mone mone paapo no koro

ମନେ ମନେ ପାପ ନ କର । ଘୋଷା ।

କେ ଜାଣୁ ନାହିଁ ବୋଲି କେବେ ତୁ ନ ଯା’ ଭୁଲି,

ପ୍ରଭୁ ଦେଖୁଛନ୍ତି ତୋର ଅନ୍ତର । ୧ ।

ମନ ମୂଳ ପାପର ମଞ୍ଜି ଯେହ୍ନେ ଫଳର,

ମନ ସିନା ହେବ ଜବାବଦାର । ୨ ।

ପର ଅନିଷ୍ଟ ଚିନ୍ତା ପରଶ୍ରୀକାତରତା,

ମନରୁ ଏ ପାପ କର ବାହାର । ୩ ।

କୁଦୃଷ୍ଟି ଅନୁରକ୍ତି      କୁତ୍ସିତ କଥାଶକ୍ତି,

ଏଥିରେ ହୁଅଇ ମନ ପାମର । ୪ ।

ଗର୍ବ ଦାମ୍ଭିକ ପଣ     ଗୁମାନ ଅହଂଗୁଣ,

ଏହା ବହି ମନ ହୁଏ ଏସାର । ୫ ।

ଯେତେ କୁଅଭିଳାଷ, ଯାହା ନୋହେ ପ୍ରକାଶ,

ପ୍ରଭୁ ତା ନିକାଶ ନେବେ ନିକର । ୬ ।

ଏସବୁ ପାପଯାକ     ହେଲେ ହେଁ ମାନସିକ 

ଗୋଟି ଗୋଟି ହୋଇ ହେବ ବିଚାର । ୭ ।

ମନକୁ ଜଗିଥାଅ      ପାପେ ଛାଡ଼ି ନ ଦିଅ,

ପ୍ରାର୍ଥନାରେ ତାକୁ ଆୟତ୍ତ କର । ୮ ।

click the link below to listen full song and know the tune

Leave a comment

Your email address will not be published. Required fields are marked *