dino more jaauchi kede bohone

ଦିନ ମୋର ଯାଉଛି କେଡ଼େ ବହନେ !

ଆସୁଛି ମରଣ ଧାଇଁ ଧାଇଁ ମୋ ସନ୍ନିଧାନେ । ଘୋଷା । 

 

ଆସୁଛି ଏକ ସମୟ ନ ଥିବି ମୁଁ ସଂସାରେ 

ନେଇ ମୋ ଶେଷ ବିଦାୟ ଯିବି ମୃତ୍ୟୁ-ଯର୍ଦ୍ଦନେ । ୧ ।

ଆସୁଛି ଏକ ସମୟ ଶୋଇବି ମୁଁ କବରେ,

ଯେଉଁଠାରେ କର୍ମ ଧ୍ୟାନ କିଛି ନୋହିବ ଦିନେ । ୨

ଆସୁଛି ଏକ ସମୟ ଦେବାକୁ ମୋ ନିକାଶ,

ଠିଆ ହେବି ଖ୍ରୀଷ୍ଟଙ୍କ ସିଂହାସନ ସନ୍ନିଧାନେ । ୩ ।

ଆସୁଛି ଏକ ସମୟ ହୋଇବ ନିରୂପଣ 

ମୋହର ଅନନ୍ତ ଗତି ସୁଖ କି ଦୁଃଖ ସ୍ଥାନେ । ୪ ।

 

ଆହେ ଯୀଶୁ ମୁକ୍ତିଦାତା, ହୁଅ ସଙ୍ଗେ ସେକାଳେ

 ତୁମ୍ଭ ବିନା କେହି ନାହିଁ ସଙ୍ଗେ ଯିବାକୁ ଜଣେ । ୫ ।

ସୂଚୀମାଳାକୁ ଫେରନ୍ତୁ

🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.

🙏 Support our mission and EMMI – Empowering Migrant Labourers in India.

Donate or Sponsor

Lyrics are shared for devotional use only. Copyright belongs to respective owners.

Leave a comment

Your email address will not be published. Required fields are marked *