ମନେ ମନେ ପାପ ନ କର । ଘୋଷା ।
କେ ଜାଣୁ ନାହିଁ ବୋଲି କେବେ ତୁ ନ ଯା’ ଭୁଲି,
ପ୍ରଭୁ ଦେଖୁଛନ୍ତି ତୋର ଅନ୍ତର । ୧ ।
ମନ ମୂଳ ପାପର ମଞ୍ଜି ଯେହ୍ନେ ଫଳର,
ମନ ସିନା ହେବ ଜବାବଦାର । ୨ ।
ପର ଅନିଷ୍ଟ ଚିନ୍ତା ପରଶ୍ରୀକାତରତା,
ମନରୁ ଏ ପାପ କର ବାହାର । ୩ ।
କୁଦୃଷ୍ଟି ଅନୁରକ୍ତି କୁତ୍ସିତ କଥାଶକ୍ତି,
ଏଥିରେ ହୁଅଇ ମନ ପାମର । ୪ ।
ଗର୍ବ ଦାମ୍ଭିକ ପଣ ଗୁମାନ ଅହଂଗୁଣ,
ଏହା ବହି ମନ ହୁଏ ଏସାର । ୫ ।
ଯେତେ କୁଅଭିଳାଷ, ଯାହା ନୋହେ ପ୍ରକାଶ,
ପ୍ରଭୁ ତା ନିକାଶ ନେବେ ନିକର । ୬ ।
ଏସବୁ ପାପଯାକ ହେଲେ ହେଁ ମାନସିକ
ଗୋଟି ଗୋଟି ହୋଇ ହେବ ବିଚାର । ୭ ।
ମନକୁ ଜଗିଥାଅ ପାପେ ଛାଡ଼ି ନ ଦିଅ,
ପ୍ରାର୍ଥନାରେ ତାକୁ ଆୟତ୍ତ କର । ୮ ।
click the link below to listen full song and know the tune