କର ମନ ନିରୀକ୍ଷଣ କାଲବରୀ ପର୍ବତ ପ୍ରତି ହେ । ଘୋଷା ।
ତ୍ରାଣକର୍ତ୍ତା ସେହିଠାରେ ବହିଥିଲେ ପୃଷ୍ଠ ପରେ
ମୋର ସବୁ ପାପ ବୋଝ ମୋର ଯାତନା ଲଜ୍ଜାମାନ ହେ । ୧ ।
ଦେଖ, କଣ୍ଟାରେ କେମନ୍ତ ହେଲା ହସ୍ତପଦ କ୍ଷତ,
ଦେଖ, ସେମାନେ ବିନ୍ଧିଲେ ପାଶ୍ୱର୍ଦେଶରେ ବର୍ଚ୍ଛା ପୁଣ ହେ ଦେଖ,
ସେ ଯାତନାମାନ ଘଟିଲା ମୋର କାରଣ, । ୨ ।
କି କ୍ଳେଶ ଭୋଗିଲେ ଯୀଶୁ, ଧନ୍ୟ ତାଙ୍କ ଆଶ୍ଚର୍ଯ୍ୟ ପ୍ରେମ ହେ ଦେଖ ମନ,
ସେ ଶୋଇଲେ, ମୃତ୍ୟୁବଳେ କବରରେ, । ୩ ।
ମୃତ୍ୟୁର ନାହୁଡ଼ ଭାଙ୍ଗି ସେ ଉଠିଲେ ଧରି ଜୀବନ ହେ । ୪ ।