଆନନ
ଅନ୍ଧାର ଦିଶୁଥାଏ ତ୍ରିଭୁବନ,
(ଆହା) ସେହି ମୋ ଚାରୁମୁଖ, ହରେ ଗୋ ସବୁ ଦୁଃଖ,
ପାଇ ତାହାଙ୍କୁ ପାଏ ଶାନ୍ତି ସୁଖ । ୧ ।
ସଂସାରେ ପଡ଼ିଯାଏ ମୁଁ ଘୂର୍ଣ୍ଣିବାତେ,
ଉଠାନ୍ତି କି ସୁହାଗେ ଧରି ହାତେ,
( ଆହା) ଭୁଲିଯାଏ କଷଣ, ନାଚେ ମୋ ପ୍ରାଣ ମନ,
ଆନନ୍ଦେ ପାସୋରଇ ସବୁ ଦୁଃଖ । ୨ ।