jishu naamo binu naahi anya re traano

ଯୀଶୁ ନାମ ବିନୁ ନାହିଁ ଅନ୍ୟରେ ତ୍ରାଣ । ଘୋଷା ।

ସେହି ଯୀଶୁ ଦାସାକାରେ        ଅଇଲେ ଅବନୀ ପରେ

ପାପୀ ତାପୀ ତାରିବାରେ ହୋଇଲେ ଜନ୍ମ । ୧ ।

କଲେ ମହା ମହା କର୍ମ           ମୃତକୁ ଦେଲେ ଜୀବନ 

ବଧିରେ ଦେଲେ ଶ୍ରବଣ, ଅନ୍ଧେ ନୟନ । ୨ ।

ଭ୍ରମି ନାନା ଦେଶ ଦେଶ          ଦେଲେ ନାନା ସୁପଦେଶ 

ଯେହ୍ନେ ଏ ମାନବ ବଂଶ ପାଇବେ ତ୍ରାଣ । ୩ ।

ଅବଶେଷେ ହୋଇ ହତ         ପୁଣ୍ୟ ରକ୍ତ କଲେ ପାତ 

ଶତ୍ରୁଙ୍କ ପାଇଁ ଏମନ୍ତ କେ ଦେବ ପ୍ରାଣ ?

ଯୀଶୁ ନାମ ନ ଭଜିଲେ           ପଡ଼ିବ ନରକାନଳେ

ତ୍ରାଣ ନାହିଁ କେଉଁ କାଳେ, ଦୁଃଖ ଦାରୁଣ । ୫ ।

ଯୀଶୁରେ ନେଲେ ଶରଣ ନିଶ୍ଚେ ହେବ ପରିତ୍ରାଣ 

ଭୁଞ୍ଜିବ ସ୍ୱର୍ଗର ସୁଖ ଅନନ୍ତ ଦିନ । ୬ ।

Leave a comment

Your email address will not be published. Required fields are marked *