probhu jishu poraye kehi

ପ୍ରଭୁ ଯୀଶୁ ପରାଏ କେହି,

ତାଙ୍କ ସମାନ କେ ଅଟଇ । ଘୋଷା ।

ଯା’ ରେ ଅଛି ଦୟା ପୂରି ସମୁଦ୍ର ପରି,

କି ଦେବି ତା’ର ଉପମା ଯା’ର ଅଶେଷ ମହିମା,

ଦୟା ପ୍ରକାଶି ବୁଲିଲେ ନଗର ସାହି । ୧ ।

କଲେ ନାନାବିଧ ଅତି ଆଶ୍ଚର୍ଯ୍ୟ କର୍ମ,

କୁଷ୍ଠୀ ବଧିରାଦି ଯେତେ ସୁସ୍ଥ କରିଲେ ସେ କେତେ,

ଆଜ୍ଞାମାତ୍ରକେ ମଲା ଯେ କଥା କହଇ । ୨ । 

 

କେ ଦେବ ନିଜ ଜୀବନ ଶତ୍ରୁ କାରଣ

ଏମନ୍ତ ଅଟେ କି କେହୁ ଯୀଶୁ ଖ୍ରୀଷ୍ଟ ବିନା ଆଉ,

ଏତେ ବିଚିତ୍ର ପ୍ରେମ ଖୋଜିଲେ ନ ପାଇ । ୩ । 

 

ତେଜିଲେ ନିଜ ଜୀବନ ଶତ୍ରୁ କାରଣ,

ସେ କ୍ରୁଶେ ହତ ହୋଇଲେ, ସନ୍ତାପ କଷ୍ଟ ସହିଲେ,

ଦୟା ଆବର ରୁଧିର ଢାଳିଲେ ସେହି । ୪ ।

ପୁଣି ମୃତ୍ୟୁ ଜୟକରି ସ୍ୱଦେହ ଧରି 

ଶିଷ୍ୟଙ୍କୁ ଦେଇ ଦର୍ଶନ ସେ କଲେ ସ୍ୱର୍ଗେ ଗମନ,

ଦ୍ୱିତୀୟ ଥର ଆସିବେ ସେ ରାଜା ହୋଇ । ୫ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *