gaao gaao he aanonde jaya gito

ଗାଅ ଗାଅ ହେ ଆନନ୍ଦେ ଜୟଗୀତ

ତ୍ରାତା ହୋଇଲେ ବେଥଲିହିମେ ଜାତ । ଘୋଷା ।

ଯାହାଙ୍କ ବିଷୟେ ଶାସ୍ତ୍ରେ ଥିଲା ଲିଖିତ,

ସୃଷ୍ଟି କାଳାବଧି ଯେ ଥିଲେ ପ୍ରତିଜ୍ଞାତ,

ଆସିଛନ୍ତି ସେହି ସୁସମାଚାର ନେଇ,

ପାପୀଙ୍କି ଈଶ୍ୱରଙ୍କ ସଙ୍ଗେ ଦେବେ ମିଳାଇ,

ଶୟତାନର ବଳ ଗର୍ବ କରିବେ ଖର୍ବ,

ଦୂର କରିବେ ପାପ ଉତ୍ପାତ । ୧ ।

କି ଆନନ୍ଦ ସୁସମ୍ବାଦ ଅଟଇ ଏହି !

ତ୍ରାଣକର୍ତ୍ତା ଆସିଛନ୍ତି ସ୍ୱର୍ଗୁ ଁ ଓହ୍ଲାଇ,

ମୃତ୍ୟୁଚ୍ଛାୟା ସ୍ଥଳୀରେ ଅଟନ୍ତି ଯେତେ ନରେ,

ଅବା ଯେତେକ ବସି- ଛନ୍ତି ଘୋର ଅନ୍ଧାରେ,

ତାଙ୍କଠାରେ ଆଲୁଅ ହୋଇଅଛି ଉଦୟ;

ଆସିଅଛନ୍ତି ମୁକ୍ତି ସହିତ । ୨ । 

 

ଦେଖ, ଜନ୍ମିଅଛନ୍ତି ତ୍ରାଣକର୍ତ୍ତା ଖ୍ରୀଷ୍ଟ,

ଶ୍ରାନ୍ତ ଭାରଗ୍ରସ୍ତ ହୁଅ ଅତ୍ୟନ୍ତ ହୃଷ୍ଟ,

ହେଉ ଜୟ ସ୍ୱର୍ଗରେ  ଦୂତଗଣ ମଧ୍ୟରେ,

ହେଉ ଶାନ୍ତି କ୍ଷିତିରେ    ମଙ୍ଗଳ ନରଠାରେ,

ଏ ସମାଚାର ଶୁଣି    କର ହେ ଜୟଧ୍ୱନି;

ପାପ ତାପ ହେବ ପରାଜିତ । ୩ ।

Click the link below to listen full song and know the tune

Leave a comment

Your email address will not be published. Required fields are marked *