kaha mono ey ki mohaascharjya nuhoyee

କହ ମନ, ଏ କି ମହାଶ୍ଚର୍ଯ୍ୟ ନୁହଇ !

ମୋତେ ଅନାଇଲେ ଯୀଶୁ ସୁଦୟା ବହି । ଘୋଷା ।

ପାପ ଅଧର୍ମରେ ମରିଥିଲି ଯେ ମୁହିଁ,

ଉଠାଇଲେ ମତେ ସେହି ଜୀବନ ଦେଇ । ୧ ।

ପାପ କଙ୍କଳରେ ଥିଲି କଳଙ୍କୀ ହୋଇ,

ନିଜ ରୁଧିର ଦେଇ ସେହି ଦେଲେ ଧୋଇ । ୨ । 

 

ଖତରାଶିରେ ମୁଁ ଥିଲି ହିନସ୍ତା ହୋଇ,

ରାଜପଦେ ସଂସ୍ଥାପନ କଲେ ଯେ ସେହି । ୩ । 

 

କେମନ୍ତେ ପଡ଼ିଲି ତାଙ୍କ ମନରେ ମୁହିଁ,

ମୋତେ ଅନାଇଲେ ସେହି ସ୍ୱର୍ଗରେ ଥାଇ । ୪ ।

 

 ପ୍ରେମପାତ୍ର ନ ଥିଲେ କି ସ୍ୱର୍ଗରେ କେହି ?

ଏ ସଂସାରକୁ ମୋ ପାଇଁ ଆସିଲେ ସେହି । ୫ ।

କୀଟମାତ୍ର ମୁହିଁ, ଲୋକେ ଗଣା ନୁହଇ,

ମୋ ବିନା କି ତାଙ୍କ କ୍ଷତି ପାରନ୍ତା ହୋଇ ? । 

 

ଦେଖ ମନ କି ଅଗମ୍ୟ ପ୍ରେମଟି ଏହି !

ପାଇବାକୁ ନ ପାରନ୍ତି ତା ଅନ୍ତ କେହି । ୭ । 

 

କାଟିବି ଜୀବନ ମୁଁ ତାଙ୍କ ଗୁଣ ଗାଇ,

ଅନ୍ୟ ପ୍ରତିଦାନ ମୋର ଦେବାକୁ ନାହିଁ । ୮ ।

Leave a comment

Your email address will not be published. Required fields are marked *