praathonaa re huo probruto

ପ୍ରାର୍ଥନାରେ ହୁଅ ପ୍ରବୃତ୍ତ, ଦୟା ସିଂହାସନ ଆଗେ ଆଣ୍ଠୁ ପକାଅ ସମସ୍ତ । ଘୋଷା ।

ପ୍ରାର୍ଥନା କାଳରେ କେତେ ବିଷୟ ଜନ୍ମାଏ ବାଧା ମନରେ !

ତେବେ ମଧ୍ୟ ଯେଉଁ ନର         ପ୍ରାର୍ଥନାକୁ ଜାଣେ ସାର,

ହୁଅଇ ସେ ସଚେଷ୍ଟିତ ପ୍ରାର୍ଥନାରେ ଅବିରତ । ୧ ।

ପ୍ରାର୍ଥନାର ଗୁଣ, ନିବିଡ଼ ମେଘକୁ କରଇ ଛିନ୍ନଭିନ୍ନ,

ଯାକୁବର ଦୃଶ୍ୟ-ଶିଢ଼ି ପ୍ରାର୍ଥନାରେ ତହିଁ ଚଢ଼ି 

ହୁଏ ଆଶୀର୍ବାଦ ଦତ୍ତ, ଧର୍ମେ କରେ ସ୍ଥିର ଚିତ୍ତ । ୨ ।

ମୋଶା ଯେ ପର୍ଯ୍ୟନ୍ତ ହାତ ଟେକି ପ୍ରାର୍ଥନାରେ ଥିଲେ ଏକାନ୍ତ ?

ଇସ୍ରାୟେଲ ଜୟ କଲେ,            ଅମାଲେକ ହାରିଗଲେ;

ମାତ୍ର ସେ ନୁଆନ୍ତେ ହାତ ଇସ୍ରାୟେଲ ପରାଜିତ । ୩ ।

ପ୍ରାର୍ଥନା ନିବୃତ୍ତି କଲେ ହୁଅଇ ଦୁର୍ବଳ ବିଶ୍ୱାସ ଭକ୍ତି,

ପ୍ରାର୍ଥନାରେ ପରିଷ୍କୃତ ହୁଏ ଧର୍ମ-ଅସ୍ତ୍ରଶସ୍ତ୍ର;

ପ୍ରାର୍ଥନା ଦେଖି ହୁଅଇ ଶୟତାନ ମହାଭୀତ । ୪ ।

 

 ଭାଇ, ଅବିରତ ପ୍ରାର୍ଥନାରେ ହୁଅ ତୁମ୍ଭେ ଉଦ୍‌ଯୋଗୀ ଚିତ୍ତ,

ପ୍ରାର୍ଥନା କରାଏ ପୁଷ୍ଟି,               ପ୍ରାର୍ଥନା ଜନ୍ମାଏ ତୁଷ୍ଟି;

ହୋଇଲେ ପ୍ରାର୍ଥନା ଶୂନ୍ୟ ଖ୍ରୀଷ୍ଟିୟାନ ଅଟେ ମୃତ । ୫ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *